ସାତ୍‌ସପନ ହେଇଛେ ବିଜଲିବତୀ ଉକିଆ: ମିଟର, ବୋର୍ଡରେ ସୀମିତ ଯୋଜନା

ପର୍ଲା, ୪।୧୨(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଧଅଁରପୁର ପଁଚେତ୍‌ କର୍ଲାପଡ଼ା ଗଁାରେ ବିପିଏଲ୍‌ ବିଦ୍ୟୁତ୍‌ ସଂଯୋଗ ପର୍‌ହସନ ପାଲଟିଛେ। ଗଲା ୩ ବଛର ତଲେ ଗଁାରେ ବିପିଏଲ ପରିବାରମାନକୁ ବିଦ୍ୟୁତ୍‌ ସଂଯୋଗ ଦେବାକେ କାମ୍‌ ମୂଲ ହେଇଥିଲା। ସେଥିରଲାଗି ଗଁାରେ ଗୁଟେ ଟ୍ରାନ୍ସଫର୍ମର ବସାଯାଇଥିଲା। ପଛେ ଖୁଁଟ୍‌ ଗାଡି ତାର ଟନା ଯିବାର ସଂଗେ ହିତାଧିକାରୀମାନକର ଘରମାନକୁ ମିଟର, ବୋର୍ଡ ବସାଯାଇଥିଲା। ହେଲେ ଆଏଜ୍‌କେ ୩ ବଛର ବିତିଯାଇଥିଲେ ବି ହିତାଧିକାରୀମାନେ ବିଦ୍ୟୁତ୍‌ ସଂଯୋଗ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଘଟନାକେ ନେଇ ଗଁାରେ ବିପିଏଲ୍‌ ହିତାଧିକାରୀକଁର ଭିତରେ ଅସନ୍‌ତୋଷ ଭାବ୍‌ ଦେଖ୍‌ବାକେ ମିଲିଛେ।
ସୂଚନା ଅନ୍‌ସାରେ ଛତିଶଗଡ଼ ସିମାନାରେ ପାହାଡ଼ ତଲେ ଥିବାର କର୍ଲାପଡ଼ା ଗଁାରେ ପାଖାପାଖି ୧ଶହରୁ ଅଧ୍‌କା ବିପିଏଲ୍‌ ପରିବାର ବାସ୍‌ କରୁଛନ୍‌। ଗଁାରେ ବିଦ୍ୟୁତ୍‌ ସଂଯୋଗ ନାଇଁଥିବାରଲାଗି ଗଁାବାସୀ ବହୁତ ହଇରାନ ହରକତ ହେଉଛନ୍‌। ଏନ୍‌ତାଥି ୩ ବଛର ତଲେ ରାଏଜ୍‌ ସରକାର ଗ୍ରାମୀଣ ବିଦ୍ୟୁତ୍‌ ଯୋଜନାରେ ଗଁାବାସୀକୁ ବିଦ୍ୟୁତ୍‌ ସଂଯୋଗ ଯୁଗେଇ ଦେବାକେ କାମ୍‌ ମୂଲ କରିଥିଲେ। ଇଥ୍‌ରେ ଗଁାବାସୀ ଖୁସ୍‌ ହେଇଯାଇଥିଲେ। ହେଲେ ଦୁଖର କଥା ସବୁ କାମ୍‌ ସଏଲା ଉତାରୁ ବି ବିଦ୍ୟୁତ୍‌ ସଂଯୋଗ ନାଇଁ ମିଲିପାରବାର ବଲି ଗଁାର ବିଦ୍ୟାଧର ମାଝି, ଗୋରାଙ୍ଗ ମାଝି, ଲୟାଧର ମାଝି, ପ୍ରେମଲାଲ ମାଝି ପରମୁଖ କହିଛନ୍‌। ଇ ଘଟନାକେ ନେଇ ଗଁାବାସୀ ଭିନେ ଭିନେ ସମିଆରେ ଥାନୀଅ ସରପଁଚ୍‌, ରାଜନେତା, ବିଦ୍ୟୁତ ବିଭାଗର ଯନ୍ତ୍ରୀକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ହେଲେ ଠିକା କମ୍ପାନୀର କେତେ କରମ୍‌ଚାରୀକର କହେବାର ହେଲା ଧଅଁରପୁର ପଁଚେତ୍‌ର ଅନେକ ଗଁାରେ କାମ୍‌ ଚାଲିଛେ। ସେଥିରଲାଗି ବିଦ୍ୟୁତ୍‌ ସଂଯୋଗ ନାଇଁ ଦିଆଯିବାର ବଲି ସେମାନେ କହିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଦ୍ୟୁତ୍‌ ବିଭାଗ ଅଧ୍‌କାରୀ ଭଗବାନ ସାହୁକୁଁ ପଚରାଲାରୁ ଇଥିରଲାଗି ଗୁଟେ ଟିମ୍‌ ରହିଛନ୍‌। ସେମାନେ କାମ୍‌ ସରିଛେ ବଲି ରିପୋର୍ଟ ଦେବେ ଆର ସଏଲା କାମ୍‌କେ ବିଦ୍ୟୁତ୍‌ ବିଭାଗର ଜିମା ଦେଲା ଉତାରୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଲାଞ୍ଜିଗଡ଼ରେ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ

ଲାଞ୍ଜିଗଡ,୫।୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଶନିବାର ଅନୁଷ୍ଠିତ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri