Posted inଜାତୀୟ

ସୁଧୁରୁନି ପାକିସ୍ତାନ: ୧୧ ମାସରେ କଶ୍ମୀରରେ ବଡ଼ ଧରଣର ୪ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୩।୬: ପାକିସ୍ତାନ ଭାରତ ଉପରେ ଦାଉ ସାଧୁଛି। ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନ ପଟୁ କୌଣସି ଆନ୍ତରିକତା ନାହିଁ। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ ବାଲାକୋଟ୍‌ ଏୟାର ଷ୍ଟାଇକ୍‌ ପରେ ମଧ୍ୟ ପାକିସ୍ତାନ ସୁଧୁରି ପାରିନାହିଁ। ପୂର୍ବରୁ ପୁଲାଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟିଥିବାବେଳେ ଏବେ ଅନନ୍ତନାଗରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗତ ୧୧ ମାସ ମଧ୍ୟରେ କଶ୍ମୀରରେ ଏଭଳି ବଡ଼ ଧରଣର ୪ଟି ଆକ୍ରମଣ ହୋଇଛି। ୨୦୧୪ରୁ ୨୦୧୮ ମଧ୍ୟରେ ଜମ୍ମୁ-କଶ୍ମୀରରେ ଛୋଟବଡ଼ ୧୨ଶହ ୧୩ଟି ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ଏକ ଶହ ୮୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୮ଶହ ୩୮ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେହିପରି ଏହି ଆକ୍ରମଣରେ ଏକ ଶହ ୯୮ ଜଣ ଯବାନ ଶହୀଦ୍‌ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଗତ ୩ ବର୍ଷ ମଧ୍ୟରେ ପାକିସ୍ତାନ ୪ ହଜାର ୨ ଶହ ୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେହିପରି ଏହି ସମୟ ମଧ୍ୟରେ ୭୪ଟି ଅନୁପ୍ରବେଶ ଘଟଣା ଘଟିଛି। ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତର ୭୦ ଯବାନ ଏବଂ ୭୦ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ ୨ଶହ ୫୬ ଯବାନ ଏବଂ ୩ଶହ ୭୩ ସଧାରଣ ଲୋକ ଆହତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନର ଏଭଳି କାର୍ଯ୍ୟ ଦ୍ୱାରା ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଳାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରାଣସୀ ବିସ୍ଫୋରଣ ଘଟଣାର ୧୬ବର୍ଷ ପରେ ଆସିଲା ରାୟ: ବଲିଉଲ୍ଲାହଙ୍କୁ ଫାଶୀ

ବାରାଣସୀ,୬।୬: ୨୦୦୬ରେ ଉତ୍ତରପ୍ରଦେଶ ବାରାଣସୀରେ ସିରିଏଲ୍‌ ବ୍ଲାଷ୍ଟ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୬ବର୍ଷ ପରେ ଗାଜିଆବାଦ ଜିଲା ସ୍ବତନ୍ତ୍ର କୋର୍ଟ ଏହି...

ମହାରାଷ୍ଟ୍ରର ଏହି ଦୁଇ ସହର ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଅମରାବତୀ ସହର ଏବଂ ଅଚଲପୁରରେ ସପ୍ତାହକ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି।...

ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର: କୋଲକାତା, ମୁମ୍ବାଇ ମଧ୍ୟ ଟପ୍‌ ୧୦ରେ

ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏବେ ସେଠାରେ ଲୋକେ ଘର ବାହାରକୁ ବାହାରିବାକୁ ଭୟ କରୁଛନ୍ତି। କାରଣ ଦିଲ୍ଲୀର...

୨ହଜାର ଅତିକ୍ରମ କଲା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ହେବ ର଼୍ୟାପିଡ ଟେଷ୍ଟ

ନୂଆଦିଲ୍ଲୀ,୨୦।୪: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହେଲେ ୧୧୦ କରୋନା ସଂକ୍ରମିତ। ଏହାକୁ ନେଇ ଏବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି...

୩ ହିଜବୁଲ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୧୨।୩: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ାରୁ ୩ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ରାଜ୍ୟ ପୋଲିସ ଏବଂ ୫ ବିହାର ରେଜିମେଣ୍ଟ ପକ୍ଷରୁ ସୂଚନା ପାଇ...

ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ

ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା।...

କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ସହରରେ…

ନୂଆଦିଲ୍ଲୀ, ୨୭।୭: ଭାରତରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବିଭିନ୍ନ ଦେଶର ବୈଜ୍ଞାନିକ ଲାଗି ରହିଛନ୍ତି। ଏପରିସ୍ଥଳେ ଭାରତ ମଧ୍ୟ...

୭ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୭ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୪,୨୪୮ ନୂଆ...

Advertisement
Archives

Model This Week