ସ୍ବତନ୍ତ୍ର ସଂକଳ୍ପକୁ କ୍ୟାବିନେଟ ମୋହର: ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ସାମାଜିକ, ଆର୍ଥିକ ଏବଂ ଜାତିଭିତ୍ତିକ ଜନଗଣନା ହେବ। ୨୦୨୧ ଜନସଂଖ୍ୟା ଗଣନା ବେଳେ ଏକା ସାଙ୍ଗରେ ଏହି ଗଣନା କରାଯିବ। ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସଇବିସି), ଏସ୍‌ସି/ଏସ୍‌ଟିଙ୍କର ସ୍ବତନ୍ତ୍ର ଗଣନା କରିବେ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ନେଇ ଏକ ସଂକଳ୍ପକୁ ଅନୁମୋଦନ କରାଯାଇଛି । ଗତ ଦୁଇ ଦଶନ୍ଧି ଧରି ମାନବ ସୂଚକାଙ୍କରେ ରାଜ୍ୟ ଉଲ୍ଲେଖନୀୟ ପ୍ରଗତି କରିଥିଲେ ମଧ୍ୟ ସାମଗ୍ରିକ ଅଭିବୃଦ୍ଧି ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

୨୦୨୧ ଜନଗଣନା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ରାଜ୍ୟର ଦୁର୍ବଳ ବର୍ଗର ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ପ୍ରକୃତ ସଂଖ୍ୟା ଗଣାଯାଇ ନ ଥିବାରୁ ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷେ ସମସ୍ୟା ସୃଷ୍ଟି ହେଉଛି। ୨୦୧୧ରେ ସାମାଜିକ, ଆର୍ଥିକ ଜନଗଣନା ହୋଇଥିଲେ ମଧ୍ୟ ତାହାକୁ ପ୍ରକାଶ କରାଯାଇ ପାରିନାହିଁ। ଏଥିଯୋଗୁ ଆସନ୍ତା ଜନଗଣନା ବେଳେ ଏଥିପାଇଁ ଏକ ସ୍ବତନ୍ତ୍ର କଲମ ରହିବ। କ୍ୟାବିନେଟ ନିଷ୍ପତ୍ତି ପରେ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ।

ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା କରିବା ନେଇ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ”ଯେତେବେଳେ ଅର୍ଥନୈତିକ ଏକତା ଦେଖାଦେବ ସେତେବେଳେ ପୂର୍ଣ୍ଣ ସ୍ବାଧୀନତା ମିଳିପାରିବ। ଆମେ ସମାନ ଭାବେ ଜନ୍ମ ନେଇଛୁ, ଆମ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଦରକାର।“ ଗାନ୍ଧିଜୀଙ୍କ ଏହି ଚିନ୍ତାଧାରାକୁ ସମ୍ବିଧାନରେ ସ୍ଥାନିତ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୫(୪) ଅନୁଯାୟୀ ରାଜ୍ୟ ସରକାର ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପଛୁଆ ଥିବା ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବ୍ୟବସ୍ଥା ରହିଛି । ଅନୁଚ୍ଛେଦ-୪୬ରେ ଦୁର୍ବଳ ଶ୍ରେଣୀଙ୍କ ସାମାଜିକ ଓ ଶିକ୍ଷାଗତ ଉନ୍ନତି ପାଇଁ ସ୍ବତନ୍ତ୍ର ଯତ୍ନ ନେବାକୁ କୁହାଯାଇଛି। ଅନୁଚ୍ଛେଦ ୧୬(୪) ଅନୁଯାୟୀ ପଛୁଆ ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବାକୁ ବ୍ୟବସ୍ଥା ରହିଛି। ଗଣନା ହୋଇ ନ ଥିବାରୁ ସରକାରୀ ଚାକିରିରେ ସେମାନଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ମିଳିପାରୁ ନାହିଁ। ଦେଶର ସାମାଜିକ ବ୍ୟବସ୍ଥା ମଧ୍ୟରେ ରାଜ୍ୟର ସାମାଜିକ ବିବିଧତା କେଉଁ ଅନାଦି କାଳରୁ ରହି ଆସିଛି। ଗତ ୮୩ ବର୍ଷ ଧରି ଦେଶର ଆଧୁନିକ ରାଜ୍ୟ ଭାବେ ଓଡିଶା ଅନେକ କ୍ଷେତ୍ରରେ ପ୍ରଗତି କରିଛି। ଗତ ଦୁଇ ଦଶନ୍ଧି ଧରି ରାଜ୍ୟର ପ୍ରଗତି ହୋଇଛି। ତେବେ ୧୯୩୧ ପରଠାରୁ ଜନଗଣନାରେ ଜାତିଭିତ୍ତିକ ଗଣନାକୁ ପ୍ରାଧାନ୍ୟ ଦିଆଯାଇ ନାହିଁ। ଆସନ୍ତା ଜନଗଣନାରେ ଏସ୍‌ଇବିସି, ଏସ୍‌ସି/ଏସ୍‌ଟି ବର୍ଗ ପାଇଁ ସ୍ବତନ୍ତ୍ର ଗଣନା କରାଯିବ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏହାକୁ କାର୍ଯ୍ୟକାରୀ କରିପାରିଲେ ବାପୁଙ୍କ ଚିନ୍ତାଧାରାକୁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସାମାଜିକ, ଅର୍ଥନୈତିକ ଓ ଜାତିଭିତ୍ତିକ ଜନଗଣନା କରିବାକୁ ମହାରାଷ୍ଟ୍ର ବିଧାନସଭାରେ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର...

ବରଗଡ଼ କ୍ୟାନସର ହସ୍ପିିଟାଲ ନିର୍ମାଣ ପାଇଁ ମିଳିଲା ଅନୁମୋଦନ

ବରଗଡ଼ ଅଫିସ,୧୬।୪: ବରଗଡ଼ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଶୁକ୍ରବାର ପ୍ରଶାସନିକ ଅନୁମୋଦନ ମିଳିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ରସଂଖ୍ୟା-...

ଆର୍‌ଟିଓ ହେବ ପେପରଲେସ୍‌

ଭୁବନେଶ୍ୱର,୧୧।୨(ବ୍ୟୁରୋ):ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ଗୁଡ଼ିକର ସମସ୍ତ କାର୍ଯ୍ୟ କାଗଜ ଶୂନ୍ୟ ହେବ। ଗାଡ଼ି ପଞ୍ଜୀକରଣଠାରୁ ଆରମ୍ଭ କରି ପର୍‌ମିଟ, ନବୀକରଣ, ମାଲିକାନା ପରିବର୍ତ୍ତନ, ଲର୍ନର ଲାଇସେନ୍ସ...

ରାଜ୍ୟରେ ୬୦୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା: ଆଜି ୬୭ ଜଣଙ୍କ ଜୀବନ ନେଲା

ଭୁବନେଶ୍ୱର,୨ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୬୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ଅଧା କର୍ମଚାରୀରେ ଷ୍ଟେଟ୍‌ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ରାଜ୍ୟରେ ଏବେ ଅପରାଧ ବଢ଼ି ଚାଲିଛି। କିନ୍ତୁ ତଦନ୍ତରେ ବୈଜ୍ଞାନିକ ତଥା ଅତ୍ୟାଧୁନିକ ଜ୍ଞାନକୌଶଳର ଠିକ୍‌ ଉପଯୋଗ ହୋଇପାରୁ ନ ଥିବାରୁ ଅଧିକାଂଶ ମାମଲାରେ...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ଟୁଇନ୍‌ ସିଟିରୁ ପ୍ରାୟ ୨ ହଜାର ଗାଡ଼ି ଜବତ

ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର...

CORONAVIRUS UPDATE: ଆଜି ଚିହ୍ନଟ ହେଲେ ୭୩୬ ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୪୮୧...

ଫୌଜଦାରି ମାମଲା ବିଚାରାଧୀନ ଥିଲେ ମିଳିବନି ପଦୋନ୍ନତି: ହାଇକୋର୍ଟ

କଟକ ଅଫିସ,୨୫ା୫: କୌଣସି ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରି ମାମଲା ବିଚାରାଧୀନ ଥିଲେ ତାଙ୍କୁ ନିୟମିତ ବା ଅସ୍ଥାୟୀ...

Advertisement
Archives

Model This Week