ସିମନବାଡ଼ିରେ ଭାରତମାତା ପୂଜନ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଏକ ନିଆରା ଢ଼ଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସକାଳୁ ଜାତୀୟ ପତକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୫ ତାରିଖରୁ ଜିଲା ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ରବିବାର ଭୋରରେ ରାମଧୁନ ପରେ ସଭାମଞ୍ଚରେ ଭଜନକୀର୍ତ୍ତନ ସହ ଭାରତମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ପୂଜାର୍ଚ୍ଚନା କରାଯାଇଥିଲା। ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସେହିପରି ସ୍ଥାନୀୟ ଜନଜାତି ପରମ୍ପରା ନୃତ୍ୟ କଳା ସହ ଢ଼ୋଲ ମହୁରୀ ବଜାଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ସହ ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତିକୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ସମସ୍ତ ଗ୍ରାମବାସୀଙ୍କ ଘର ଦାଣ୍ଡରେ ପୂଜାର୍ଚ୍ଚନା କରାଯାଇ ଭାରତମାତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ସିମନବାଡ଼ି ଚଳଚଞ୍ଚଳ ହୋଇଥିଲା। ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ ସଂସ୍କାର ଆଣୁଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବପିଢୀଙ୍କୁ ସାମାଜିକ ସୁରକ୍ଷା ସହ ନୈତିକ ଓ ସାମଜିକ ଶିକ୍ଷା ପ୍ରଦାନ ପାଇଁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ସିମନବାଡ଼ି ଠାରେ ଅଞ୍ଚଳବାସୀଙ୍କ ସହଯୋଗ ଏବଂ ସଂସ୍କାର ଭାରତୀ ଦ୍ୱାରା ଆୟୋଜନ ହୋଇଆସୁଛି। ‘ମାଇଁ ଡ୍ରିମ୍‌ କନ୍ଧମାଳ’ ଯୋଜନାକୁ ସଫଳ କରିବାକୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯାଉଥିବା ଜଣାପଡ଼ିଛି। ଆଞ୍ଚଳିକ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟକ୍ରମକୁ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୋହନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ, ସରୋଜ କୁମାର ସାହୁ, ସୁଦର୍ଶନ ପ୍ରଧାନ, ବିକ୍ରମ କୁମାର ନାୟକ, ବିଚିତ୍ର ପ୍ରଧାନ, ଫ୍ରାଞ୍ଚତ୍ସ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଶିକ୍ଷକ

ବରଗଡ଼ ଅଫିସ,୧୬।୧୨: ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମସ୍ଥିତ ପଞ୍ଚାୟତ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବାସଭବନରେ ବୁଧବାର ସକାଳୁ...

ବଜ୍ରପାତ ନେଲା ଜୀବନ

ପାଣ୍ଡ୍ରିପାଣି,୬।୬(ଡି.ଏନ୍‌.ଏ): ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମପଞ୍ଚାୟତର କେନ୍ଦୁକୁଣ୍ଡ ଗଁାରେ ଘଡ଼ଘଡ଼ି ଓ ବିଜୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ମୃତ...

ମୁଖ୍ୟମନ୍ତ୍ରୀଙ୍କ ନଁ।ରେ ଏତଲା ଦେଲା କୃଷକ ସଙ୍ଗଠନ

ଛତ୍ରପୁର,୧୭ା୧୨(ଡି.ଏନ.ଏ)-କାଳିଆ ଯୋଜନାରେ ରାଜ୍ୟ ସରକାର ଲୋକଙ୍କୁ ଠକିଥିବା ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନଁ। ରେ ଠକେଇ, ବିଶ୍ୱାସଭଙ୍ଗ ଓ...

ଜୁଲାଇରୁ ଆରମ୍ଭ ହେବ ‘ନିର୍ଭୟ କଢି’

ଛତ୍ରପୁର,୨୯।୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଶୁକ୍ରବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲା ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।...

ରାୟଗଡ଼ା ନିର୍ବାଚନ ମାମଲା: ୬ ସପ୍ତାହ ସମୟ ନେଲେ ବିଧାୟକ

କଟକ ଅଫିସ, ୨୬ା୧୧: ରାୟଗଡ଼ା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ବିଧାୟକ ମକରନ୍ଦ ମୁଦୁଲି ନିଜ ଓକିଲଙ୍କ ଜରିଆରେ ସୋମବାର ହାଜର ହୋଇଛନ୍ତି।...

ପାହାଡ଼ରୁ ନାବାଳକଙ୍କ କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

ବୁଗୁଡ଼ା,୧୬ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ନିକଟସ୍ଥ ଦିଗବାରିଣୀ ପାହାଡ଼ରୁ ଶୁକ୍ରବାର ବୁଗୁଡ଼ା ପୋଲିସ ଜଣେ ନାବାଳକଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳକ ଜଣକ ହେଲେ ଝୋଲରୀ ଗ୍ରାମର...

ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା

ପୁରୀ ଅଫିସ,୩।୨: ବମ୍ବେରେ ଇସ୍କନ ପକ୍ଷରୁ ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର...

ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ଗୋଟିଏ ବସ୍‌

ବ୍ରହ୍ମପୁର ଅଫିସ, ୨୯ା୫- ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ଅନୁମତି ପରେ ବି ଗୁରୁବାର ବ୍ରହ୍ମପୁରରୁ ସ୍ବାଭାବିକ ହୋଇପାରିନି ବସ୍‌ ଚଳଚଳ।...

Advertisement
Archives

Model This Week