ସ୍କୁଲ ପାଠପଢ଼ା ବେଳୁ ଥିଲା ସାହିତ୍ୟ ପ୍ରତି ଆକର୍ଷଣ:ପିଟର ହାଣ୍ଡ୍‌କେ

ଭିଏନା: ଅଷ୍ଟ୍ରିଆର ପିଟର ହାଣ୍ଡ୍‌କେଙ୍କୁ ୨୦୧୯ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସାହିତ୍ୟ ପ୍ରତି ତାଙ୍କର ରହିଥିବା ଅହେତୁକ ରୁଚି ସ୍କୁଲରେ ପାଠପଢ଼ିବା ବେଳୁ ରହିଆସିଛି। ଜର୍ମାନ୍‌ ଭାଷାରେ ସେ ଅନେକ ସାହିତ୍ୟ ରଚନା କରିଥିବାବେଳେ ଅନେକ ସମ୍ମାନର ମଧ୍ୟ ଅଧିକାରୀ ହୋଇପାରିଛନ୍ତି। ୧୯୪୨ ଡିସେମ୍ବର ୬ରେ ଜନ୍ମଗ୍ରହଣ କରିଥିବା ହାଣ୍ଡ୍‌କେ କ୍ୟାଥୋଲିକ ବୋର୍ଡିଂ ସ୍କୁଲରେ ପାଠପଢ଼ିଥିଲେ। ସ୍କୁଲ ମାଗାଜିନରେ ପ୍ରଥମ ଥର ଲାଗି ତାଙ୍କର ଲେଖା ପ୍ରକାଶ ପାଇଥିଲା। ପରେ ସେ ବିଭିନ୍ନ ଯୁବ ଲେଖକଙ୍କ ସଂସ୍ପର୍ଶରେ ଆସି ନିଜ ଲେଖାକୁ ଶାଣିତ କରିଥିଲେ। ୧୯୭୧ରେ ମା’ଙ୍କ ଆତ୍ମହତ୍ୟା ତାଙ୍କୁ ଗଭୀର ଆଘାତ ଦେଇଥିଲେ ହେଁ କେବେ ସେ ଲେଖାଠାରୁ ଦୂରେଇ ରହି ନ ଥିଲେ। ସ୍ବଲିଖିତ ‘ଦ ହର୍ନେଟ୍ସ’ ଏବଂ ନାଟକ ‘ଅଫେଣ୍ଡିଂ ଦ ଅର୍ଡିଏନ୍ସ’ ବେଶ୍‌ ଚର୍ଚ୍ଚିତ ଥିଲା। ୧୯୯୬ରେ ତାଙ୍କର ‘ ଏ ଜର୍ନି ଅଫ୍‌ ଦ ରିଭର: ଜଷ୍ଟିସ ଫର୍‌ ସର୍ବିୟା’ ଝଡ଼ ସୃଷ୍ଟି କରିଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ହାଣ୍ଡକେଙ୍କ ଲେଖା ଓ ମାନବୀୟ ଅଭିଜ୍ଞତା ତାଙ୍କୁ ବଳିଷ୍ଠ କରିପାରିଥିବା ସ୍ବୀଡିଶ୍‌ ଏକାଡେମୀ ପକ୍ଷରୁ କୁହାଯାଇଛି। ବିଭିନ୍ନ ଗଳ୍ପ, ଉପନ୍ୟାସ ଆଦି ଲେଖିବା ସହ ଜର୍ମାନ ନିର୍ଦ୍ଦେଶକ ତଥା ବନ୍ଧୁ ଓ୍ବିମ୍‌ ଓ୍ବେଣ୍ଡର୍ସଙ୍କୁ ନେଇ ସେ ଫିଲ୍ମ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ। ଏମିତିକି ଅନେକ ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍‌: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ

ଇସଲାମାବାଦ,୧୩ା୭: ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍‌ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ...

ପିପିଇ କିଟ୍‌ ସିଲେଇ କରୁଛନ୍ତି ୯ ବର୍ଷର ଝିଅ

ସେରେମ୍ବାନ୍‌: କରୋନା ଯୁଦ୍ଧରେ କୋଭିଡ୍‌ ଯୋଦ୍ଧାଙ୍କୁ ଲୋକେ ସମ୍ମାନ ଜଣାଇବାକୁ ସବୁଆଡ଼େ କୁହାଯାଉଛି। ତେବେ ଏହି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ...

କରୋନା ସଂକ୍ରମଣ: ସହାୟତାର ହାତ ବଢ଼ାଇଲା ଗୁପ୍ତଚର ସଂସ୍ଥା

ତେଲଅଭିଭ୍‌,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇସ୍ରାଏଲ୍‌ରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ସାଧାରଣ ଲୋକଙ୍କଠାରୁ...

ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ଓ୍ବାଶିଂଟନ,୭।୩: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ବାଧିନତା ସଂଗ୍ରାମୀ ଅମୃତ କୌରଙ୍କୁ ଟାଇମ୍‌ ମାଗାଜିିନର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି। ଟାଇମ୍‌...

ମେଦବହୁଳତା ଯୋଗୁ ଜେଲ ଯିବାରୁ ବର୍ତ୍ତିଗଲେ ବଳାତ୍କାରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାନବେରା: ଅପରାଧୀ ଯେତେ ଚାଲାକ ହୋଇଥାଉ ନା କାହିଁକି ଆଇନ ହାତରେ ଦିନେ ନା ଦିନେ ସେ ଧରାପଡେ। ହେଲେ ଜଣେ ଅବରାଧୀ ନିଜର ମେଦବହୁଳତା...

ବାଇଡେନ, ହାରିସଙ୍କ ହେବ କରୋନା ଟେଷ୍ଟ

ଓ୍ବାଶିଂଟନ୍‌,୨୫।୮: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଧୂମକେତୁ ସ୍ବାନ୍‌: ମେ ୨୭ରେ ହେବ ନିକଟବର୍ତ୍ତୀ, ଆକାଶର ରଙ୍ଗ ପାଲଟିବ ହଳଦିଆ

ଓ୍ବାଶିଂଟନ,୨୧ା୫: ପୃଥିବା ଆଡ଼କୁ ଦ୍ରୁତ ଗତିରେ ଧୂମକେତୁ ସ୍ବାନ୍‌ ମାଡ଼ିଆସୁଛି। ମେ ୨୭ରେ ଏହା ପୃଥିବୀର ନିକଟବର୍ତ୍ତୀ ହେବ। ସେ ସମୟରେ ଏହାକୁ ଭୋର୍‌ ସମୟରେ...

ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ… : ୮ ଫୁଟ ଦୂରତାରେ ବସିଲେ ମଧ୍ୟ ହେବେ କରୋନା ସଂକ୍ରମିତ

ଟ୍ରେନ୍‌ରେ ଯାତ୍ରାକରିବା ସମୟରେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତଙ୍କ ଠାରୁ ୮ ଫୁଟ ଦୂରରେ ବସନ୍ତି ତେବେ ମଧ୍ୟ ସେ ସଂକ୍ରମିତ ହେବାର ଆଶଙ୍କା...

Coronavirus Update


Archives

Model This Week

Why Dharitri