ସ୍ତ୍ରୀ-ଛୁଆଙ୍କଠୁ ଦୂରରେ ରଖିଛି କରୋନା: ରନ୍ଧନ ଗ୍ୟାସ ପରିବହନ କରୁଥିବା ଟ୍ରକ୍‌ ଚାଳକଙ୍କ ଦୁଃଖ

ବୈପାରୀଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଝିଅ। ମାସେରୁ ଅଧିକ ହେବ ବାପାଙ୍କୁ ନ ଦେଖି ଝିଅମାନେ ଅଥୟ ହୋଇ କାନ୍ଦୁଛନ୍ତି। ପରିବାର ଲୋକଙ୍କୁ ଭେଟିବା ପାଇଁ କିମ୍ବା ପନିପରିବା ଆଣିବାକୁ ଗଲେ ଲୋକେ ବାରଣ କରୁଛନ୍ତି। ଛୋଟ ଛୁଆଙ୍କୁ ଗେଲ କରିବାକୁ ଇଚ୍ଛା ହେଉଥିଲେ ବି ବାଧା ଦେଉଛି ସାମାଜିକ କଟକଣା। ରନ୍ଧନ ଗ୍ୟାସ ପରିବହନରେ ନିୟୋଜିତ ଥାଇ ପରିବାର ସହ ମିଶିପାରୁ ନ ଥିବା ଜଣେ ଟ୍ରକ୍‌ ଚାଳକଙ୍କ ଏ ହେଉଛି କୋହଭରା କଥା।
ବୈପାରୀଗୁଡ଼ା ବ୍ଲକ ଅମଳାଭଟ୍ଟା ଗ୍ରାମର ରମେଶ ମାଝି ସ୍ଥାନୀୟ ଅଞ୍ଚଳର ରନ୍ଧନ ଗ୍ୟାସ ଏଜେନ୍ସିରେ ବହୁ ଦିନ ତଳୁ ଡ୍ରାଇଭର ଅଛନ୍ତି। ଗ୍ୟାସ ଟାଙ୍କି ଆଣିବା ପାଇଁ ସେ ଅଧିକାଂଶ ଦିନ ବିଶାଖାପାଟଣା ଯାଆନ୍ତି। ଏହି ଦାୟିତ୍ୱଟି ପୂର୍ବରୁ ପେଟ ପୋଷୁଥିବା ବେଳେ ଏବେ ତାହା ପରିବାରଠାରୁ ବିଚ୍ଛେଦ କରିଛି। କରୋନା ଆତଙ୍କ ପରେ ସେ ପରିବାର ଲୋକଙ୍କୁ ଭେଟିବାକୁ ଗଲେ ଗଁ। ଭିତରକୁ ଲୋକେ ଛାଡୁନାହାନ୍ତି। ଗଁ। ଲୋକେ ଜଣାଇବା ପରେ ସ୍ଥାନୀୟ ସରପଞ୍ଚ ମଧ୍ୟ ତାଙ୍କୁ ଲୋକଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ମାସେରୁ ଅଧିକ ହେବ ସେ ବାଧ୍ୟହୋଇ ଗ୍ୟାସ ଡିପୋରେ ଏକା ଏକା ରହୁଛନ୍ତି। ମାସିକ ୧୦ ହଜାର ଟଙ୍କା ଦରମାରେ ସେ ଜୀବନକୁ ବାଜି ଲଗାଇ ଏବେ ଲୋକଙ୍କ ପାଇଁ କାମ କରୁଛନ୍ତି, କିନ୍ତୁ ସମାଜ ତାଙ୍କୁ ଯେପରି ଅଣଦେଖା କରୁଛି ତାହା ତାଙ୍କୁ ମର୍ମାହତ କରିଛି। ସେପାଖେ ରମେଶଙ୍କ ଅନୁପସ୍ଥିତିରେ ଛୋଟ ପିଲାଙ୍କ ସହ ତାଙ୍କ ସ୍ତ୍ରୀ ଦୁଃଖକଷ୍ଟରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri