ସ୍ତନ୍ୟପାନ: ବଦଳୁଛି ଓଡ଼ିଶାର ଚିତ୍ର

ଭୁବନେଶ୍ୱର, ୨।୮(ବ୍ୟୁରୋ) : ବିଶ୍ୱର ଏକତୃତୀୟାଂଶ ଶିଶୁ ଅପପୁଷ୍ଟି ଯୋଗୁ ୫ ବର୍ଷ ହେବା ପୂର୍ବରୁ ଆଖି ବୁଜିଥାନ୍ତି। ସନ୍ତାନ ପ୍ରସବ ହେବାର ଏକଘଣ୍ଟା ମଧ୍ୟରେ ସ୍ତନ୍ୟପାନ ବା କୋଲୋଷ୍ଟ୍ରମ୍‌ ପାନ ଏବଂ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା ଜରୁରୀ। କିନ୍ତୁ ଏ ସମ୍ପର୍କରେ ଅନେକେ ଅବଗତ ନୁହନ୍ତି। ଏଥିଯୋଗୁ ଦୁଇ ତୃତୀୟାଂଶ ଶିଶୁଙ୍କ ମୃତ୍ୟୁ ଘଟୁଛି। ହେଲେ ସ୍ତନ୍ୟପାନ କ୍ଷେତ୍ରରେ ଏବେ ଓଡ଼ିଶାରେ ଚିତ୍ର ଧୀରେ ଧୀରେ ବଦଳୁଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହିଳାମାନେ ସ୍ତନ୍ୟପାନ ପ୍ରତି ଅଧିକ ସଚେତନ ହୋଇଛନ୍ତି। ପ୍ରସବ ପରର ପ୍ରଥମ ଦୁଗ୍ଧପାନ(କୋଲୋଷ୍ଟ୍ରମ୍‌ ପାନ) କରାଇବା ଏବଂ ନବଜାତକର ଯତ୍ନ ନେବାର ଅନ୍ୟାନ୍ୟ ଦିଗ ପ୍ରତି ଗର୍ଭବତୀ ମହିଳା ଏବଂ ନୂତନ ଭାବେ ମା’ ହୋଇଥିବା ମହିଳାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧିପାଇଛି।
‘ଚାଇଲ୍ଡ ରାଇଟ୍ସ ଆଣ୍ଡ୍‌ ୟୁ’ ଓ ‘ଭଏସ୍‌ ଫର୍‌ ଚାଇଲ୍ଡ ରାଇଟ୍ସ ଇନ୍‌ ଓଡ଼ିଶା’(ଭିସିଆର୍‌ଓ) ପକ୍ଷରୁ ମାତୃସ୍ବାସ୍ଥ୍ୟକୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, କୋଲୋଷ୍ଟ୍ରମ୍‌ ପାନ କରାଇବା ଦିଗରେ ଆଭ୍ୟନ୍ତରୀଣ ଓଡ଼ିଶା ତଥା ଆଦିବାସୀ ମହିଳାମାନେ ବିଶେଷ ସଚେତନ ହୋଇଛନ୍ତି। ବଲାଙ୍ଗୀର, କୋରାପୁଟ, ବରଗଡ଼, କଳାହାଣ୍ଡି ଓ କନ୍ଧମାଳର ୧୬୪ ଗ୍ରାମର କେତେଜଣ ମହିଳାଙ୍କୁ ନେଇ ମୋବାଇଲ୍‌ ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେକର୍ଡ (ଆଇଭିଆର) ଜରିଆରେ କରାଯାଇଥିବା ଏହି ସର୍ଭେରୁ ଜଣାଯାଇଛି ଯେ, ୯୧% ମହିଳା ନବଜାତକକୁ କୋଲୋଷ୍ଟ୍ରମ୍‌ ପାନ କରାଇଥାନ୍ତି। ସେହିଭଳି ୭% ନିଜ ସନ୍ତାନକୁ କୋଲୋଷ୍ଟ୍ରମ୍‌ ପାନ କରାଇ ନଥିବା ବେଳେ ୨% ଏହି ପ୍ରକ୍ରିୟା ବିଷୟରେ କିଛି ଜାଣି ନଥିବା କହିଛନ୍ତି। ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଅଧିକାଂଶ ମହିଳା ଘର ଅପେକ୍ଷା ଡାକ୍ତରଖାନା ବା ନିକଟସ୍ଥ ହସ୍ପିଟାଲରେ ସନ୍ତାନ ପ୍ରସବ କରିବାକୁ ଉଚିତ ମଣୁଛନ୍ତି। ଅନୁନ୍ନତ ତଥା ଅବିକଶିତ ଅଞ୍ଚଳରେ ମଧ୍ୟ ଏଭଳି ସକାରାତ୍ମକ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ୯୪% ମହିଳା ଡାକ୍ତରଖାନାରେ ପ୍ରସବ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୯% ସାଧାରଣ ସ୍ବାସ୍ଥ୍ୟ କେନ୍ଦ୍ରରେ, ୨୮% ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ୭% ଘରୋଇ ହସ୍ପିଟାଲ୍‌ରେ ପ୍ରସ୍ତବ କରାଉଥିବା ଏହି ସର୍ଭେରୁ ଜଣାପଡ଼ିଛି। ତେବେ ପାଖାପାଖି ୬% ମହିଳା ଘରେ ସନ୍ତାନ ପ୍ରସବ କରାଉଥିବା କହିଛନ୍ତି। ତେବେ ହସ୍ପିଟାଲରେ ନବଜାତକଙ୍କୁ କୋଲୋଷ୍ଟ୍ରମ୍‌ ପାନ କରାଇବା ବାଧ୍ୟତାମୂଳକ ହୋଇଥିବା ବେଳେ ଘରେ ସନ୍ତାନ ପ୍ରସବ କରିବା ବେଳେ ଲୋକମାନେ ଭ୍ରାନ୍ତଧାରଣାର ଶିକାର ହୋଇ ଏଥିରୁ ଦୂରେଇ ରୁହନ୍ତି।
ଅନ୍ୟପକ୍ଷରେ ୨୦୧୫-୧୬ରେ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)-୪ ତଥ୍ୟରୁ ଜଣାପଡ଼ିଥିଲା ଯେ, ଗ୍ରାମୀଣ ଓଡ଼ିଶାରେ ୬୮.୭ ପ୍ରତିଶତ ୩ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ପ୍ରସବର କିଛିଘଣ୍ଟା ଭିତରେ ସ୍ତନ୍ୟପାନ କରାଯାଏ। ୬ ମାସରୁ କମ୍‌ ବୟସର ୬୫.୮ ପ୍ରତିଶତ ଶିଶୁଙ୍କୁ ସ୍ବତନ୍ତ୍ର ଭାବେ ସ୍ତନ୍ୟପାନ କରାଯାଏ। ତେବେ ଏହି ଆଇଭିଆର୍‌ ସର୍ଭେକୁ ଦେଖିଲେ କୋଲୋଷ୍ଟ୍ରମ୍‌ ପାନ କରାଇବାର ମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ଦେଖାଯାଏ। ସ୍ବାସ୍ଥ୍ୟ କର୍ମୀମାନଙ୍କ କାଉନ୍‌ସେଲିଂ, ମା’ ଗୃହରେ ଏଏନ୍‌ଏମ୍‌ଙ୍କ ପରାମର୍ଶ ଆଦି ଏଭଳି ସକାରାତ୍ମକ ପରିବର୍ତ୍ତନ ଆଣିଥିବା କୁହାଯାଇଛି। ଅଗଷ୍ଟ ୧ରୁ ୭ ତାରିଖକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହଭାବେ ପାଳନ କରାଯାଉଥିବା ବେଳେ ଓଡ଼ିଶା ପାଇଁ ଏହା ଏକ ଭଲ ଖବର ବୋଲି ‘ଚାଇଲ୍ଡ ରାଇଟ୍ସ ଆଣ୍ଡ୍‌ ୟୁ’ର ପ୍ରୋଗ୍ରାମ ହେଡ୍‌ ମୋହୁଆ ଚାଟାର୍ଜୀ କହିଛନ୍ତି। କୋଲୋଷ୍ଟ୍ରମ୍‌ରେ କେବଳ ପ୍ରୋଟିନ, ଭିଟାମିନ୍‌ ‘ଏ’ କିମ୍ବା ସୋଡିୟମ କ୍ଲୋରାଇଡ୍‌ ନଥାଏ, ବରଂ ଏଥିରେ କାର୍ବୋହାଇଡ୍ରେଟ୍‌, ପୋଟାସିୟମ ଓ କ୍ଲୋରାଇଡର ମାତ୍ରା ମଧ୍ୟ କମ୍‌ ଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri