Posted inଜାତୀୟ

ସ୍ପାଇସ୍‌ ଜେଟ୍‌ ବିମାନକୁ ଅଟକାଇଥିଲା ପାକ୍‌ ବାୟୁସେନା

ନୂଆଦିଲ୍ଲୀ,୧୮-୧୦:ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସେପ୍ଟେମ୍ବର ୨୩ରେ ନୂଆଦିଲ୍ଲୀରୁ କାବୁଲ ଯାଉଥିବା ଭାରତୀୟ ଯାତ୍ରୀବାହୀ ବିମାନକୁ ପାକିସ୍ତାନୀ ବାୟୁସେନା ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ଅଟକାଇଥିଲା ବୋଲି ଜଣାପଡିଛି। ସ୍ପାଇସ୍‌ ଜେଟ୍‌ କମ୍ପାନୀର ଉକ୍ତ ବିମାନକୁ ପାକିସ୍ତାନର ୨ଟି ଏଫ୍‌-୧୬ ଯୁଦ୍ଧବିମାନ ଘେରିଯାଇଥିଲେ। ବିମାନକୁ ତଳକୁ ଖସାଇବା ଲାଗି ସେମାନେ ସ୍ପାଇସ୍‌ ଜେଟ୍‌ର ପାଇଲଟଙ୍କୁ କହିବା ସହ ଉଡାଣର ସବିଶେଷ ବିବରଣୀ ମାଗିଥିଲେ।
ଏସ୍‌ଜି-୨୧ ବିମାନରେ ୧୨୦ ଯାତ୍ରୀ ଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେତେବେଳେ ଭାରତ ପାଇଁ ପାକିସ୍ତାନ ଏହାର ବାୟୁସୀମା ବନ୍ଦ କରି ନ ଥିଲା। ଏହା ଭାରତର ବ୍ୟବସାୟିକ ବିମାନ ଓ ଯାତ୍ରୀଙ୍କୁ ନେଇ କାବୁଲ ଅଭିମୁଖେ ଯାଉଛି ବୋଲି ସ୍ପାଇସ୍‌ ଜେଟ୍‌ର କ୍ୟାପ୍‌ଟେନ ପାକ୍‌ ବାୟୁସେନା ବିମାନର ପାଇଲଟଙ୍କୁ ଜଣାଇଥିଲେ। ଏଫ୍‌-୧୬ ଯୁଦ୍ଧବିମାନ ଦୁଇଟି ସ୍ପାଇସ୍‌ ଜେଟ୍‌ ବିମାନ ଚାରିପଟେ ଚକ୍କର କାଟିବା ସହ ଏତେ ନିକଟକୁ ଆସିଯାଇଥିଲେ ଯେ, ତାହାର ପାଇଲଟଙ୍କୁ ଯାତ୍ରୀମାନେ ସ୍ପଷ୍ଟ ଦେଖିପାରିଥିଲେ। ସେମାନେ ହାତ ହଲାଇ ସ୍ପାଇସ୍‌ ଜେଟ୍‌ ପାଇଲଟଙ୍କୁ ବିମାନ ତଳକୁ କରିବା ଲାଗି ଇସାରା ଦେଉଥିବା ଦେଖାଯାଇଥିଲା ବୋଲି ଜଣେ ଯାତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକାକରଣରେ ୩୨ ହଜାର କୋଟିିର ଦୁର୍ନୀତି: ସୁପ୍ରିମ୍‌କୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଟିକାକରଣ...

ଶାହିନ ବାଗ୍‌ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ: ପୋଲିସ ଅଯଥା ବନ୍ଦ କରିଛି ରାସ୍ତା; ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ,୨୩।୨: ଶାହିନ ବାଗ୍‌ରେ ୨ ମାସରୁ ଅଧିକ ଦିନ ଧରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଦର୍ଶନ ଜାରି ରହିଛି। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କ ସହିତ...

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ: ଲିଜ୍‌ ଟ୍ରୁସ୍‌

ନୂଆଦିଲ୍ଲୀ,୧ା୪: ଏପ୍ରିଲରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀ ଆସିଛନ୍ତି। ସେ...

ରାଜଧାନୀରେ ବନ୍ଦ ହେବ ହୋମ ଆଇସୋଲେଶନ: କରୋନା ପୀଡ଼ିତ ଯିବେ କ୍ୱାରାଣ୍ଟାଇନ ସେଣ୍ଟର

ନୂଆଦିଲ୍ଲୀ,୧୯।୬: ଦେଶରେ ବେଳକୁ ବେଳ କରୋନା ପୀଡ଼ିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଅସମ୍ଭାଳ ହୋଇ ପଡିଲାଣି। ଏହାକୁ...

ହାଓ୍ବଡ଼ା ହିଂସା ନେଇ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ…

କୋଲକାତା,୩।୪ : ସୋମବାର କଲିକତା ହାଇକୋର୍ଟ ହାୱଡା ହିଂସା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ହାଓ୍ବଡା ହିଂସା ମାମଲାର ତଦନ୍ତ କରିବାକୁ ଏନଆଇଏ...

ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୨୬।୯: ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ୍‌ ସିଂ ପୁରି ସୋମବାର ଇଣ୍ଡିଆ ଗେଟ୍‌ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ...

ରାଜସ୍ଥାନ-ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୧।୬: ରାଜସ୍ଥାନ ଓ ପଞ୍ଜାବରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଜୁନ ୨୪ରେ ଏକ ବଡ଼ ବୈଠକ ଡ଼କାଇଛନ୍ତି।...

ଗୁଜରାଟରେ ଭାଜପା, ହିମାଚଳରେ କଂଗ୍ରେସ

ନୂଆଦିଲ୍ଲୀ,୬ା୧୨:ସଦ୍ୟ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପୁଣି ଥରେ ବିଜୟୀ ହୋଇପାରେ। ଏଠାରେ ଭାଜପା ୧୩୧ ଆସନ ଦଖଲ କରି...

Advertisement
Archives

Model This Week