ସିଲେଇ କରୁଥିବା ବ୍ୟକ୍ତିକୁ ବିବାହ କରିଥିଲେ ଏହି ଅଭିନେତ୍ରୀ

ଭାରତୀୟ ସିନେ ଜଗତରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ଦୀନା ପାଠକ। ଆଜି ଅର୍ଥାତ୍‌ ଅକ୍ଟୋବର ୧୧ ହେଉଛି ତାଙ୍କର ୧୭ତମ ଶ୍ରାଦ୍ଧବାର୍ଷିକୀ। ୨୦୦୨ ମସିହାରେ ହୃଦ୍‌ଘାତରେ ଦିନାଙ୍କର ପରଲୋକ ଘଟିଥିଲା। ଉକ୍ତ ସମୟରେ ସେ ମାତ୍ର ୮୦ ବର୍ଷର ହୋଇଥିଲେ। ଶେଷ ସମୟ ପର୍ଯ୍ୟନ୍ତ ଦିନା ଅଭିନୟରେ ବେସ୍‌ ସକ୍ରିୟ ଥିଲେ। ଏତେବଡ଼ ଅଭିନେତ୍ରୀ ସତ୍ତ୍ୱେ ସେ ଭଡ଼ା ଘରେ ରହୁଥିଲେ। ତେବେ ନିଜର ଶେଷ ସମୟ ପୂର୍ବରୁ ସେ ଏକ ଘର କିଣିଥିଲେ।
୪ ମାର୍ଚ୍ଚ, ୧୯୨୨ରେ ଗୁଜୁରାଟର ଅମରେଲୀରେ ଦିନା ଜନ୍ମଗ୍ରହଣ କରିଥିଲେ। ଦିନାଙ୍କର ୨ଟି ଝିଅ। ବଡ଼ ଝିଅ ରତ୍ନା ଏବଂ ସାନ ଝିଅ ସୁପ୍ରିୟା ଅଭିନୟ ଜଗତରେ ବେଶ୍‌ ପରିଚିତ। ରତ୍ନା ନାଶିରୁଦ୍ଦିନ ଶାହଙ୍କୁ ବିବାହ କରିଥିବା ବେଳେ ସୁପ୍ରିୟାଙ୍କ ସ୍ବାମୀ ହେଉଛନ୍ତି ପଙ୍କଜ କପୁର। ଏହି ଦୁଇ ଜଣ ବଲିଉଡ୍‌ ଜଗତର ୨ଟି ବଡ଼ ନାମ କହିଲେ କିଛି ଭୁଲ ହେବ ନାହିଁ।
ଦିନା ବଲଦେବ ପାଠକଙ୍କୁ ବିବାହ କରିଥିଲେ। ଯିଏକି ମୁମ୍ବାଇର ଏକ ଦୋକାନରେ କପଡ଼ା ସିଲେଇ କାମ କରୁଥିଲେ। ବଲଦେବ ରାଜେଶ ଖନ୍ନା ଏବଂ ଦିଲ୍ଲୀପ କୁମାରଙ୍କ ପରି ଅଭିନେତାଙ୍କ ପୋଷାକ ତିଆରି କରୁଥିଲେ। ରାଜେଶଙ୍କ ଅଭିନୟ କ୍ୟାରିୟର ଯେତେବେଳେ ଖରାପ ଚାଲିଲା ସେତେବେଳେ ବଲଦେବଙ୍କ ଦୋକାନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା। ପରେ ତାଙ୍କୁ ନିଜ ଦୋକାନ ବନ୍ଦ କରିବାକୁ ପଡ଼ିଥିଲା। ଏହାର କିଛି ବର୍ଷ ପରେ ଅର୍ଥାତ୍‌ ୫୨ ବର୍ଷରେ ବଲଦେବଙ୍କ ପରଲୋକ ଘଟିଥିଲା। ଦୀନା ୧୨୦ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିଛନ୍ତି ଏବଂ ତାଙ୍କର ଅଭିନୟ କ୍ୟାରିୟର ୬୦ ବର୍ଷ ଲମ୍ବା ଥିଲା। ଫିଲ୍ମ ସାଙ୍ଗକୁ ଗୁଜୁରାଟି ଥିଏଟରରେ ମଧ୍ୟ ଖୁବ୍‌ ସକ୍ରିୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri