ସାମାଜିକ ବାସନ୍ଦ ନୁହେଁ, ସହଯୋଗ ଲୋଡ଼ା

ବିଶ୍ୱରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୩୦ ଜାନୁୟାରୀରେ ବିଶ୍ୱ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି। । ଏହି ଦିବସରେ ଗାନ୍ଧିଜୀଙ୍କୁ ମଧ୍ୟ ସ୍ମରଣ କରାଯାଏ। ଗାନ୍ଧିଜୀ ଏହି ରୋଗକୁ ଭଲ ଭାବେ ବୁଝିଥିଲେ ଓ ରୋଗୀଙ୍କ ସେବା ବି କରୁଥିଲେ। ବିଶ୍ୱରେ ସବୁଠୁ ପୁରୁଣା ରୋଗ ହେଉଛି କୁଷ୍ଠରୋଗ। ପୂର୍ବେ ଏହାର ଚିକିତ୍ସା ପଦ୍ଧତି ବାହାରି ନଥିବାବେଳେ ଲୋକମାନେ ସାମାଜିକ ବାସନ୍ଦର ଶିକାର ହୋଇ ଘରଛାଡି ବାହାରେ ରହିବାକୁ ବାଧ୍ୟ ହେଉଥିଲେ। ଆମ ଦେଶରେ ଏହାକୁ ‘ବଡ ରୋଗ’ ବୋଲି ଲୋକେ କହନ୍ତି। ଏହାକୁ ଅଭିଶାପର ଫଳ ଓ କଳଙ୍କ ବୋଲି ମନେକରନ୍ତି। କେବଳ ଭାରତ ନୁହେଁ ବିଶ୍ୱର ବହୁ ଦେଶରେ ଏହି ରୋଗ ଏକ କଳଙ୍କ ନୁହେଁ ବୋଲି ଲୋକମାନଙ୍କୁ ଅବଗତ କରାଯାଇ ରୋଗାକ୍ରାନ୍ତ ବ୍ୟକ୍ତି ଘର ଓ ସମାଜରେ ଯେମିତି ବାସନ୍ଦ ନ ହୁଅନ୍ତି ତା’ ଉପରେ ଏହି ଦିବସରେ ଜୋର ଦିଆଯାଇଥାଏ। କୁଷ୍ଠକୁ ନେଇ ବସାବାନ୍ଧିଥିବା ଭ୍ରମ ଧାରଣା ଦୂର କରିବାରେ ଏହି ଦିବସ ଅନେକ ସଫଳତା ପାଇଛି। ବିଶ୍ୱକୁ ସମ୍ପୂର୍ଣ୍ଣ କୁଷ୍ଠମୁକ୍ତ କରିବା ଲକ୍ଷ୍ୟରେ ବର୍ତ୍ତମାନ ବିଶ୍ୱର ୧୦୦ଟିରୁ ଊର୍ଦ୍ଧ୍ୱ ଦେଶରେ ଏହା ପାଳନ କରାଯାଉଛି। ଷାଷ୍ଠିଏ ଦଶକର ଆରମ୍ଭରେ ଏହି ରୋଗ ଲାଗି ପ୍ରଥମେ ଓଷଧ ଆବିଷ୍କାର ହେବା ପରେ ମଲ୍ଟି ଡ୍ରଗ ଥେରାପୀ(ଏମ୍‌ଡିଟି) ଚିକିତ୍ସାରେ ବ୍ୟବହାର କରାଯାଇଥିଲା। ୧୯୮୧ରେ ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ବୀକୃତି ଦେବା ପରେ ଏହି ରୋଗକୁ ନିୟନ୍ତ୍ରଣ କରିବା ସହଜ ହୋଇଛି। ୧୯୮୫ରୁ ଡବ୍ଲ୍ୟୁଏଚଓ ଏମ୍‌ଡିଟି ମାଗଣାରେ ଯୋଗାଇ ଦେଉଛି। ତଥାପି ୨୦୧୮ରେ ୧୫୯ଟି ଦେଶରେ ୨୦୮୬୧୯ ଜଣ ନୂଆ ରୋଗୀ ସାମ୍‌ନାକୁ ଆସିଥିଲେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଦିବସ ଅବସରରେ କୁଷ୍ଠରୋଗଗ୍ରସ୍ତଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଜୋର୍‌ ଦିଆଯାଏ। ସରକାରୀ ସଂସ୍ଥା ବ୍ୟତୀତ ବେସରକାରୀ ସଂଗଠନ ଓ ସାମାଜିକ କର୍ମୀମାନେ ଲୋକମାନଙ୍କଠାରୁ ସାହାଯ୍ୟ ସଂଗ୍ରହ କରି କୁଷ୍ଠରୋଗୀମାନଙ୍କ ଲାଗି ଫଣ୍ଡ୍‌ ବୃଦ୍ଧି କରିଥାନ୍ତି। ଅନେକ ବର୍ଷ ଧରି ଦାରିଦ୍ର୍ୟ ଓ କୁଷ୍ଠରୋଗ ମଧ୍ୟରେ ସମ୍ବନ୍ଧ ରହିଥିବା ଲକ୍ଷ୍ୟ କରାଯାଇଛି। ଦେଖାଯାଇଛି ଆର୍ଥିକସ୍ତରରେ ଦୁର୍ବଳ ଲୋକମାନେ ବେଶି କୁଷ୍ଠରୋଗଗ୍ରସ୍ତ ହୋଇଥାନ୍ତି। ସାମାଜିକ ବାସନ୍ଦ ନୁହେଁ, ବରଂ ସେମାନଙ୍କୁ ସବୁ ସ୍ତରରୁ ସହଯୋଗ ଦରକାର। ଏଣୁ କୁଷ୍ଠରୋଗରେ ଆକ୍ରାନ୍ତ ଗରିବଙ୍କ ଅଭାବ ଦୂର କରିବା ଲାଗି ଏହି ଦିବସ ମଧ୍ୟ ଗୁରୁତ୍ୱ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ

ଲଣ୍ଡନ,୧୩।୨: ଇନଫୋସିସ୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୩୯ ବର୍ଷ...

ଏଠାରେ ହାରୁଛି କରୋନା: ୧୦୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ

ଓ୍ବିଲିଙ୍ଗଟନ, ୯।୮: ସାରା ପୃଥିବୀରେ ପ୍ରତିଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ ନ୍ୟୁଜିଲାଣ୍ଡରେ କରୋନା ପରାଜିତ ହୋଇଛି। ଗତ ୧୦୦ ଦିନ...

ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା: ପ୍ରଥମ ମହିଳା ଭାବେ ଭାଗ ନେବେ ନିକୋଲା

ରିୟାଦ: ସାଉଦି ଆରବରେ ୨୯ ଫେବୃୟାରୀରେ ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ପୁରସ୍କାର ରାଶି ରହିଛି ୧୪୩...

କରୋନା ସଂକ୍ରମଣ ପଛରେ ଚାଇନାର ହାତ: ପ୍ରମାଣ ମିଳିଲେ ପରିଣତି ହେବ ଭୟାବହ; ଚେତାବନୀ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍‌ ସ୍ଥିତ ଲ୍ୟାବ୍‌ରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ...

ରୋଜ୍‌ ଡେ’: ଗୋଲାପ ପ୍ରେମ ବଢ଼ାଇବା ସହ ଆଣିଥାଏ ସୁନିଦ୍ରା

ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର...

ପ୍ରଥମଥର ପାଇଁ ଗଦାଫି ଷ୍ଟାଡିୟମରେ ନମାଜ ପଢିପାରିଲେନି ହଫିଜ୍‌ ସୟିଦ୍‌: ଲାଗିଲା କଟକଣା

ଇସଲମାବାଦ୍‌, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍‌ ଉଦ୍‌ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍‌ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି...

ଇଲ୍‌କୁ ଗିଳୁଛି ମାଛ, ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଏକ ମାଛ ଗୋଟିଏ ବଡ଼ ଇଲ୍‌କୁ ଗିଳୁଛି।...

ବାତ୍ୟା ‘ଫନୀ’ ମୁକାବିଲା ପାଇଁ ଜାଣନ୍ତୁ କେମିତି ରହିବେ ସଜାଗ

ସାମୁଦ୍ରିକ ଝଡ଼ ‘ଫନୀ’ ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦...

Advertisement


Archives

Model This Week