ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାର୍ଡ ୨୦୧୯: ମିହିର ଦାସ ‘ଏଭରଗ୍ରୀନ୍‌ ଅଭିନେତା’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାଶନାଲ ସହଯୋଗରେ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ ପକ୍ଷରୁ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ-୨୦୧୯ ଶୁକ୍ରବାର ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାବେଳେ ‘ଏଭର୍‌ଗ୍ରୀନ୍‌ ଅଭିନେତା’ ଭାବେ ବିଶିଷ୍ଟ ଅଭିନେତା ମିହିର ଦାସଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଭର୍ସାଟାଇଲ୍‌ ଅଭିନେତା ଭାବେ ସିଦ୍ଧାନ୍ତ ମହାପାତ୍ର ଏବଂ ବଲିଉଡ୍‌ରେ ଓଡ଼ିଆ ଭାବେ ରାଜେଶ କୁମାର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ପୁରସ୍କୃତ ହୋଇଥିବା ବେଳେ ତାପସ ସରଘରିଆଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’, ବାବୁସାନ୍‌ ମହାନ୍ତିଙ୍କୁ ‘ଶ୍ରେଷ୍ଠ ଅଭିନେତା’, ଭୂମିକା ଦାଶଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି। ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ‘ପିପୁଲସ୍‌ ଚଏସ୍‌ ହିରୋ ଅଫ୍‌ ଦ ଇୟର୍‌’, ଏଲିନା ସାମନ୍ତରାୟ ‘ପିପୁଲ୍ସ ଚଏସ୍‌ ଆକ୍ଟ୍ରେସ୍‌ ଅଫ୍‌ ଦ ଇୟର୍‌’ ଭାବେ ପୁରସ୍କୃତ ହୋଇଛନ୍ତି। ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଓ ଶୀତଲ ପାତ୍ରଙ୍କୁ ‘ବେଷ୍ଟ ସିଗ୍ନିଫିକାଣ୍ଟ ପର୍‌ଫର୍ମାନ୍ସ’ ପାଇଁ ପୁରସ୍କୃତ କରାଯାଇଛି।
ଏହି ଅବସରରେ ସ୍ବର୍ଗତ ହର ପଟ୍ଟନାୟକ, ରୁନୁ ପରିଜା, ଅମିୟ ପଟ୍ଟନାୟକ, ଅଭିରାମ ମିଶ୍ର, ମୀନକେତନ, କେଶବ ରାଉତ, ସୁବାସ ରାଉତ, କୁଶ ପଟ୍ଟନାୟକ, ଅନିତା ଦାଶ ଓ ସଲିଲ୍‌ ମିତ୍ରଙ୍କୁ ‘ମରଣୋତ୍ତର ଷ୍ଟାର ଆୱାର୍ଡ’ ପ୍ରଦାନ କରାଯାଇଥିଲା, ଯାହାକୁ ସେମାନଙ୍କ ଆତ୍ମୀୟ ସ୍ବଜନମାନେ ଗ୍ରହଣ କରିଥିଲେ। ପ୍ରେମ ଆନନ୍ଦଙ୍କୁ ‘ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ’, ସୁବ୍ରତ ସ୍ବାଇଁଙ୍କୁ ‘ଶ୍ରେଷ୍ଠ ଗୀତିକାର’, ହ୍ୟୁମାନ୍‌ ସାଗରଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ’, ଦୀପ୍ତିରେଖା ପାଢୀଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା’, ‘ବୋଉ ମାରିବ’ ଗୀତକୁ ଲୋକପ୍ରିୟ ସଙ୍ଗୀତ ଓ ଶ୍ରେଷ୍ଠ କୋରିଓଗ୍ରାଫର ଭାବେ ସୁଧାକର ବସନ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ରୋଜାଲିନ୍‌ ମିଶ୍ର ଓ ଭାବନା ମାଥ୍‌ୱିଙ୍କୁ ‘ଶ୍ରେଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ’ ପୁରସ୍କାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାଡର ବ୍ରାଣ୍ଡ୍‌ ଆମ୍ବାସାଡର ଅର୍ଚ୍ଚିତା ସାହୁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାଶ ନାୟକ, ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାର୍ଡର ନିର୍ଦ୍ଦେଶକ ହରପ୍ରସାଦ ମହାପାତ୍ର, ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ଦିଲୀପ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମା’ ସିଂଘାସିନୀ ଫିଲ୍ମସ୍‌ର ‘ମୁଁ ପରଦେଶୀ ଚଢେଇ’ର ମ୍ୟୁଜିକ୍‌ ରିଲିଜ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri