Posted inଜାତୀୟ

ସ୍କୁଲ ଖୋଲିଲା: ଉପସ୍ଥାନ କମ

ଶ୍ରୀନଗର,୨୦ା୮: ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିଥିବାବେଳେ ଉପସ୍ଥାନ ବହୁତ କମ୍‌ ଥିବା ଦେଖିବାକୁ ମିଳିଛି। ବହୁ ସ୍କୁଲରେ କେବଳ ଶିକ୍ଷକ ଓ କର୍ମଚାରୀ ଆସିଥିବାବେଳେ ପିଲାଙ୍କ ଦେଖା ମିଳି ନ ଥିଲା।
ଶ୍ରୀନଗରରେ ମୋଟ ୯୦୦ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ସୋମବାର ୧୯୬ଟି ଖୋଲିଥିଲା। ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ କେତେକ ଅଞ୍ଚଳରେ ସ୍କୁଲ ଖୋଲାଯାଇଥିବା ଶ୍ରୀନଗରର ଡେପୁଟି କମିଶନର ଶାହିଦ ଇକ୍‌ବାଲ କହିଛନ୍ତି। ପିଲାଙ୍କୁ ସ୍କୁଲକୁ ପଠାଇବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି। ତେବେ ପିଲା ନ ଆସିବାରୁ କିଛି ସମୟ ପରେ କେତେକ ସ୍କୁଲକୁ ବନ୍ଦ କରିଦିଆଯାଇଥିବା ଦେଖିବାକୁ ମିଳିଥିଲା। ଦୁଇଦିନ ହେଲା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହେଉଥିବାରୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌କୁ ପଠାଇବାକୁ ନିରାପଦ ମଣୁନାହାନ୍ତି। ତେଣୁ ଶ୍ରୀନଗରର ସମସ୍ତ ଘରୋଇ ବିଦ୍ୟାଳୟ ବନ୍ଦ ରହିଥିଲା।
ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଥିଲା। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୪ ତାରିଖରୁ ସେଠାରେ କଟକଣା ଜାରି କରାଯାଇଥିଲା। ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ସତର୍କତା ପଦକ୍ଷେପ ସ୍ବରୂପ ବିଭିନ୍ନ ଦଳର ନେତାମାନଙ୍କୁ ଗୃହବନ୍ଦୀ କରାଯାଇଥିଲା। ଉପତ୍ୟକାରେ ଟେଲିଫୋନ ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା। ଦୁଇ ସପ୍ତାହ ପରେ ରାଜ୍ୟର ସ୍ଥିତି କ୍ରମେ ସ୍ବାଭାବିକ ହେଉଥିବାବେଳେ କେତେକ ଅଞ୍ଚଳରୁ କଟକଣା ହଟାଇଦିଆଯିବା ସହ ଅନ୍ୟ କେତେକ ସ୍ଥାନରେ କୋହଳ କରାଯାଇଛି।

ଶାହଙ୍କୁ ସ୍ଥିତି ଜଣାଇଲେ ଡୋଭାଲ


ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟି ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ ପାର୍ଲାମେଣ୍ଟରେ ବିଲ୍‌ ପାସ୍‌ ହେବା ପରେ ସେଠାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଡୋଭାଲ ୧୦ ଦିନ ଉପତ୍ୟକାରେ ରହିଥିଲେ। ସେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କୁ ଭେଟି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ସେ ସାଧାରଣ ଜନତାଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ସେଠାରୁ ଫେରିବା ପରେ ପ୍ରଥମ ଥର ପାଇଁ ଡୋଭାଲ ଶାହଙ୍କୁ ଭେଟିଛନ୍ତି। କଶ୍ମୀର ସ୍ଥିତି ସମୀକ୍ଷା ବୈଠକରେ ଶାହଙ୍କ ସହିତ ଡୋଭାଲ, ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri