Posted inଫୁରସତ

ସୂର୍ଯ୍ୟପରାଗରେ ଏସବୁ ରାଶିଙ୍କ ଭାଗ୍ୟ ଚମକିବ !

ନୂଆଦିଲ୍ଲୀ, ୨୦।୬: ରବିବାର ରାହୁଗ୍ରସ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଜୁନ୍‌ ୨୧ ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ପରାଗ ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୨୬ ମିନିଟ୍‌ ୨୬ ସେକେଣ୍ଡରେ ପରାଗ ମଧ୍ୟ ଭାଗରେ ପହଞ୍ଚିବ। ଅପରାହ୍ନ ୨ଟା ୯ମିନିଟ୍‌ ୩୮ ସେକେଣ୍ଡରେ ପରାଗ ସର୍ବମୋକ୍ଷ ହେବ। ଏହାପରେ ଦେବନୀତି ତଥା ଅନ୍ୟାନ୍ୟ କାର୍ଯ୍ୟ କରାଯାଇ ପାରିବ। ସୂର୍ଯ୍ୟପରାଗର ଆଦ୍ୟାନ୍ତ ସମୟ ୩ ଘଣ୍ଟା ୩୧ ମିନିଟ୍‌ ୨୧ ସେକେଣ୍ଡ ରହିଛି। ପରାଗରେ କଙ୍କଣ ସଦୃଶ ସ୍ଥିତି କେବଳ ୩୦ ସେକେଣ୍ଡ ପାଇଁ ଦେଖିବାକୁ ମିଳିବ। ପରାଗ ସମୟରେ ସୂର୍ଯ୍ୟଙ୍କର କେବଳ ୧ ପ୍ରତିଶତ ଅଂଶ ଦୃଶ୍ୟମାନ ହେବ। ଅବଶିଷ୍ଟ ଅଂଶ ପରାଗଗ୍ରସ୍ତ ହେବ। ପ୍ରାୟ ୯୦୦ ବର୍ଷ ପରେ ଏଭଳି ଦୁର୍ଲଭ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗର ପ୍ରଭାବରେ ୪ ରାଶିଙ୍କ ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି ଜ୍ୟୋତିଷ ଗଣେଶ ଶର୍ମା ସୂଚନା ଦେଇଛନ୍ତି। ସେସବୁ ରାଶିଗୁଡ଼ିକ ହେଉଛି ମେଷ, ସିଂହ, କନ୍ୟା ଓ ମକର ରାଶି। ଏହି ୪ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ସେହିପରି ମେଷ, ବୃଷ, ସିଂହ, ଧନୁ, ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ସୂର୍ଯ୍ୟପରାଗ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହେବ। ଅପରପକ୍ଷରେ ଅନ୍ୟ ରାଶି ବ୍ୟକ୍ତି ସୂର୍ଯ୍ୟପରାଗ ନ ଦେଖିବା ଲାଗି ଜ୍ୟୋତିଷ ଗଣେଶ ଶର୍ମାଙ୍କ ପକ୍ଷରୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗାଁରେ ୪୦୦ରୁ ଅଧିକ ଯାଁଳା ପିଲା, ଆଜି ପର୍ଯ୍ୟନ୍ତ କାରଣ ଖୋଜି ପାଉନାହାନ୍ତି ବିଶେଷଜ୍ଞ

ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ। ଯାହା ଦେଶ ବିଦେଶରେ ଚର୍ଚ୍ଚା ହୋଇଥାଏ। କିଛି ବିଚିତ୍ର କଥା ଅଛି ଶୁଣିବା ପରେ...

ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ...

ଦେଖୁ ଦେଖୁ ଧସିଗଲା ଘର

ପାଟନା,୫।୭: ବିହାରର ବିଭିନ୍ନ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ନଦୀଗୁଡ଼ିକ ଫୁଲିଯିବାରୁ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାରର ମୋତିହାରି, ଦରଭଙ୍ଗା,...

ଲଞ୍ଚ ହେଲା ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍‌ କାର୍‌

ଓ୍ବାଶିଂଟନ: ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍‌ କାର୍‌ ବୁଧବାର ପ୍ରଥମ କରି ମିଆମିରେ ଏକ ଇଭେଣ୍ଟରେ ଲଞ୍ଚ ହୋଇଛି। ଏହାକୁ ପାୟନିୟର ପର୍ସନାଲ ଏୟାର...

ମହାକାଶକୁ ଭାରତ କାର୍ଟୋସାଟ-୩ ପଠାଇବ

ଚେନ୍ନାଇ:ଭାରତ ଅତ୍ୟାଧୁନିକ କାର୍ଟୋଗ୍ରାଫି ସାଟେଲାଇଟ୍‌,କାର୍ଟୋସାଟ-୩ ମହାକାଶକୁ ପଠାଇବାର ଯୋଜନା କରିଛି। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଏହାକୁ ପଠାଯିବ ବୋଲି ଭାରତୀୟ ଅନ୍ତରୀକ୍ଷ ଗବେଷଣା...

ଗର୍ଭିଣୀ ମଇଁଷିର ଜୀବନ ଭିକ୍ଷା

ବେଜିଂ: ଲୁହରେ ଲତପତ ଆଖି। ମୁହଁରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବଞ୍ଚତ୍ବାର ଅଭିଳାଷ। ସେଇଥିପାଇଁ ଗୋଡ଼ ଭାଙ୍ଗି ଜୀବନ ଫେରାଇ ଦେବାକୁ କଂସେଇଖାନାର କର୍ମଚାରୀଙ୍କୁ...

ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି ଏସବୁ ଗ୍ରାମବାସୀ: ଅନ୍ୟମାନଙ୍କ ପାଇଁ ଉଦାହରଣ

ମହାବୀର ପକ୍ଷୀ ସୁରକ୍ଷା କମିଟି-ପ୍ରାକୃତିକ ପରିବେଶରେ ଭରା ଓଡ଼ିଶା।ଏହାର ଜଙ୍ଗଲ, ପାହାଡ଼, ନଦୀ, ଝରଣା, ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍‌ ମନୋରମ।ଏପରି ସ୍ଥାନରେ ବିଭିନ୍ନ...

ବୁକ୍‌ ଆର୍ଟ

ବହି ପଢ଼ିବା ଅନେକଙ୍କର ଅଭ୍ୟାସ ଥାଏ। ସେମାନଙ୍କ ପାଇଁ ବହି ଅବସରର ସାଥୀଟିଏ। ତେବେ ଏହି ବହିକୁ ନେଇ ଯେ ସୁନ୍ଦର କଳାକୃତି ଗଢ଼ି ହେବ...

Advertisement
Archives

Model This Week