ସର୍ବକ୍ଷମା ଅବଧି ବୃଦ୍ଧି ଦାବି

ଭୁବନେଶ୍ୱର,୪।୨(ବ୍ୟୁରୋ): ଯେଉଁମାନେ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ପାଇଁ ପ୍ଲାନ୍‌ ନେଇ ମଞ୍ଜୁରୀଠାରୁ ଅଧିକ ନିର୍ମାଣ କରିଛନ୍ତି କିମ୍ବା ନ ନେଇ ଘର ତିଆରି କରିଛନ୍ତି, ସେମାନେ ଜରିମାନା ଦେଇ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରିପାରିବେ। ଏଥିପାଇଁ ୨୦୧୮ ଜୁନ୍‌ରୁ ରାଜ୍ୟ ସରକାର ଆରମ୍ଭ କରିଥିବା ସର୍ବକ୍ଷମା ଯୋଜନା(ଆମନେଷ୍ଟି ସ୍କିମ୍‌)ର ଅବଧି ଆସନ୍ତା ୫ ତାରିଖରେ ଶେଷ ହେବ। ଏହାପରେ ଆଉ କୌଣସି କ୍ଷମା ନାହିଁ। ତେଣୁ ସବୁ ବେଆଇନ ନିର୍ମାଣ ଭଙ୍ଗାଯିବ ବୋଲି ବିଡିଏ ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି। ଏ ନେଇ ଖବର ପ୍ରକାଶ ପାଇବା ପରେ ଘର ମାଲିକମାନେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସମେତ ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷ(ଡେଭଲପ୍‌ମେଣ୍ଟ ଅଥରିଟି)ରେ ବେଆଇନ ନିର୍ମାଣକୁ ନିୟମିତ(ରେଗୁଲାରାଇଜ୍‌) କରିବା ପାଇଁ ଭିଡ଼ ଜମାଇଛନ୍ତି। ତେବେ ଏହି ଯୋଜନାରେ ଆବେଦନ କରିବାକୁ ହେଲେ ମାଲିକମାନଙ୍କୁ ପଞ୍ଜିକୃତ ଆର୍କିଟେକ୍ଟଙ୍କର ସହାୟତା ନେବାକୁ ପଡ଼ୁଛି। ଅବଧି ଶେଷ ହୋଇ ଆସୁଥିବାରୁ ପ୍ରବଳ ଭିଡ଼ ଯୋଗୁ ଲୋକମାନେ ଆର୍କିଟେକ୍ଟ ପାଇ ପାରୁନାହାନ୍ତି। ଏଥିଯୋଗୁ ଜନଅସନ୍ତୋଷ ଦେଖାଦେଇଛି। ଏହି ସର୍ବକ୍ଷମା ଯୋଜନା ଅବଧିକୁ ଆଉ ୬ ମାସ ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ରାଜସ୍ବ ବୃଦ୍ଧି ହେଉଥିବା ବେଳେ ଏହି ଯୋଜନାକୁ କାହିଁକି ସରକାର ବନ୍ଦ କରୁଛନ୍ତି ବୋଲି ସୋମବାର ବିଡିଏକୁ ଆବେଦନ ପାଇଁ ଆସିଥିବା ଘରମାଲିକ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହି ଯୋଜନାର ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି।
ରାଜ୍ୟ ସରକାର ୨୦୧୮ ଜୁନ୍‌ ୨୦ ତାରିଖରେ ସର୍ବକ୍ଷମା ଯୋଜନା(ଆମନେଷ୍ଟି ସ୍କିମ୍‌) ଆରମ୍ଭ କରିଥିଲେ। ରାଜ୍ୟରେ ଥିବା ୯ଟି ଉନ୍ନୟନ କର୍ତ୍ତୃପକ୍ଷ(ଡେଭଲପ୍‌ମେଣ୍ଟ ଅଥରିଟି)ରେ ଏହାକୁ ଲାଗୁ କରାଯାଇଛି। ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେଶନରେ ଥିବା ନିୟମାବଳୀ ଆଧାରରେ ନିୟମ ଉଲ୍ଲଂଘନକାରୀ ଏହି ସୁବିଧା ପାଇବେ। ପ୍ରଥମେ ଏହାକୁ ୬ ମାସ ପାଇଁ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଥିଲା।
ବେଆଇନ ଘର, ପାର୍କିଂକୁ ନିୟମିତ କରିବାକୁ ହେଲେ ଆବେଦନକାରୀଙ୍କୁ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳର ରେଗୁଲେଶନରେ ଥିବା କମ୍ପାଉଣ୍ଡିଂର ୪୦ ପ୍ରତିଶତ ଅଧିକ ଦେବାକୁ କୁହାଯାଇଥିଲା। ମହାନଗର ନିଗମ ଅଞ୍ଚଳ ପାଇଁ ଘରର ଚାରିପାଖ ଅଧିକ ନିର୍ମାଣ କରିଥିଲେ ପ୍ରତି ବର୍ଗମିଟରକୁ କମ୍ପାଉଣ୍ଡିଂ ମୂଲ୍ୟର ୧.୪ ଗୁଣ, ମ୍ୟୁନିସିପାଲିଟି ପାଇଁ ୧.୩, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଁ ୧.୨ ଏବଂ ଗ୍ରାମାଞ୍ଚଳ ଲାଗି ୧.୧ଗୁଣ ଜରିମାନା ଦେବାକୁ ଘୋଷଣା କରାଯାଇଥିଲା। ଦୁଇଥର ଏହାର ଅବଧି ବୃଦ୍ଧି କରାଯାଇଥିଲେ ମଧ୍ୟ ଜରିମାନା ରାଶି ଅଧିକ ହେବାରୁ ତାହା ଜନସାଧାରଣଙ୍କୁ ଆକୃଷ୍ଟ କରିପାରିଲା ନାହିଁ। ଫଳରେ ବାଧ୍ୟହୋଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜରିମାନା ରାଶିକୁ ପ୍ରତି ବର୍ଗମିଟରକୁ ୨୫୦ ଏବଂ ୫୦୦ ଟଙ୍କାକୁ ହ୍ରାସ କରିଥିଲା। ଏହାର ଅବଧିକୁ ମଧ୍ୟ ଆଉ ୬ ମାସ ପାଇଁ ବଢ଼ାଯାଇଥିଲା। ସଂଶୋଧିତ ବିଜ୍ଞପ୍ତି ୨୦୧୯ ଅଗଷ୍ଟ ୬ ତାରିଖରେ ପ୍ରକାଶ କରାଗଲା। ତେବେ ଏହି ଅବଧିକୁ ଆଉ ୬ ମାସ ବଢ଼ାଇବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜନସାଧାରଣଙ୍କ ଆଗ୍ରହକୁ ଦେଖି ଅବଧି ବଢ଼ାଇବାର ଆବଶ୍ୟକତା ରହିଛି। ସରକାର ଏହା ଉପରେ ନିଷ୍ପତ୍ତି ନେଇପାରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…

ବୃଦ୍ଧି ପାଉଛି ତାପମାତ୍ରା : ପଥଚାରୀଙ୍କୁ ପଣା ବଣ୍ଟନ କଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସୋମବାର ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri