ସ୍ଥିତି ପାଇଁ ସଂଗ୍ରାମ କରୁଛନ୍ତି କ୍ଷୁୁଦ୍ର, ମଧ୍ୟମ ଶିଳ୍ପ

ନୂଆଦିଲ୍ଲୀ,୨୫-୩: କରୋନା ଭାଇରସର ପ୍ରଭାବରେ ଦେଶର କ୍ଷୁଦ୍ର ଶିଳ୍ପଗୁଡିକର ଅଣ୍ଟା ଭାଙ୍ଗିଯାଇଛି। ନିଜର ସ୍ଥିତି ବଜାୟ ରଖିବା ଲାଗି ଦେଶର କ୍ଷୁଦ୍ର ମଧ୍ୟମ ଶିଳ୍ପଗୁଡିକ ଏବେ ସଂଗ୍ରାମ ଜାରି ରଖିଛନ୍ତି। ସରକାର ଯଦି ଏହି ଶିଳ୍ପ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଦ୍ୱାରା ସହାୟତା ନ କରନ୍ତି ତେବେ ସ୍ଥିତି ଆହୁରି ବିଗିଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନା ଦ୍ୱାରା ଏବେ ସାରା ଦେଶରେ ୯ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ଏହି ଭାଇରସକୁ ପ୍ରତିରୋଧ କରିବା ଲାଗି ସରକାରଙ୍କ ପ୍ରସ୍ତୁତି ପର୍ଯ୍ୟାନ୍ତ ହେଉନାହିଁ। ଲୋକଙ୍କୁ ଘରେ ରହିବା ଲାଗି କୁହାଯାଇଛି। ଏବେ ସୁଧା ସରକାର ବଜେଟ ସହାୟତା କିମ୍ବା ସୁଧହାର ହ୍ରାସ ଭଳି ପଦକ୍ଷେପ ଘୋଷଣା କରିନାହାନ୍ତି। କ୍ଷୁଦ୍ର ମଧ୍ୟମ ଶିଳ୍ପ ଶ୍ରମିକ ଆଧାରିତ ହୋଇଥିବା ଏଥିରେ ପ୍ରାୟ ୧୦୦ ନିୟୁତ ଲୋକ କାମ କରୁଛନ୍ତି। ଏହି କ୍ଷେତ୍ରକୁ ତ୍ୱରୀତ ଭିତ୍ତିରେ ଆର୍ଥତ୍କ ସହାୟତା ଏବଂ ଋଣ ଯୋଗାଣ ହେବାର ଆବଶ୍ୟକତା ରହିଛି। ଏହା ହେଲେ ଶ୍ରମଶକ୍ତିକୁ ଠିକ୍‌ କରି ରଖିବା ସହ ପ୍ଲାଣ୍ଟ ଏବଂ ମେଶିନାରୀଗୁଡିକୁ ଚଳାଇ ରଖିବା ଦିଗରେ ସହାୟକ ହେବ ବୋଲି ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ ଅଫ୍‌ ଇଣ୍ଡିଆର ମୁଖ୍ୟ ରବି ଶେହଗଲ କହିଛନ୍ତି। ଏହି ସମୟରେ ଭାରତର ଅଭିବୃଦ୍ଧି ଆକଳନକୁ ଅନେକ ଅନ୍ତର୍ଜାତୀୟ ଏଜେନ୍ସି ଏବେ କମ୍‌ କରୁଛନ୍ତି। ଆସନ୍ତା ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି କମିବ ବୋଲି ଅନେକେ ଆକଳନରେ କହିଛନ୍ତି। ଏହା ହେଲେ ସ୍ଥିତି ଆହୁରି ବିଗିଡିବ ବୋଲି କୁହାଯାଉଛି। ଅର୍ଥ ବ୍ୟବସ୍ଥାକୁ ନଗଦ ଯୋଗାଣ ଦିଗରେ ରିଜର୍ଭ ବ୍ୟାଙ୍କ କିଛି ପଦକ୍ଷେପ ନେଇଛି। ଆଗାମୀ ଦିନରେ ସୁଧହାର ହ୍ରାସ ଘୋଷଣା କରାଗଲେ ମଧ୍ୟ ଏହା ଅର୍ଥ ବ୍ୟବସ୍ଥା ଲାଗି ପର୍ଯ୍ୟାପ୍ତ ହେବ ନାହିଁ ବୋଲି କେତେକ ବଜାର ବିଶେଷଜ୍ଞ ଯୁକ୍ତି ବାଢିଛନ୍ତି। ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରୟଟର୍ସକୁ କହିଛନ୍ତି ଯେ, ବିତ୍ତିୟ ନିୟଣ୍ଟକୁ ସରକାର ନ ବିଚାର କରି ଅର୍ଥ ବ୍ୟବସ୍ଥାର ସୁଧାର ଦିଗରେ ପଦକ୍ଷେପ ନେବା ଆବଶ୍ୟକ। କମ୍ପାନୀଗୁଡିକୁ ପୁନଃ ଫାଇନାନ୍ସ ପ୍ରଦାନ ଏବଂ ସ୍ପଳ୍ପମିଆଦି ଲାଏବିଲିଟି ଉପରେ ନିୟାମକ ବିଚାର କରିବାର ଆବଶ୍ୟକତା ରହିଥିବା ଡାନଟ୍ରନ ଇନଭେଷ୍ଟମେଣ୍ଟର ପୋର୍ଟଫୋଲିଓ ମ୍ୟାନେଜର ଭେଙ୍କଟ ପଶୁପୁଲେତି କହିଛନ୍ତି। ଅକ୍ଟୋବର-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥ ବ୍ୟବସ୍ଥା ୬ ବର୍ଷର ସର୍ବନିମ୍ନ ସ୍ତର ୪.୭% ରହିଛି। ସାରା ବର୍ଷ ବିକାଶ ହାର ୫% ରହିବା ନେଇ ଆକଳନ କରାଯାଇଛି। ୨୦୦୮ ବିଶ୍ୱ ମାନ୍ଦାବସ୍ଥା ପରଠାରୁ ଏହା ଭାରତର ସବୁଠାରୁ ସର୍ବନିମ୍ନ ସ୍ତର। ଆସନ୍ତା ଆର୍ଥତ୍କ ବର୍ଷ ଏପ୍ରିଲ ଜୁନ ତ୍ରୈମାସରେ ବିକାଶ ହାର ୩.୧%ରୁ ୩.୪% ରହିବ ବୋଲି ୨ ବରିଷ୍ଠ ସରକାରୀ ଅଧିକାରୀ ମତ ରଖିଛନ୍ତି। ଚଳିତ ତ୍ରୈମାସରେ ଆର୍ଥତ୍କ କାର୍ଯ୍ୟକଳାପ କମୁଥିବା ମଧ୍ୟ ନଜରକୁ ଆସିଥିବା ସେମାନେ ମତବ୍ୟକ୍ତ କରିଛନ୍ତି। ବିଶ୍ୱର ୫ମ ବୃହତ୍ତ ଅର୍ଥ ବ୍ୟବସ୍ଥା ଭାବେ ଭାରତ ପରିଗଣିତ ହେଉଥିବା ବେଳେ ସମସ୍ୟା ସମାଧାନକୁ ଏଭଳି ଅଣଦେଖା ନ କରିବା ଆବଶ୍ୟକ ବୋଲି ଆସୋଚାମର ମୁଖ୍ୟ ନିରଞ୍ଜନ ହୀରାନନ୍ଦୀନି କହିଛନ୍ତି। ବାଣିଜ୍ୟଗୁଡିକ ଦେବାଳିଆ ହୋଇଯିବା ପୂର୍ବରୁ ଆର୍ଥତ୍କ ଏବଂ ବିତ୍ତୀୟ ସହାୟତା ପ୍ରଦାନ ଦ୍ୱାରା ସେଗୁଡିକୁ ସୁରକ୍ଷା ପ୍ରଦାନ ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ଇ-କମର୍ସରେ ମିଳିବ ମୋବାଇଲ,ଟିଭି, ଫ୍ରିଜ୍‌

ନୂଆଦିଲ୍ଲୀ,୧୭।୪ : ଇ-କମର୍ସ କମ୍ପାନୀଗୁଡ଼ିକୁ ସରକାର ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ଚଳିତ ମାସ ୨୦ରୁ ଇ-କମର୍ସ ସାଇଟଗୁଡିକରେ ଲୋକମାନେ ମୋବାଇଲ, ଟିଭି ଏବଂ...

ବ୍ୟାଙ୍କଗୁଡ଼ିକର ଚିନ୍ତା ବଢ଼ାଇବ ଏନ୍‌ପିଏ

ମୁମ୍ବାଇ,୨୫।୭: ଦେଶର ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ସୁରକ୍ଷିତ ରହିଛି। ବ୍ୟାଙ୍କଗୁଡିକ ବର୍ତ୍ତମାନ ଅନାଦାୟ ଋଣ(ଏନ୍‌ପିଏ) ସମସ୍ୟା ସହ ଜୁଝୁଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଦେଶର ବଜାର ଗଭୀର...

ଦେଶରେ ସ୍ଥାପନ ହେବ ୨୨ ହଜାର ଇଭି ଚାର୍ଜିଂ ଷ୍ଟେଶନ

ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ସମେତ ୨ ଅନ୍ୟ ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ୨୨ ହଜାର ଇ-ଯାନ ଚାର୍ଜିଂ ଷ୍ଟେଶନ ବସାଇବେ। ୩ରୁ ୫ ବର୍ଷରେ...

ଇ-କମର୍ସ ସାଇଟରେ ପାର୍ବଣ ଅଫର

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଉପଲକ୍ଷେ ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍‌, ଫ୍ଲିପ୍‌କାର୍ଟ, ମିଶୋ ଓ ମିନ୍ତ୍ରା ପକ୍ଷରୁ ମେଗା ସେଲ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଆଇଟି ସେକ୍ଟରରେ ବଢ଼ୁଛି ନିଯୁକ୍ତି

ନୂଆଦିଲ୍ଲୀ,୧୭-୫: ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଟି) କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିରେ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ଭାରି ମାତ୍ରାରେ ନିଯୁକ୍ତି ଦିଆଯାଉଛି। ଗତ ଆର୍ଥିକ ବର୍ଷରେ ନିଯୁକ୍ତି କ୍ଷେତ୍ର ମାନ୍ଦା...

ଶୀଘ୍ର ଟ୍ରାକ୍‌କୁ ଫେରିପାରିବେନି ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୭।୪: କୋଭିଡ୍‌-୧୯ ଦେଶର ଅଣୁ କ୍ଷୁଦ୍ର ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ର ସମସ୍ୟା ବଢାଇଦେଇଛି। ମାନ୍ଦାବସ୍ଥା ସହ ଜୁଝୁଥିବା ଏହି ଶିଳ୍ପଗୁଡିକର କାରବାର ଲକ୍‌ଡାଉନ ପାଇଁ ପୁଣି ଥରେ...

ସାମ୍‌ସଙ୍ଗ ଦେଲା ୨୦ କୋଟି

ନୂଆଦିଲ୍ଲୀ,୧୮।୪: କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା ଲାଗି ସାମ୍‌ସଙ୍ଗ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀ ପିଏମ୍‌ କେୟାର୍ସ...

ପିଆଜ ମହଜୁଦ ସୀମାରେ ପୁଣି ପରିବର୍ତ୍ତନ

ନୂଆଦିଲ୍ଲୀ,୧୦-୧୨: ଦେଶରେ ପିଆଜ ଦର କମୁ ନ ଥିବା ବେଳେ ସରକାର ପୁଣି ଥରେ ପିଆଜ ମହଜୁଦ ସୀମରେ ପରିବର୍ତ୍ତନ କରିଛନ୍ତି। ଖୁଚୁରା ବ୍ୟବସାୟୀଙ୍କ ଲାଗି...

Advertisement
Archives

Model This Week