Posted inଖେଳ

ସାନିଆଙ୍କୁ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ପ୍ରଥମ ଭାରତୀୟ ଭାବେ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ଜିତିଛନ୍ତି। ମାତୃତ୍ୱ ଲାଭ ପରେ ଟେନିସ କୋର୍ଟକୁ ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ସାନିଆ ଏସିଆ/ଓସେନିଆ ଜୋନ୍‌ରୁ ଏହି ଆଓ୍ବାର୍ଡ ପାଇଛନ୍ତି। ଚଳିତ ବର୍ଷର ୩ ରିଜିଓନାଲ ଗ୍ରୁପ୍‌-୧ ପ୍ରାର୍ଥୀଙ୍କ ଲାଗି ମୋଟ ୧୬,୯୮୫ ଜଣ ମତ ସାବ୍ୟସ୍ତ କରିଥିଲେ। ସାନିଆଙ୍କୁ ୧୦,୦୦୦ରୁ ଅଧିକ ଭୋଟ ମିଳିଥିଲା। ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ପାଇଁ ଅନ୍‌ଲାଇନ୍‌ ଭୋଟିଂ ହୋଇଥାଏ। ମେ’ ୧ ତାରିଖରୁ ଏକ ସପ୍ତାହ ଧରି ଏହା ଚାଲିଥିଲା। ଫେଡ୍‌ କପ୍‌ ପ୍ରତିଯୋଗିତାରେ ସାନିଆ ବିଶ୍ୱର ଜଣେ ଲୋକପ୍ରିୟ ଖେଳାଳି। ପ୍ରଥମ ଭାରତୀୟ ଭାବେ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ଜିତିଥିବାରୁ ମୋ ପାଇଁ ଏକ ଗର୍ବର ବିଷୟ ବୋଲି ସାନିଆ କହିଛନ୍ତି। ଏହି ପୁରସ୍କାରକୁ ମୁଁ ସମଗ୍ର ଦେଶ ଓ ମୋର ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି ବୋଲି ସାନିଆ କହିଛନ୍ତି। ସେ ଆହୁରି ମଧ୍ୟ ଯେଉଁମାନେ ତାଙ୍କୁ ଭୋଟ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାନିଆ ୪ବର୍ଷ ପରେ ଫେଡ୍‌ କପ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତକୁ ପ୍ରଥମ ଥର ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ୨୦୧୮ ଅକ୍ଟୋବରରେ ପୁତ୍ର ସନ୍ତାନ ଇଝାନ୍‌ଙ୍କ ଜନ୍ମ ପରେ ସାନିଆ ଜାନୁୟାରୀରେ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ନାଡିଆ କିଚେନୋକ୍‌ଙ୍କ ସହିତ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ମହିଳା ଡବଲ୍ସ ଟାଇଟଲ ଜିତିଥିଲେ। ପୂର୍ବତନ ନମ୍ବର ଓ୍ବାନ ଡବଲ୍ସ ଏବଂ ୬ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ସାନିଆ ଇଣ୍ଡୋନେସିଆର ୧୬ବର୍ଷୀୟା ପ୍ରିସ୍କା ମେଡିଲିନ୍‌ ନୁଗ୍ରୋହୋଙ୍କୁ ପଛରେ ପକାଇ ଏସିଆ/ଓସେନିଆ ରିଜିଓନାଲ କାଟେଗୋରୀରେ ପୁରସ୍କାର ଜିତିଥିଲେ। ପ୍ରତ୍ୟେକ କାଟେଗୋରୀର ବିଜେତା ପୁରସ୍କାର ବାବଦରେ ୨୦୦୦ ଆମେରିକୀୟ ଡଲାର ପୁରସ୍କାର ମିଳିବ। ୩୩ ବର୍ଷୀୟା ହାଇଦ୍ରାବାଦୀ ତାଙ୍କ ପୁରସ୍କାର ରାଶିକୁ କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଛନ୍ତି। ୟୁରୋପ/ଆମେରିକା ଅଞ୍ଚଳରୁ ଆନେଟ କୋଣ୍ଟାଭିଟ୍‌ (ଇସ୍ତୋନିଆ) ଏବଂ ପାରାଗୁଏର ଭେରୋନିକା ସିପେଡ୍‌ ରଏଗ୍‌ ରଏଗ୍‌ଙ୍କୁ ପଛରେ ପକାଇ ଆମେରିକା ଅଞ୍ଚଳରୁ ଏହି ପୁରସ୍କାର ଜିତିଛନ୍ତି।
ଇଣ୍ଟରନ୍ୟାଶନାଲ ଟେନିସ୍‌ ଫେଡେରେଶନ (ଆଇଟିଏଫ୍‌) ଦ୍ୱାରା ୨୦୦୯ରୁ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ଦିଆଯାଇ ଆସୁଛି। ଫେଡ୍‌ କପ୍‌ରେ ନିଜ ଦେଶ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri