‘ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯’ ଆରମ୍ଭ: ଗୋଟିଏ ସ୍ଥାନରେ ଉତ୍କୃଷ୍ଟ ସିଲ୍କ ଉତ୍ପାଦ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଆର୍ଟିଜାନ୍ସ ଆଣ୍ଡ୍‌ ୱେଭସର୍ର୍ ୱେଲଫେୟାର୍‌ ଆସୋସିଏଶନ୍‌ ‘ହସ୍ତଶିଳ୍ପୀ’ ଦ୍ୱାରା ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ୧୧ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋକୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅମ୍ରିତା ମିଶ୍ର ଉଦ୍‌ଘାଟନ କରିଥିଲେ। ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ଉତ୍କୃଷ୍ଟ ସିଲ୍କ ଉତ୍ପାଦ ଏଠାରେ ଉପଲବ୍ଧ ହେଉଛି। ୬୫ଟି ଷ୍ଟଲ୍‌ରେ ହ୍ୟାଣ୍ଡ୍‌ ବ୍ଲକ୍‌ ପ୍ରିଣ୍ଟ ଶାଢ଼ି, ସାଲଓ୍ବାର୍‌ ସୁଟ୍‌ ଏବଂ ସିଲ୍କ୍‌ ବେଡ୍‌ କଭର୍‌, ଡିଜାଇନର୍‌ ୱେର୍‌ ଏବଂ ବର୍ଡର ଆଦି ମିଳୁଛି। ଏହାବ୍ୟତୀତ କୁର୍ତ୍ତା, ହାତବୁଣା ମଟ୍‌କା ଏବଂ ଆସାମ ମୁଗା ଫ୍ୟାବ୍ରିକ୍‌, ଅପୂର୍ବା ସିଲ୍କ ଶାଢ଼ି, ବାଲୁଚରୀ ଶାଢ଼ି, ଏମ୍ବ୍ରୋଡରି ଡିଜାଇନ୍‌ ସିଲ୍କ ଶାଢ଼ି ଏବଂ ଡ୍ରେସ୍‌ ମ୍ୟାଟେରିଆଲ୍‌, ଭାଗଲପୁରୀ ସୁଟ୍‌, ପ୍ରିଣ୍ଟେଡ୍‌ ସିଲ୍କ ଶାଢ଼ି, ରେଶମୀ ପ୍ଲେନ୍‌ ଏବଂ ବୁଟ୍ଟି ଶାଢ଼ି, କର୍ନାଟକା ସିଲ୍କ ଶାଢ଼ି, ମାହେଶ୍ୱରୀ, ଚନ୍ଦେରୀ ସିଲ୍କ ଶାଢ଼ି ଏବଂ ସୁଟ୍‌, କୋଟା ସିଲ୍କ, ମଲବେରି ସିଲ୍କ ସହିତ ଟେମ୍ପୁଲ୍‌ ବର୍ଡର, ବନାରସ୍‌ ଜାମଦାନୀ, ବିଭିନ୍ନ ରାଜ୍ୟର ହାତବୁଣା ଶାଢ଼ି ଏବଂ ସୁଟ୍‌ ଆଦି ଏଠାକାର ଅନ୍ୟାନ୍ୟ ଆକର୍ଷଣ। ବିଭିନ୍ନ ରାଜ୍ୟରୁ ଆସିଥିବା ପାରମ୍ପରିକ ଶାଢ଼ି ମଧ୍ୟରେ ମହୀଶୂର ସିଲ୍କ ଶାଢ଼ି, କ୍ରେପ ଓ ଜର୍ଜେଟ୍‌ ସିଲ୍କ ଶାଢ଼ି, ସିଫନ୍‌ ସିଲ୍କ ଶାଢ଼ି, ଟସର ସିଲ୍କ ଶାଢ଼ି ଏବଂ ସୁଟ୍‌, କାଞ୍ଚିପୁରମ୍‌ ସିଲ୍କ ଶାଢ଼ି ଏବଂ ଡିଜାଇନର୍‌ ଫ୍ୟାନ୍ସି ଶାଢ଼ି, ଧର୍ମାଭରମ୍‌ ସିଲ୍କ ଶାଢ଼ି, ଝୋଟ ସିଲ୍କ ଶାଢ଼ି, ଢାକା ସିଲ୍କ ଶାଢ଼ି, ହାତବୁଣା ସିଲ୍କ କଟନ ଶାଢ଼ି, ସିଲ୍କ ବ୍ଲେଣ୍ଡ୍‌ ଶାଢ଼ି, ଗଡ୍‌ୱାଲ୍‌ ସିଲ୍କ ଶାଢ଼ି ଆଦି ରହିଛି। ସେହିଭଳି ଗ୍ରାହକମାନେ ଏଠାରୁ ୱେଡିଂ ଶାଢ଼ୀ, ସିଲ୍କ ଓ ଟସର କଞ୍ଚାମାଲ, ଷ୍ଟୋଲ୍‌, ସିଲ୍କ ଯୁକ୍ତ ଫ୍ୟାବ୍ରିକ୍‌/ଫର୍ନସିଂ, ଉପ୍ପଡା ଇତ୍ୟାଦି ପାଇପାରିବେ। ସିଲ୍କ୍‌ ଇଣ୍ଡିଆ ଏକ୍ସପୋର ଆୟୋଜକ ଅଭିନନ୍ଦ ଏହି ଅବସରରେ କହିଛନ୍ତି, ଏକ୍ସପୋରେ ଚଳିତବର୍ଷ ଦେଶର ବିଭିନ୍ନ ପ୍ରାନ୍ତର ସିଲ୍କ ଶାଢ଼ି ବୁଣାକାର, ହସ୍ତଶିଳ୍ପ ବିଭାଗ ଏବଂ ସିଲ୍କ କୋ-ଅପରେଟିଭ ସୋସାଇଟି ପକ୍ଷରୁ ସେମାନଙ୍କର ଉପତ୍ାଦ ବିକ୍ରିବଟା କରିବାର ବ୍ୟବସ୍ଥା କରାଯାଇଛି। ହାତୁବଣା ତଥା ହସ୍ତତନ୍ତ ଉପତ୍ାଦକୁ ବୁଣାକାର ଏବଂ ନିପୁଣ କାରିଗରଙ୍କ ଦ୍ୱାରା ବିନା କୌଣସି ମଧ୍ୟସ୍ଥରେ ସିଧାସଳଖ ଭାବେ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ଏହି ଏକ୍ସପୋର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ‘ଧରିତ୍ରୀ’ ଏହି ଏକ୍ସପୋର ମିଡିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର,୬।୧୨: ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି।  ଆଗାମୀ କିଛି ଘଣ୍ଟା...

ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା...

ଓଡ଼ିଶାର ୪ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୭।୧୨ (ଅସମାପିକା ସାହୁ):ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନ୍‌ଆଇଇପିଏ) ଦ୍ୱାରା ନୂଆଦିଲ୍ଲୀର ଡ. ଆମ୍ବେଡକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ...

ଆଜି ୮ ଜିଲାକୁ ବର୍ଷା ନେଇ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୧୨(ଅନୁରାଧା ମହାରଣା):ସାମୁଦ୍ରିକ ବାତ୍ୟା ମିଗ୍‌ଜୋମ୍‌ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ନେଲୋର ଏବଂ ମଛଲିପଟନମ୍‌ ମଧ୍ୟବର୍ତ୍ତୀ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ରାଜ୍ୟରେ ବହୁ ସରକାରୀ କର୍ମଚାରୀ ଦୁର୍ନୀତିରେ ଲିପ୍ତ ରହି ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ଭିଜିଲାନ୍ସ ପକ୍ଷରୁ ବହୁ ସମୟରେ ସେମାନଙ୍କ...

ସ୍କ୍ରାପିଂ କଲେ ଟିକସ, ଜରିମାନା ଛାଡ଼

ଭୁବନେଶ୍ୱର,୬।୧୨(ଅନିଲ ଦାସ):ପୁରୁଣା ଗାଡ଼ି ଉପରେ ଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଯେଉଁ ଗାଡ଼ି ମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପିଂ କରିବାକୁ...

ବଦଳିଲେ ଆଉ ଜଣେ ଆଇଏଏସ୍‌ ଅଫିସର: ଥିରୁମାଳା ନାଏକ ହେଲେ ଅତିରିକ୍ତ ସିଇଓ

ଭୁବନେଶ୍ୱର, ୫।୧୨: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି । ୨୦୦୯ ବ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri