Posted inଜାତୀୟ

ସୁପ୍ରିମ୍‌କୋର୍ଟରେ ଯୋଗଦେବେ ୪ ନୂଆ ବିଚାରପତି: ସରକାରଙ୍କୁ ସୁପାରିଶ କଲେ କଲେଜିୟମ୍‌

ନୂଆଦିଲ୍ଲୀ,୨୯।୮: ସୁପ୍ରିମ୍‌କୋର୍ଟରେ ଖୁବ୍‌ ଶୀଘ୍ର ୪ ନୂଆ ବିଚାରପତି ଯୋଗଦେବେ। ଏନେଇ କଲେଜିୟମ୍‌ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଅଗଷ୍ଟ ୨୭ରେ ବିଚାରପତି ଅଭୟ ମନୋହର ସପ୍ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ପଦବୀ ଖାଲି ରହିଛି। ଏହା ସହିତ ଅନ୍ୟ ୩ ଜଣ ବିଚାରପତିଙ୍କ ନିଯୁକ୍ତି ନେଇ କଲେଜିୟମ୍‌ ପକ୍ଷରୁ ସୁପାରିଶ କରାଯାଇଛି। ୨-୩ ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଲେଜିୟମ୍‌ ପକ୍ଷରୁ ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ରାମ ସୁବ୍ରମଣ୍ୟନ୍‌, ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି କୃଷ୍ଣ ମୁରାରୀ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଆର୍‌. ରବୀନ୍ଦ୍ର ଭଟ୍ଟ ଏବଂ କେରଳ ହାଇକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ନାମ ସୁପାରିଶ କରାଯାଇଛି। ସୂଚନାଯୋଗ୍ୟ, ବିଚାରପତି ଅଭୟ ମନୋହର ସପ୍ରେଙ୍କ ଅବସର ପରେ ଏବେ ସୁପ୍ରିମ୍‌ କୋର୍ଟରେ ୩୦ ଜଣ ବିଚାରପତି ରହିଛନ୍ତି। ୪ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଏହି ସଂଖ୍ୟା ୩୪ରେ ପହଞ୍ଚିବ। ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅଣାଯାଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ମିଳିବା ପରେ ଏନେଇ ଅଗଷ୍ଟ ୧୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପିଡିପି, କଂଗ୍ରେସର ବିକ୍ଷୋଭ

ଶ୍ରୀନଗର/ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ଶୁକ୍ରବାର ୩ ବର୍ଷ ପୂରିଛି। ଏହି ଧାରାରେ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ମିଳୁଥିବା ସ୍ବତନ୍ତ୍ର ସୁବିଧା...

କମିଲା ସଂକ୍ରମଣ

ନୂଆଦିଲ୍ଲୀ,୧୦।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ପାଟନା,୩୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବିହାରରେ ପୁଣିଥରେ ଲକ୍‌ଡାଉନ ବୃଦ୍ଧି କରାଯାଇଛି। ଏଣିକି ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ପୂର୍ବଭଳି ରହିବ ଲକ୍‌ଡାଉନ କଟକଣା। ଏନେଇ...

ସୋନଭଦ୍ରା ହତ୍ୟାକାଣ୍ଡ: ପୀଡିତ ପରିବାରର ସମ୍ପର୍କୀୟଙ୍କୁ ଭେଟିଲେ ପ୍ରିୟଙ୍କା

ମିର୍ଜାପୁର,୨୦।୭: ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ପୀଡିତ ପରିବାରଙ୍କୁ ଭେଟିବାକୁ...

ଗୁଜରାଟ ବିପର୍ଯ୍ୟୟର ମୁକାବିଲା କରିବା ବେଳେ ଆରମ୍ଭ ହୋଇଗଲା ଷଡଯନ୍ତ୍ର: ମୋଦି

କଚ୍ଛ,୨୮ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ବେଳେ ରବିବାର ଭୁଜରେ ସ୍ମୃତି ସ୍ମାରକର ଉଦ୍‌ଘାଟନ କରିଛନ୍ତି । ୨୦୦୧ରେ...

୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲିବନି ସ୍କୁଲ

ଲକ୍ଷ୍ନୌ, ୨୧।୯: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ କୌଣସି ସ୍କୁଲ କଲେଜ ଖୋଲିବନି। ଏନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ସୂଚନା ଦେଇଛନ୍ତି। ରାଜ୍ୟରେ...

ବୃକ୍ଷ ଚାରା ରୋପଣ ଦୁର୍ନୀତି: ଗାତ ଖୋଳା ପାଇଁ ୬୬୨ ନକଲି ଭାଉଚର

ଲକ୍ଷ୍ନୌ,୮।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାରରେ ହୋଇଥିବା ଏକ ବଡ଼ ଧରଣ ଦୁର୍ନୀତିର ପର୍ଦ୍ଦାଫାଶ୍‌ କରାଯାଇଛି। ରାଜ୍ୟରେ ବୃକ୍ଷ ଚାରା ରୋପଣରେ ଦୁର୍ନୀତି...

ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର ଲାଗି ୫ ପରାମର୍ଶ

ନୂଆଦିଲ୍ଲୀ,୨୬।୪: କରୋନା ଯୋଗୁ ଦେଶରେ ଆର୍ଥତ୍କ ସ୍ଥିତି ଭୁଶୁଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଓ ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର କରିବା ଲାଗି କଂଗ୍ରେସ...

Advertisement
Archives

Model This Week