Posted inଫୁରସତ

ସୁଖୀ ଦାମ୍ପତ୍ୟ ଜୀବନ ଗଢ଼ିବା ପାଇଁ ମନେ ରଖନ୍ତୁ ଏହି ଟିପ୍ସ

ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିଶାତ୍‌ ମଧ୍ୟ କରିପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳତା ଉପରେ। ଚଳିତ ଦିନରେ ଦାମ୍ପତ୍ୟ ସମ୍ପର୍କ ଅଧିକ ଦିନ ତିଷ୍ଠୁ ନ ଥିବା ଦେଖିବାକୁ ମିଳିଛି।
ସମ୍ପର୍କର ପ୍ରଦର୍ଶନ କରନ୍ତୁ ନାହିଁ:ବାହାଘର ପରେ ପୁଅ ଝିଅ ଆରମ୍ଭରୁ ନିଜ ସମ୍ପର୍କରେ ବଢ଼େଇ ଚଢ଼େଇ ନିଜକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରିଥାନ୍ତି। ହେଲେ ପରବର୍ତ୍ତୀ ସମୟରେ ଏହାକୁ କାୟମ ରଖିବା ତାଙ୍କ ପକ୍ଷେ ସମ୍ଭବପର ହୋଇ ନ ଥାଏ। ତେବେ ଏମିତି ନ କରି ନିଜ ସମ୍ପର୍କର ଗଭୀରତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସାଥୀଙ୍କ ପ୍ରକୃତି ଆପଣଙ୍କ ଭଳି ନୁହେଁ ଏବଂ ସେ ପରଫେକ୍ଟ ବି ନୁହଁନ୍ତି ବୋଲି ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। ଦୁହେଁ ଦୁହିଁଙ୍କୁ ଯଦି ସମୟ ଦେଇ ପାରୁ ନାହାନ୍ତି ତାହେଲେ ଏଭଳି ସ୍ଥିତିରେ ଆପଣ ପୂର୍ବରୁ ଏକାଠି ବିତାଇଥିବା ସମୟକୁ ନେଇ ନିଜର ବିଚାରକୁ ଶେୟାର କରନ୍ତୁ।
ଝଗଡ଼ା ପରେ ଶୋଇବାକୁ ଯାଆନ୍ତୁ ନାହିଁ: ବହୁଥର ଦେଖିବାକୁ ମିଳେ ଝଗଡ଼ା ପରେ ଦମ୍ପତ୍ତିମାନେ ଦୁହେଁ ଦୁହିଁଙ୍କ ସାଙ୍ଗରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏଥିସହ ରାଗିକି ଶୋଇବାକୁ ଚାଲିଯାଆନ୍ତି। ଏଥିରେ ଦୁହିଁଙ୍କ ଭିତରେ କଳହ ଆହୁରି ବଢ଼ିଥାଏ। ତେବେ ନିଜ ଜୀବନରେ ଏଭଳି ଏକ ନିୟମ କରନ୍ତୁ, ଶୋଇବା ପୂର୍ବରୁ ଦୁଇଜଣଙ୍କ ଭିତରେ ହୋଇଥିବା ସମସ୍ତ ଝଗଡ଼ାକୁ ବା ଇସ୍ୟୁକୁ ଗୋଟିଏ ରାତି ଭିତରେ ଶେଷ କରନ୍ତୁ। ଫଳରେ ଆର ଦିନକୁ ନିଜ ସମ୍ପର୍କର ଏକ ନୂଆ ଆରମ୍ଭ କରିପାରିବେ।
ମିଳିମିଶି କାମ କରନ୍ତୁ:ବହୁଥର ପତ୍ନୀ ରୋଷେଇଘରେ କାମ କରୁଥିବା ବେଳେ ସ୍ବାମୀ ଅଲଗା ରୁମ୍‌ରେ ରହିଥାନ୍ତି। ଫଳରେ ଦୁହେଁ ଦୁହିଁଙ୍କୁ କମ୍‌ ସମୟ ଦେଇପାରନ୍ତି। ସ୍ବାମୀ ବାହାରର ସବୁ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ଘରର ସବୁ କାମ କରିଥାନ୍ତି। ତେବେ ସବୁ କାମକୁ ମିଳିମିଶି କଲେ ଦୁହିଁଙ୍କ ଭିତରେ ଭଲ ପାଇବା ବଢ଼ିବା ସହ ଏକାଠି ସମୟ ମଧ୍ୟ ଅତିବାହିତ କରିପାରିବେ। ଏଥିସହ ଦୁଇଜଣଙ୍କ ଦାୟିତ୍ୱ ହାଲୁକା ହେବା ସହ ଦୁହେଁ ଦୁହିଁଙ୍କ ପାଇଁ ସମୟ କାଢ଼ିପାରିବେ ଏବଂ ଦୁହେଁ ଦୁହିଁଙ୍କ ଦାୟିତ୍ୱକୁ ମଧ୍ୟ ଭଲଭାବରେ ବୁଝିପାରିବେ। ଏକ ଟିମ୍‌ ଭଳି କାମ କଲେ ଆଗକୁ ଆସୁଥିବା ସମସ୍ତ ସମସ୍ୟାକୁ ଭଲ ଭାବେ ହ୍ୟାଣ୍ଡେଲ କରିପାରିବେ।
ଉଭୟ ପରସ୍ପରର ଧ୍ୟାନ ରଖନ୍ତୁ: ସମ୍ପର୍କ ପୁରୁଣା ହୋଇଗଲା ଭାବି ନିଜ ଭିତରେ ଧ୍ୟାନ ଦେବା କମ୍‌ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଖରାପ୍‌ ହୋଇପାରେ। ଆପଣଙ୍କ ଧ୍ୟାନ ସାଥୀ ପ୍ରତି କମ୍‌ ହେଲେ ସେ ରାଗିବା ସହ ଭଲ ପାଇବା କମ୍‌ ହୋଇଯାଇଛି ବୋଲି ଭାବିପାରନ୍ତି। ଏଥିରୁ ବର୍ତ୍ତିବା ପାଇଁ ଦୁହେଁ ଦୁହିଁଙ୍କୁ ଧ୍ୟାନ ଦିଅନ୍ତୁ। ସାଥୀଙ୍କୁ ଆପଣଙ୍କର ଛୋଟ ଛୋଟ ପ୍ରଶଂସା ସମ୍ପର୍କକୁ ଆହୁରି ମଜ୍‌ଭୁତ କରିବ।
ବ୍ୟସ୍ତବହୁଳ ଜୀବନରେ ରୋମାନ୍ସ ଖୋଜନ୍ତୁ: ରୋମାନ୍ସ ଓ ଭଲ ପାଇବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଆପଣ ନିଜ ସାଥୀଙ୍କୁ ଡିନର ଡେଟରେ ନେବା ସହ ଛୋଟମୋଟ ଗିପ୍ଟ, ସରପ୍ରାଇଜ୍‌ ମ୍ୟାସେଜ୍‌ ଇତ୍ୟାଦି ଦିଅନ୍ତୁ। ଏଥିସହ ଥରେ ଥରେ ନିଜ ଭଲ ପାଇବାକୁ ଜାହିର ମଧ୍ୟ କରନ୍ତୁ। ଏହି ସବୁ କଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟିବା ସହ ସୁଖୀ ମଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri