ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗିଦେଲେ ସ୍ବାମୀ: ଡାଳ ଭିଙ୍ଗିଯିବାରୁ ବଞ୍ଚିଗଲେ ସ୍ତ୍ରୀ

ଆନନ୍ଦପୁର,୧୪।୬(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନଦୁଆଁ ଗ୍ରାମରେ ରଜ ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗି ଦେଇଥିଲେ ସ୍ବାମୀ। ତେବେ ଗଛ ଡାଳ ଭାଙ୍ଗିଯିବାରୁ ସ୍ତ୍ରୀ ବଞ୍ଚିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଭଦ୍ରକ ଜିଲା ଅଗରପଡ଼ା ଥାନା ଅନ୍ତର୍ଗତ ଘଣ୍ଟଗଡ଼ିଆ ଗାଁର ସ୍ବର୍ଗତ ଶଶିକାନ୍ତ ଦେହୁରୀଙ୍କ ବଡ଼ ଝିଅ ଗୌରୀଙ୍କ ସହ ପ୍ରାୟ ୭ବର୍ଷ ପୂର୍ବେ ଘସିପୁରା ଥାନା ନଦୁଆଁ ଗାଁର ମାଗୁଣି ଦେହୁରୀଙ୍କ ପୁଅ ପ୍ରମୋଦଙ୍କ ବିବାହ ହୋଇଥିଲା। ଉଭୟଙ୍କର ଏକ କନ୍ୟା ମଧ୍ୟ ଅଛନ୍ତି। ହେଲେ ପ୍ରମୋଦ ଗୌରୀଙ୍କୁ ବିଭିନ୍ନ ସମୟରେ ମାଡ଼ଗାଳି ଦେଉଥିଲେ। ଘସିପୁରା ଓ ଅଗରପଡ଼ା ଥାନାରେ ଏ ନେଇ ପୂର୍ବରୁ ଅଭିଯୋଗ ହୋଇ ଆପୋସ ସମାଧାନ ମଧ୍ୟ ହୋଇଥିଲା। ଗୌରୀଙ୍କ ମା’ ସସ୍ମିତାଙ୍କ କହିବା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଝିଅର ଡ୍ରେସ୍‌ କିଣିବାକୁ କହି ପ୍ରମୋଦ ଗୌରୀଙ୍କୁ ଦେଓଗାଁ ବଜାରକୁ ନେବାକୁ କହିଥିଲେ। ହେଲେ ଦେଓଗାଁ ନେବା ପରିବର୍ତ୍ତେ ଝାଡ଼କୁଣ୍ଡି ନିକଟରେ ଥିବା ଏକ କାଜୁ ଜଙ୍ଗଲକୁ ନେଇ ସେଠାରେ ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ଦେଇଥିଲେ। ଗୌରୀ ବେହୋସ ହେବାପରେ ପିନ୍ଧା ଓଢ଼ଣିରେ ତାଙ୍କୁ ଏକ ଗଛରେ ଟାଙ୍ଗିଦେଇ ପଳାଇଥିଲେ। ହେଲେ ଗଛର ଡାଳଟି ଭାଙ୍ଗି ପଡିବାରୁ ସେ ତଳେପଡ଼ି ଯାଇଥିଲେ। ଶୁକ୍ରବାର ସକାଳୁ ହୋସ ଆସିବାପରେ ଗାଁ ନିକଟକୁ ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ବାପ ଘରକୁ ଖବର କରିଥିଲେ। ବାପଘର ଲୋକେ ପହଞ୍ଚି ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ଘସିପୁରା ପୋଲିସ୍‌ ପ୍ରମୋଦଙ୍କୁ ଖୋଜାଖୋଜି କରୁଛି । ହେଲେ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ନିଜଆଡୁ ଘଟଣାର ଅନୁସନ୍ଧାନ ଜାରିରଖିଛି। ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି ଘସିପୁରା ଥାନା ଅଧିକାରୀ ବିରଞ୍ଚି ବାଗ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri