ସ୍କୁଲ ଖେଳପଡ଼ିଆ ନବୀକରଣ କଲା ବିଏମ୍‌ସି, ବିଡିଏ: ୫ ସରକାରୀ ସ୍କୁଲରୁ ହେଲା ଆରମ୍ଭ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଶାରୀରିକ ତଥା ମାନସିକ ବିକାଶ କଥା ଚିନ୍ତା କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟକ କର୍ତ୍ତପକ୍ଷ (ବିଡିଏ)।  ସ୍କୁଲ୍‌ଗୁଡ଼ିକରେ ରହିଥିବା ଖେଳପଡ଼ିଆର ନବୀକରଣ ପାଇଁ ଏହି ଦୁଇ କର୍ତ୍ତପକ୍ଷ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ବାଙ୍ଗାଲୋରର ଏକ ଠିକା ସଂସ୍ଥା ଆନ୍ଥିଲି କ୍ରିଏଶନ ସହ ହାତ ମିଶାଇଛନ୍ତି। ସଂସ୍ଥା ପକ୍ଷରୁ ସ୍କୁଲର ଖେଳ ପଡ଼ିଆକୁ ସମ୍ପୂର୍ଣ୍ଣ ନବୀକରଣ କରାଯିବା ସହ ବର୍ଜ୍ୟ ଓ ବ୍ୟବହୃତ ଗାଡିମୋଟର ଟାୟାରରେ ନୂଆ ଢାଞ୍ଚା ନିର୍ମାଣ କରାଯିବ।  ପ୍ରାଥମିକ ଭାବେ ଭୁବନେଶ୍ୱରର ୫ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ ଆରମ୍ଭ ହୋଇଛି।  ଆଗାମୀ ଦିନରେ ସହରର ସମସ୍ତ ସ୍କୁଲ୍‌ ଖେଳପଡ଼ିଆର ନବକଳେବର କରାଯିବ ବୋଲି  ବିଡିଏ ଓ ବିଏମ୍‌ସି ପକ୍ଷରୁ  ପ୍ରେସ୍‌ ବିବୃତ୍ତିରେ ସୂଚନା ଦିଆଯାଇଛି।
ସୂଚନାନୁସାରେ, ଖେଳପଡ଼ିଆକୁ ଭାଗ ଭାଗ କରାଯାଇ ସେଥିରେ ଭିନ୍ନ ଭିନ୍ନ ଢାଞ୍ଚାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ। ଏଥିରେ ‘ଦି ହିଭିଂ ହୁପ୍‌’, ‘ଷ୍ଟିପିଂ ଷ୍ଟେନ୍‌ସ’, ‘କ୍ୟୁବ୍‌ କ୍ଲାଇମ୍ବର’, ‘ସ୍ବିଂ’, ‘କ୍ୟାଟର ପିଲାର’ ଓ ‘ଟ୍ବିଷ୍ଟର’ ଖେଳ ଉପକରଣ ଲଗାଯିବ। ମୁଖ୍ୟତଃ ସେଗୁଡ଼ିକୁ ବ୍ୟବହୃତ ବର୍ଜ୍ୟ ଅଥବା ଟାୟାରରେ ତିଆରି କରାଯିବ। ବର୍ତ୍ତମାନ ସାଲିଆ ସାହିର ଏକାମ୍ର ବିହାର ପ୍ରାଇମେରୀ ସ୍କୁଲ, ବାପୁଜିନଗର ୟୁଜିୟୁପି ସ୍କୁଲ, ପଳାଶପଲ୍ଲୀସ୍ଥିତ ମୁକ ବଧିର ବିଦ୍ୟାଳୟ, ଶାନ୍ତିନଗର ବସ୍ତିର ଏଫ.ସି.ଆଇ କଲୋନୀ ଓ ସାଲିଆସାହି ବିର୍ଶାମୁଣ୍ଡା ପଡ଼ିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଛି।
ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ବ୍ୟବହୃତ ବର୍ଜ୍ୟକୁ ପୁନଃଚକ୍ରଣ କରାଯିବା ପରେ ପିଲାଙ୍କ ପାଇଁ ସେଥିରୁ ଖେଳିବା ପାଇଁ ଉପକରଣ ପ୍ରସ୍ତୁତ କରାଯାଇଛି। ପିଲାମାନଙ୍କୁ ଏକ ଇକୋ ଫ୍ରେଣ୍ଡ୍‌ଲି ପରିବେଶ ସହ ଖେଳକୁଦ କରିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍‌ସ୍ଏସ୍, ଓଆରଏସ ପଦବି ନାହିଁ

ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍‌ଏସ୍ (OFS) ଏବଂ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ

ଭୁବନେଶ୍ବର,୨।୧: ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ଓଡ଼ିଶା...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri