ସୁନ୍ଦରମ୍‌ ଫାଇନାନ୍ସରୁ ୧.୪୩ କୋଟି ଋଣ ଠକେଇ: ସଂସ୍ଥାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ, ସାନଭାଇ ଗିରଫ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଜାଲ କାଗଜପତ୍ରରେ ସୁନ୍ଦରମ ଫାଇନାନ୍ସ ଲିମିଟେଡ୍‌ରୁ ୧ କୋଟି ୪୩ ଲକ୍ଷ ଟଙ୍କା ଋଣ ଠକେଇରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶନିବାର ଗିରଫ କରିଛି। ସେମାନେ ହେଲେ ଉକ୍ତ ସଂସ୍ଥାର ବାଲେଶ୍ୱର ଶାଖାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ସାହୁ (୩୧) ଓ ତାଙ୍କ ସାନଭାଇ ଶ୍ରୀକାନ୍ତ ସାହୁ(୩୦)। ସୂଚନା ମୁତାବକ, ୨୦୧୮-୧୯ରେ ସୁନ୍ଦରମ ଫାଇନାନ୍ସର ବାଲେଶ୍ୱର ଶାଖାରେ ଶଶିକାନ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଶଶିକାନ୍ତ ଜାଲ କାଗଜପତ୍ରରେ କର୍ତ୍ତାର ହାର୍‌ଭେଷ୍ଟ କମ୍ପାନୀର କୃଷି ଯନ୍ତ୍ରପାତି କିଣିବା ନେଇ ୧ କୋଟି ୪୩ ଲକ୍ଷ ଟଙ୍କାର ୧୧ଟି ଋଣ ପ୍ରଦାନ କରିଥିଲେ। ହନୁମାନଜୀଉ ଫର୍ନିଚର ସଂସ୍ଥା ନାଁରେ ୪୫ ଲକ୍ଷ ଟଙ୍କାର ୪ ଋଣ ଏବଂ ଉତ୍କଳ ଏଣ୍ଟରପ୍ରାଇଜେସ ସଂସ୍ଥା ନାମରେ ଆଉ ବାକି ଟଙ୍କାର ୭ ଋଣ ଦିଆଯାଇଥିଲା। ଅଭିଯୁକ୍ତ ତଥା ଏହି ଦୁଇ ସଂସ୍ଥାର ମାଲିକ ଶ୍ରୀକାନ୍ତ ଜାଲ୍‌ ମନି ରିସିଫ୍ଟ, ଟ୍ୟାକ୍ସ ଇନ୍‌ଭଏସ ଓ ଅନ୍ୟାନ୍ୟ ବ୍ୟାଙ୍କ କାଗଜପତ୍ର ପ୍ରସ୍ତୁତ କରି ବଡ଼ ଭାଇ ଶଶିକାନ୍ତଙ୍କ ଜରିଆରେ ଉକ୍ତ ଋଣ ଉଠାଇ ନେଇଥିଲେ। ଏ ନେଇ ସୁନ୍ଦରମ୍‌ ଫାଇନାନ୍ସର ଟେରିଟୋରୀ ମ୍ୟାନେଜର ଭି.କିଶୋର କୁମାର ଗତ ୧୮ ତାରିଖରେ ଅଭିଯୋଗ କରିବା ପରେ ଇଓଡବ୍ଳ୍ୟୁ ୨୦/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଭଦ୍ରକସ୍ଥିତ ଶ୍ରୀକାନ୍ତଙ୍କ କାର୍ଯ୍ୟାଳୟରେ ଇଓଡବ୍ଳ୍ୟୁ ପକ୍ଷରୁ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଥିଲା। ପରେ ଅଭିଯୁକ୍ତ ଶଶିକାନ୍ତ ଓ ଶ୍ରୀକାନ୍ତଙ୍କୁ ରବିବାର ବାଲେଶ୍ୱର ଏସ୍‌ଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଥର ମାଡରେ ସ୍ବାମୀ ଗୁରୁତର

  ଚନ୍ଦାହାଣ୍ଡି,୩୧।୧୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଗ୍ରାମରେ ଗୁରୁବାର ସ୍ତ୍ରୀର ପଥର ମାଡରେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ମନୁ ଜଗଳ...

ହାତ ବାନ୍ଧି ବସିଛନ୍ତି ଘରୋଇ ଗାଡି ଚାଳକ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ଲକ୍‌ଡାଉନ ବେଳେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘରୋଇ ଗାଡି ଚାଳକମାନେ ହାତ ବାନ୍ଧି ବସଛନ୍ତି। ଏଥିଯୋଗୁ ସେମାନଙ୍କ ପରିବାର ହାହୁତାଶ ମଧ୍ୟରେ...

ଧାନବାଦ୍‌ ଏକ୍ସପ୍ରେସ୍‌ରେ ପୋଷ୍ଟର ମାରିଲା ଜିଆର୍‌ପି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଅଟକିଥିବା ଧାନବାଦ୍‌ ଏକ୍ସପ୍ରେସ୍‌ ଟଏଲେଟରେ ଅଚିହ୍ନା ମହିଳାଙ୍କୁ ହତ୍ୟା ଘଟଣାକୁ ରବିବାର ୩ଦିନ ବିତିଛି। ହେଲେ ମହିଳାଙ୍କ ପରିଚୟ ମିଳୁ...

ଧରାପଡ଼ିଲେ ୫ ଡକାୟତ: ସୁନାଗହଣା ସହ ବାଇକ, ମୋବାଇଲ ଜବତ

ଫୁଲବାଣୀ ଅଫିସ,୧୫ା କନ୍ଧମାଳ ଜିଲା ଟିକାବାଲି ଥାନା ପୋଲିସ ଏକ ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଗ୍ରାମ ସୁନା ଗହଣା,...

‘ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ’

ଭୁବନେଶ୍ୱର/ସମ୍ବଲପୁର/,୮।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସୁନ୍ଦରଗଡ଼, ପୁରୀ ଓ ତାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବାକୁ ରାଜ୍ୟ ସରକାର...

ହାଇକୋର୍ଟରେ ଗୋଳନ୍ଥରା ହାଜତ ମୃତ୍ୟୁ

କଟକ ଅଫିସ, ୧୧।୫: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ଘଟଣାରେ ସୋମବାର ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ...

ଆଠମଲ୍ଲିକରେ ବଢ଼ୁଛି ପର୍ଯ୍ୟଟକଙ୍କ ଗହଳି:ପ୍ରାକୃତିକ ପରିବେଶରୁ ଉଠାଇଛନ୍ତି ମଜା

ମାଧପୁର, ୨୮।୧୨ (ମନୋଜ କୁମାର ପ୍ରଧାନ) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ। ଏହା ମଧ୍ୟରୁ ଅନେକ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ...

ପୌରପାଳିକାରେ ଖୋଲିଲା ଏଫ୍‌ଏସ୍‌ଏମ୍‌: ଫୋନ୍‌ କଲେ ଘରୁ ନେଇଯିବେ ମଳପଙ୍କ

ଅନୁଗୋଳ ଅଫିସ, ୨୦।୧୨-ଅନୁଗୋଳ ପୌରପାଳିକାରେ ମଳପଙ୍କ ପରିଚାଳନା ସହାୟତା ସେବା କେନ୍ଦ୍ର (ଏଫ୍‌ଏସ୍‌ଏମ୍‌) ଉଦ୍‌ଘାଟିତ ହୋଇଯାଇଛି। ଏଥିସହ ଲୋକଙ୍କ ପାଇଁ ନିଃଶୁଳ୍କ ଫୋନ ନମ୍ବର ମଧ୍ୟ...

Advertisement
Archives

Model This Week