Posted inଜାତୀୟ

ସିଦ୍ଧୁଙ୍କ ଇସ୍ତଫାକୁ ଗ୍ରହଣ କଲେ ଅମରିନ୍ଦର

ଚଣ୍ଡିଗଡ଼,୨୦।୭: ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀଥିବା ଭାରତର ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ପ୍ରବକ୍ତା ଶନିବାର ଏହି ସୂଚନା ଦେଇଛନ୍ତି। ଗତ ପ୍ରାୟ ୨ଦିନ ହେବ ଅମରିନ୍ଦର ଅସୁସ୍ଥ ଥିବାରୁ ଦିଲ୍ଲୀରୁ ଫେରିବା ପରେ ସେ ଏହି ଇସ୍ତାଫା ପତ୍ରକୁ ଗ୍ରହଣ କରିଛନ୍ତି। ନିୟମ ଅନୁଯାୟୀ ଏହି ଇସ୍ତଫା ପତ୍ରକୁ ଗ୍ରହଣ କରିବା ଲାଗି ରାଜ୍ୟପାଳ ଭିପିଏସ୍‌ ଭାଦନୋରେଙ୍କ ପାଖକୁ ମଧ୍ୟ ପଠାଇ ଦିଆଯାଇଛି। ଉକ୍ତ ଇସ୍ତଫା ପତ୍ରରେ ମାତ୍ର ଗୋଟିଏ ଧାଡି ଲେଖାଯାଇଥିବା ବେଳେ ଏଥିରେ କୌଣସି କାରଣ ଦର୍ଶାଯାଇ ନାହିଁ ଅବା ଅନ୍ୟ କୌଣସି କଥା ବର୍ଣ୍ଣନା କରାଯାଇନାହିଁ। ସୂଚନାଯୋଗ୍ୟ, ଗତ ପ୍ରାୟ ମାସକ ତଳେ ସିଦ୍ଧୁଙ୍କର ବିଭାଗ ପରିବର୍ତ୍ତନ ହୋଇଥିବା ବେଳେ ସେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍ ଜୋନ୍‌ରେ ଦିଲ୍ଲୀ ଏନ୍‌ସିଆର୍‌

ନୂଆଦିଲ୍ଲୀ,୭ ।୧୧: ବେଳକୁ ବେଳ ଖରାପ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା । ବିଶେଷ ଭାବେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣ ମାତ୍ରା...

ଜରିମାନା ଜାଲରେ ପୋଲିସ

ପାଟନା: ମୋଟର ଯାନ ଆଇନ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଯେଭଳି ଜରିମାନା କରାଯାଉଛି ତାହା...

‘ପ୍ଲାଷ୍ଟିକ୍‌ ଦିଅ ସୁନା ନିଅ’

ଶ୍ରୀନଗର,୭ା୩: ପ୍ଲାଷ୍ଟିକ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ପରିବେଶ ଏବଂ ଜୀବଜଗତ ପ୍ରଭାବିତ ହେବାରେ ଲାଗିଛନ୍ତି। ପ୍ରାଣୀଜଗତ ସୁରକ୍ଷାକୁ ଦୃଷ୍ଟିରେ ରଖି...

୭ ମାସ ପରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଲକ୍ଷେ ଟପିଲା

ନୂଆଦିଲ୍ଲୀ,୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୭ ହଜାର ନୂଆ କରୋନା ମାମଲା...

ଏମ୍‌ସିଡି ଉପନିର୍ବାଚନ ଫଳାଫଳ: ଝାଡୁ ପାହାରରେ ହାତ-ପଦ୍ମ ଘାଇଲା

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ନଗର ନିଗମ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମୋଟ ୫ଟି ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି ୪ରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ...

ଟିନା ଡାବିଙ୍କ ସହ ନିର୍ବନ୍ଧ ପରେ ରାତାରାତି ଷ୍ଟାର ପାଲଟିଲେ ଆଇଏଏସ୍‌ ପ୍ରଦୀପ

ନୂଆଦିଲ୍ଲୀ,୩୦।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩...

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ...

ଡେଙ୍ଗୁ ରୋକିବା ପାଇଁ ପୋଖରୀରେ ଛଡ଼ାଗଲା ୨୫ ହଜାର ମାଛ…

ଫିରୋଜାବାଦ,୬।୯: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲାରେ ଡେଙ୍ଗୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଶେଷରେ ମାଛର ସହାୟତା ନିଆଯାଇଛି। ଡେଙ୍ଗୁ ରୋକିବା ପାଇଁ ’ଗମ୍ବୁସିଆ’ ମାଛକୁ...

Advertisement
Archives

Model This Week