ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ତୈଳ ବିଶୋଧନାଗାର ରାସ୍ତା

ପାରାଦୀପ,୫ା୮(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ରାସ୍ତାରେ ଫାଟକ ଲଗାଇବାକୁ ନେଇ ୨ବର୍ଷ ତଳେ ଅନେକ ବିବାଦ ମୁଣ୍ଡ ଟେକିଥିଲା। ଏପରି କି ଇଡ୍‌କୋ ଉକ୍ତ ଫାଟକକୁ ନେଇ ଆପତ୍ତି ଉଠାଇବା ସହ ରାସ୍ତାକୁ ମୁକ୍ତ ରଖିବାକୁ ସେତେବେଳେ ବିଶୋଧନାଗାର କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲା। ଫଳରେ ଉକ୍ତ ରାସ୍ତା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରଖାଯାଇଥିଲା। ଏବେ ପୁଣି ରାସ୍ତାରେ ଫାଟକ ଲଗାଯିବା ସହ ସାଧାରଣ ଲୋକଙ୍କ ପାଇଁ ଯାତାୟାତ ବନ୍ଦ କରାଯାଇଛି। ସାଧାରଣ ଲୋକଙ୍କ ଯାତାୟାତ ପାଇଁ ବିଶୋଧନାଗାର କର୍ତ୍ତୃପକ୍ଷ ପ୍ରଶାସନିକ ଭବନ ପଛପଟେ ଏକ ବାଇପାସ୍‌ ରାସ୍ତା କରିଛନ୍ତି। ଉକ୍ତ ରାସ୍ତା ଅଭୟଚାନ୍ଦପୁର ଥାନା ପାଖରୁ ପ୍ରଶାସନିକ ଭବନ ପଛ ଦେଇ ତ୍ରିଲୋଚନପୁର ଗ୍ରାମ ସୀମାକୁ ସଂଲଗ୍ନ ହୋଇଛି। ଏହି ବାଇପାସ ନିର୍ମାଣ ହେବା ଓ ବିଶୋଧନାଗାର ରାସ୍ତା ବନ୍ଦ ହେବା ପରେ ପ୍ରଶାସନିକ ଭବନ ଏବେ ସୁରକ୍ଷା ବଳୟ ଭିତରେ ରହିଯାଇଛି। ଏହା ଦ୍ୱାରା ଆଉ କୌଣସି ସଙ୍ଗଠନ ସେହି ସ୍ଥାନରେ ବିରୋଧ କରିପାରିବେ ନାହିଁ। ସୂଚନାଯୋଗ୍ୟ, ଚଣ୍ଡିଖୋଲ-ପାରାଦୀପ ୫ନଂ.(କ) ଜାତୀୟ ରାଜପଥଠାରୁ ବିଶୋଧନାଗାର ପ୍ରଶାସନିକ ଭବନ ୮କିମି। ଏହି ରାସ୍ତାର ଆରମ୍ଭସ୍ଥଳକୁ ଜିରୋ ପଏଣ୍ଟ କୁହାଯାଏ। ବିଶୋଧନାଗାର ପ୍ରକଳ୍ପ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ। ଏହାର ୫ଟି ପ୍ରବେଶ ପଥ ରହିଛି। ୪ନଂ. ଗେଟ୍‌ ସମ୍ମୁଖରେ ବିଶୋଧନାଗାର ପ୍ରଶାସନିକ ଭବନ। ସେହି ରାସ୍ତା ପାଖରେ ଅଭୟଚାନ୍ଦପୁର ଥାନା, ବ୍ୟାଙ୍କ, ପୋଷ୍ଟ ଅଫିସ, ସିଆଇଏସ୍‌ଏଫ୍‌ କମ୍ପ୍ଲେକ୍ସ ଓ ୨୨ ରାଜସ୍ବ ଗ୍ରାମର ଲୋକେ ଯାତାୟାତ କରନ୍ତି। ଉକ୍ତ ରାସ୍ତାକୁ ବିଶୋଧନାଗାର ପକ୍ଷରୁ ନିର୍ମାଣ କରାଯାଇଛି। ପ୍ରଶାସନିକ ଭବନ ପାଖରେ ପ୍ରଧାନମନ୍ତ୍ରୀଙ୍କ ବିଶୋଧନାଗାର ଲୋକାର୍ପଣ କାର୍ଯ୍ୟକ୍ରମ ହୋଇଥିଲା। ସେହି ରାସ୍ତାର ୪ନଂ.ଗେଟ୍‌ ପାଖରେ ବିଶୋଧନାଗାର ଏକ ବିଶାଳ ଫାଟକ କରିଛି। ଏଥିସହ ପ୍ରଶାସନିକ ଭବନର ଅପରପାର୍ଶ୍ୱ ତ୍ରିଲୋଚନପୁର ଗ୍ରାମ ସୀମାରେ ମଧ୍ୟ ଫାଟକ କରାଯାଇଛି। ଏହି ବ୍ୟବସ୍ଥାରେ ଏବେ କୌଣସି ସାଧାରଣ ଲୋକ ବିଶୋଧନାଗାର ଅଫିସକୁ ଯିବା ସହଜ ନୁହେଁ। ୩୩୪୪ ଏକର ବିଶିଷ୍ଟ ବିଶୋଧନାଗାର ପ୍ରକଳ୍ପ ଆରମ୍ଭ ବେଳେ ଯେଭଳି ଅବାଧ ପ୍ରବେଶ ଥିଲା, ଏବେ ତାହା ସମ୍ପୂର୍ଣ୍ଣ ବିପରିତ। ଅର୍ଥାତ୍‌ ସେହି ଅଞ୍ଚଳକୁ ପ୍ରବେଶ କରିବା ଆଦୌ ସମ୍ଭବ ନୁହେଁ। ଏ ପରିକି ପ୍ରକଳ୍ପ ଭିତରକୁ ମୋବାଇଲ, ବାଇକ ସମ୍ପୂର୍ଣ୍ଣ ନିଷେଧ। ୪ ଚକିଆ ଯାନ ପ୍ରବେଶ ପାଇଁ ମଧ୍ୟ କଟକଣା। ଯେଉଁ କାରର ସାଇଲେନ୍ସର ପାଇପ ଆଗରେ ଆଗ୍ନିକ ଡବା (ଢୋଲକି) ନ ଥିବ ତାହା ମଧ୍ୟ ଯାଇପାରିବ ନାହିଁ। ତେବେ ଆଗାମୀ ଦିନରେ ଏହାର ପ୍ରଭାବ ସଙ୍ଗଠନ ଉପରେ କିପରି ପଡୁଛି ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା କଡ଼ାକଡ଼ି

ଆନନ୍ଦପୁର,୩୧। ୧(ସ୍ବ.ପ୍ର.)- ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ଜିଲାଠାରୁ ଆରମ୍ଭ କରି ଉପଖଣ୍ଡ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।...

ନିଖୋଜ ଛାତ୍ର ଉଦ୍ଧାର

ହାଟଡିହି, ୧୩।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଛେନାପଦି ବଜାରରୁ ପ୍ରଫୁଲ୍ଲ ପଣ୍ଡାଙ୍କ ୧୨ ବର୍ଷର ପୁଅ ପଙ୍କଜ ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ। ଏନେଇ...

ସିଲିଣ୍ଡରରେ ପାଣି ପୂରାଇ ଲୁଟୁଥିଲେ ଗ୍ୟାସ

ଝାରସୁଗୁଡ଼ା ଅଫିସ,୧୮ା୮: ପରିବହନ ଗାଡ଼ିରୁ ଗ୍ୟାସ୍‌ ସିଲିଣ୍ଡର ବାହାର କରି ପାଣିଭର୍ତ୍ତି ସିଲିଣ୍ଡର ବୋଝେଇ କରି ରପ୍ତାନି କରାଯାଉଥିଲା। ଏଭଳି ଅଭିନବ ଉପାୟରେ ଗ୍ୟାସ୍‌ ଚୋରି...

ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ପୁରୀ ଯାତ୍ରା, ପାଦରେ ଚାଲି ଚାଲି ପହଞ୍ଚିବେ

ଭୁବନ,୨୮।୦୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୬୦ ଜଣରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶୁକ୍ରବାର ପାଦରେ ଚାଲି ଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ପୁରୀ ଯାତ୍ରା କରିଛନ୍ତି।...

ବାଘ ଛାଲ ଜବତ, ଜଣେ ଗିରଫ

ବାଉଁଶୁଣୀ/କଣ୍ଟାମାଳ,୨୧।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ ପୁଣି ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ଅଞ୍ଚଳରୁ ଆଉ ଏକ ବାଘ ଛାଲ ଜବତ କରିଛି ସ୍ବତନ୍ତ୍ର...

ମହାନଦୀରେ ବନ୍ୟା, ରାସ୍ତାରେ ଆଣ୍ଠୁଏ ପାଣି:ମଣିପୁର ଓ ହନୁମନ୍ତପ୍ରସାଦ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ

ଭାପୁର,୧୫ା୮(ଡି.ଏନ.ଏ): ମହାନଦୀର ପ୍ରଥମ ବନ୍ୟା ଜଳରେ ଭାପୁର ବ୍ଲକର ମଣିପୁର ଓ ହନୁମନ୍ତପ୍ରସାଦ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଛି। କରବର-ବୈଦ୍ୟେଶ୍ୱର...

ଜେଟିରେ ଲାଗିଲା ମାଛ ଧରା ଡଙ୍ଗା-ଟ୍ରଲର

ଭଦ୍ରକ ଅଫିସ,୧୭।୫ – ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ଟ୍ରଲର ଓ ଡଙ୍ଗାଗୁଡିକ କୂଳ ତଥା ବିଭିନ୍ନ ଜେଟିରେ...

ପ୍ରାର୍ଥୀଙ୍କ ପାଇଁ କରମା ନାଚିଲେ ବିଧାୟିକା

ସୁନ୍ଦରଗଡ଼, ୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଉଛି ସୁନ୍ଦରଗଡ଼ର ରାଜନୀତି। ଶନିବାର ଭାଜପା ଜିଲା ପରିଷଦ ପ୍ରାର୍ଥୀଙ୍କ ଲାଗି ପ୍ରଚାରରେ ସାମିଲ ହୋଇ...

Advertisement
Archives

Model This Week