Posted inଖେଳ

ସର୍ତ୍ତରେ ହରଭଜନଙ୍କୁ ହରାଇଲେ ଅଂଶୁମାନ ରଥ

ନୂଆଦିଲ୍ଲୀ, ୧୯।୫- ହଂକଂ କ୍ରିକେଟ ଦଳର ଅଧିନାୟକ ତଥା ଓଡ଼ିଆ କ୍ରିକେଟର ଅଂଶୁମାନ ରଥ ଏକ ସର୍ତ୍ତରେ ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ହରାଇ ଦେଇଛନ୍ତି। ଏଥିସହ ଅଂଶୁମାନ ସର୍ତ୍ତ ବାବଦରେ ରଖାଯାଇଥିବା ୧୦୦ ଟଙ୍କା ଦେବାକୁ ହରଭଜନଙ୍କୁ କହିଛନ୍ତି। ଘଟଣାରୁ ପ୍ରକାଶ ଯେ, ନିକଟରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଦୁଇ ବରିଷ୍ଠ ଖେଳାଳି ହରଭଜନ ଓ ଅଲ୍‌ରାଉଣ୍ଡର କେଦାର ଯାଦବ ଏକ ଟିଭି ଶୋ ‘ହ୍ବାଟ୍‌ ଦି ଡକ୍‌’ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କେଦାରଙ୍କ ସହ ଏକ ଫଟୋ ଉଠାଇ ହରଭଜନ ଏହାକୁ ନିଜ ଟୁଇଟର୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏଥିସହ ମଜାରେ ଉଲ୍ଲେଖ କରିଥିଲେ ଯେ, ଯେଉଁ ଖେଳାଳି କେଦାରଙ୍କ ବଲ୍‌କୁ ବ୍ୟାକ୍‌ ଫୁଟ୍‌ରେ ଛକା ମାରିବ ସେ ତାଙ୍କୁ ୧୦୦ ଟଙ୍କା ଦେବେ। ଏହି ଶୋ’କୁ ଦେଖୁଥିବା ୨୧ ବର୍ଷୀୟ ଅଂଶୁମାନ ସଙ୍ଗେ ସଙ୍ଗେ ୨୦୧୮ ଏସିଆ କପ୍‌ରେ ଭାରତ ଓ ହଂକଂ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଏକ ଭିଡିଓକୁ ହରଭଜନଙ୍କ ଆକାଉଣ୍ଟରେ ଶେୟାର କରିଥିଲେ। ଯେଉଁଥିରେ କେଦାରଙ୍କ ବଲକୁ ବ୍ୟାକ୍‌ଫୁଟ୍‌ରେ ଅଂଶୁମାନ ଛକା ମାରିଥିବାର ଦେଖିବାକୁ ମିଳିଥିଲା। ଭିଡିଓ ସହିତ ଅଂଶୁମାନ ଲେଖିଥିଲେ ‘ହରଭଜନ ସିଂ ମୋତେ ଲାଗୁଛି ଆପଣଙ୍କ ପାଖରେ ମୋର ୧୦୦ ଟଙ୍କା ଧାର ରହିଲା। ରମିଜ୍‌ ରାଜା ଓ କେଭିନ ପିଟରସନ ଏହାର ସାକ୍ଷୀ ରହିଛନ୍ତି’। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ବାସିନ୍ଦା ଅଂଶୁମାନ ଗତବର୍ଷ ଏସିଆ କପ୍‌ର ଏହି ରୋମାଞ୍ଚକ ମ୍ୟାଚ୍‌ରେ ୭୩ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ କେଦାରଙ୍କୁ ମଧ୍ୟ ଏକ ଛକା ମାରିଥିଲେ। କିନ୍ତୁ ହଂକଂ ମାତ୍ର ୨୬ ରନରେ ଏହି ମ୍ୟାଚ୍‌ରେ ଭାରତ ନିକଟରୁ ପରାସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri