ସ୍ତନ୍ୟପାନ ବେଳେ ଅସୁବିଧା

ଶିଶୁ ଜନ୍ମ ପରେ କ୍ଷୀରର ପରିମାଣ କମ୍‌ ଥାଏ। ସାଧାରଣତଃ ତୃତୀୟ ଦିନ କ୍ଷୀର ସର୍ବାଧିକ ଝରିଥାଏ। ତେଣୁ ତା’ ପର ଠାରୁ ସ୍ତନ ଟାଣ ହେବା ଏବଂ ଦରଜ ହେବା ଆରମ୍ଭ ହୋଇଥାଏ। କେବଳ ଏତିକି ନୁହେଁ କେବେ କେବେ ଜ୍ୱର ମଧ୍ୟ ହୋଇଥାଏ। ତେଣୁ ମା’ମାନେ ବ୍ୟସ୍ତ ନ ହୋଇ ଶିଶୁକୁ ଯେତେ ପାରିବେ କ୍ଷୀର ପିଆଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଆବଶ୍ୟକ ସ୍ଥଳେ ମାନୁଆଲ୍‌ ଏକ୍ସପ୍ରେଶନ୍‌ ବା ହାତରେ ଚିପି କ୍ଷୀର ବାହାର କରିବାକୁ ପଡିଥାଏ।
ସ୍ତନ୍ୟଦାତ୍ରୀଙ୍କ ଠାରେ ସ୍ତନର ଅଗ୍ର ଭାଗ ବା ନିପ୍‌ଲରେ କ୍ରାକ୍‌ ହେବା ବା ଫାଟିବା ସମସ୍ୟା ଦେଖା ଦେଇଥାଏ। ଯାହାଫଳରେ ମା’ଙ୍କୁ ସ୍ତନପାନ କରାଇବା ସମୟରେ ଅତ୍ୟଧିକ ବ୍ୟଥା ହୋଇଥାଏ। ତେଣୁ ଏପରି ସମସ୍ୟା ଦେଖା ଦେବା ମାତ୍ରେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଏଣ୍ଟମେଣ୍ଟ ଲଗାଇବା ଆବଶ୍ୟକ। ଏହାଦ୍ୱାରା ନିପ୍‌ଲ ନରମ ହେବା ସହ ସ୍ତନ୍ୟପାନ ସମୟରେ କଷ୍ଟ କମ୍‌ ହୋଇଥାଏ। ହେଲେ ଏହି ଅଏଣ୍ଟମେଣ୍ଟ ବ୍ୟବହାର କରୁଥିଲେ ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଭଲ ଭାବେ ନିପ୍‌ଲରୁ ଅଏଣ୍ଟମେଣ୍ଟ ପୋଛି ସଫା କରିବାକୁ ପଡିବ, ନଚେତ ତାହା ଶିଶୁର ପେଟକୁ ଚାଲିଯିବ। କ୍ରାକ୍‌ ନିପଲ୍‌ କଷ୍ଟର ଉପଶମ ପାଇଁ ନିପଲ୍‌ ଶିଲ୍ଡ ମଧ୍ୟ ବ୍ୟବହାର କରାଯାଇଥାଏ।
ବେଳେ ନିପଲ୍‌ ସ୍ତନ ବାହାରକୁ ନ ଥାଇ ଭିତରକୁ ପଶିଲା ଭଳି ରହିଥାଏ। ଯାହାକୁ ରିଟ୍ରାକ୍ଟେଡ୍‌ ନିପଲ୍‌ ବୋଲି କୁହାଯାଇଥାଏ। ଫଳରେ ମା’ ଶିଶୁକୁ କ୍ଷୀର ଖୁଆଇ ପାରନ୍ତି ନାହିଁ ଓ କ୍ଷୀର ରହିବା ଯୋଗୁ ଅତ୍ୟଧିକ କଷ୍ଟ ହୋଇଥାଏ। ଏ କ୍ଷେତ୍ରରେ ତୁରନ୍ତ ସମାଧାନ କରିବାକୁ ପଡିଥାଏ। ଅର୍ଥାତ୍‌ ଡାକ୍ତରଖାନାରେ ସିରିଞ୍ଜ ମାଧ୍ୟମରେ ପ୍ରେସର ଦେଇ ନିପ୍‌ଲକୁ ବାହାରକୁ ଟଣା ଯାଇଥାଏ।
NICU ରେ ରହିବା କିମ୍ବା କୌଣସି କାରଣରୁ କ୍ଷୀର ନ ଖାଇବା ଦ୍ୱାରା ସ୍ତନରେ କ୍ଷୀର ଜମାଟ ବାନ୍ଧି ଖୁବ୍‌ ବ୍ୟଥା ହୋଇଥାଏ। ଏହା ପ୍ରଭାବରେ ଜ୍ୱର ହୋଇଥାଏ। କେବେ କେବେ କ୍ଷୀର ରହିଯାଇ ବଥ ହୋଇଯାଏ। ତେଣୁ କ୍ଷୀର ରହିଯାଇ ସ୍ତନ ଟାଣ ଲାଗିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଯଥା ସମୟରେ ବିଭିନ୍ନ ଉପାୟରେ କ୍ଷୀର କାଢିବାକୁ ପଡ଼ିଥାଏ।

ଡା. ପ୍ରଦୀପ କୁମାର ପାଣିଗ୍ରାହୀ

-ସ୍ପର୍ଶ ହସ୍ପିଟାଲ


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri