Posted inଜାତୀୟ

ସରୁନି ଦାଦନ ଦୁର୍ଦ୍ଦିନ

ନୂଆଦିଲ୍ଲୀ,୧୫।୫: ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ର ଏବେ ତୃତୀୟ ପର୍ଯ୍ୟାୟ ଚାଲିଛି। ଏହି ତିନି ପଯର୍ର୍‌ୟାୟ ତାଲାବନ୍ଦ ମଧ୍ୟରେ ଉଜୁଡ଼ିଯାଇଛି ଅର୍ଥନୀତି ଓ ଏହା ସହ ଅନେକଙ୍କ ଜୀବନ ସାଙ୍ଗକୁ ଜୀବିକା। ବାଣିଜ୍ୟ ଶିଳ୍ପ ବନ୍ଦ ହେବା ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଦାଦନ ଶ୍ରମିକ। ଦିନ ମଜୁରିଆମାନେ କର୍ମସଂସ୍ଥାନ ହରାଇବା ପରେ ଭବିଷ୍ୟତକୁ ନେଇ ସନ୍ଦିହାନ। ଏହି ବର୍ଗର ଲକ୍ଷ ଲକ୍ଷ ଲୋକ ବଡ଼ ସହରରୁ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି। ଯାନବାହନ ଚଳାଚଳ ବନ୍ଦ ହୋଇଯିବା ପରେ କେଉଁ ଶ୍ରମିକ ଶତାଧିକ କିଲୋମିଟର ପାଦରେ ଚାଲି ଅଧାବାଟରେ ଜୀବନ ହାରୁଛନ୍ତି ତ ଆଉ କିଏ ବିକଳରେ ଗୋରୁଙ୍କ ଭଳି ଟ୍ରକ୍‌ରେ ବୁହାହୋଇ ଯାଉଛନ୍ତି। କେଉଁଠି ଗର୍ଭବତୀ ମହିଳା ପଥ ଅତିକ୍ରମଜନିତ ପ୍ରସବ ବେଦନା ହେତୁ ଅଧାବାଟରେ ପିଲା ଜନ୍ମ କଲେଣି ତ ପୁଣି କେଉଁଠି ମା’ଟିଏ ନିଜ ଛୁଆକୁ ଶୁଟ୍‌କେସରେ ଲଦି ଟାଣି ଟାଣି ଘରକୁ ନେଉଛି। ମେ ୧ ଶ୍ରମିକ ଦିବସରେ ଭାରତୀୟ ରେଲଓ୍ବେ ‘ଶ୍ରମିକ ସ୍ପେଶିଆଲ ଟ୍ରେନ୍‌’ ଲଞ୍ଚ କରିଥିଲେ ହେଁ ଦେଶର ବିଭିନ୍ନ ରାଜ୍ୟରେ ଫସିରହିଥିବା ସେମାନଙ୍କ ଗାଁରେ ପହଞ୍ଚାଇବା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ। ଏମିତିରେ କେଉଁଠି ଟ୍ରାକ୍ଟର ଟ୍ରଲି ତ ଆଉ କେଉଁଠି ବଳଦ ଗାଡ଼ି ପାଲଟିଛି ସାହାରା। ୫୧ ଦିନର ଲକ୍‌ଡାଉନ୍‌ ଭିତରେ ଦାଦନ ଶ୍ରମିକଙ୍କ ଗଣପଳାୟନର ଅନେକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଏହି ସବୁ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରାଇଛି।
ପଳାୟନ ବେଳେ ଗଲା ୧୪ ଜୀବନ
ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଗୁରୁବାର ଦୁଇଟି ପୃଥକ୍‌ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୪ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଥିବାବେଳେ ପାଖାପାଖି ୬୦ ଜଣ ଆହତ ହୋଇଛନ୍ତି। ଏହି ଶ୍ରମିକମାନେ ସେମାନଙ୍କ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମହାରାଷ୍ଟ୍ରରୁ ୬୫ ଶ୍ରମିକ ଏକ ଟ୍ରକ୍‌ରେ ଉତ୍ତରପ୍ରଦେଶ ଫେରୁଥିବାବେଳେ ଏହା ଭୋପାଳଠାରୁ ୧୮୦ କି.ମି. ଦୂର ଗୁନାଠାରେ ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଠାରେ ୮ ଶ୍ରମିକ ପ୍ରାଣ ହରାଇବା ସହ ୫୭ ଜଣ ଆହତ ହୋଇଥିଲେ। ଦ୍ୱିତୀୟ ଦୁର୍ଘଟଣା ଉତ୍ତରପ୍ରଦେଶର ମୁଜାଫରନଗରରେ ଘଟିଛି। ୬ ପ୍ରବାସୀ ଶ୍ରମିକ ପଞ୍ଜାବରୁ ଚାଲିଚାଲି ବିହାର ଫେରୁଥିବାବେଳେ ଏକ ବସ୍‌ ସେମାନଙ୍କ ଉପରେ ମାଡ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଦିଲ୍ଲୀ-ସାହରନପୁର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁନା ଦୁର୍ଘଟଣାର ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଓ ଗୁରୁତର ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।
ଗର୍ଭବତୀ ସ୍ତ୍ରୀଙ୍କୁ କାଠଗାଡ଼ିରେ ଟାଣିଲେ ୭୦୦ କି.ମି.
ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ୭୦୦ କି.ମି. ଦୂରରୁ ନିଜ ହାତରେ ତିଆରି କରିଥିବା ଏକ କାଠର ଗାଡ଼ିରେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କ ସହ ୨ ମାସର ଝିଅକୁ ଟାଣି ଟାଣି ମଧ୍ୟପ୍ରଦେଶର ବାଲାଘାଟରେ ପହଞ୍ଚତ୍ଲେ। ମା’ ଗାଡ଼ିରେ ବସି ଟାଣି ହୋଇଯାଉଥିବାବେଳେ ଝିଅ ସେଥିରେ ଥିବା ଶୁଟ୍‌କେସରେ ଶୋଇଥିଲା। ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇଥିବା ଦାଦନ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବା ପାଇଁ କିପରି ଉପାୟମାନ ଅବଲମ୍ବନ କରୁଛନ୍ତି ତା’ର କାହାଣୀ ବୟାନ କରୁଛି ଏହି ଅଭାବନୀୟ ଚିତ୍ର। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲକ୍‌ଡାଉନ୍‌ ବେଳେ ସରକାରଙ୍କଠାରୁ କିଛି ସହାୟତା ପାଇ ନାହାନ୍ତି ବୋଲି ଶ୍ରମିକ ଜଣକ କ୍ଷୋଭବ୍ୟକ୍ତ କରିଛନ୍ତି।
ଟ୍ରଲି ବ୍ୟାଗ୍‌ରେ ଶୋଇଛି ଶିଶୁ
ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ମହିଳା ତାଙ୍କ ଘର ଆଡ଼କୁ ଚାଲି ଚାଲି ଆସୁଛନ୍ତି। ଏଥିରେ ସେ ଏକ ଟ୍ରଲି ବ୍ୟାଗ୍‌କୁ ଟାଣୁଛନ୍ତି, ଯେଉଁଥିରେ ତାଙ୍କର ପିଲାଟି ଶୋଇପଡ଼ିଛି। ଦାଦନ ଶ୍ରମିକମାନେ ପଞ୍ଜାବରୁ ବାହାରି ଉତ୍ତର ପ୍ରଦେଶର ଝାନ୍ସୀ ଆଡ଼କୁ ଯାଉଥିଲେ। ଏହି ମହିଳା ଜଣକ ସମ୍ଭବତଃ ଏତେ ବାଟ ଚାଲିବା ପରେ ଥକିପଡ଼ିଥିଲେ। ଏଥିପାଇଁ ଜଣେ ଖବରଦାତା କଥା ହେବା ଲାଗି ତାଙ୍କୁ ଅଟକାଇବା ପରେ ସେ ମନା କରିଦେଇଥିଲେ।
ପ୍ରସବ ପରେ ଚାଲିଲେ ଆଉ ୧୫୦ କି.ମି.
ମହାରାଷ୍ଟ୍ରରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ଜଣେ ଗର୍ଭବତୀ ମହିଳା ମଧ୍ୟପ୍ରଦେଶସ୍ଥିତ ନିଜ ଘରକୁ ଚାଲି ଚାଲି ଫେରୁଥିବାବେଳେ ବାଟରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ସେ ଆଉ ୧୫୦ କି.ମି. ପାଦରେ ଅତିକ୍ରମ କରିବା ପରେ ମା’ଛୁଆଙ୍କୁ ସତ୍‌ନାରେ ସ୍ଥାନୀୟ ଅଧିକାରୀମାନେ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନାନୁସାରେ ଜଣେ ଦାଦନ ଶ୍ରମିକ ଓ ତାଙ୍କ ଆସନ୍ନ ପ୍ରସବା ସ୍ତ୍ରୀ ମହାରାଷ୍ଟ୍ରର ନାସିକରୁ ମଧ୍ୟପ୍ରଦେଶସ୍ଥିତ ସତ୍‌ନା ନିକଟସ୍ଥ ନିଜ ଗାଁକୁ ଚାଲି ଚାଲି ଯାଉଥିଲେ। ଅନେକ ବାଟ ଅତିକ୍ରମ କରିବା ପରେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା ଓ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ମାତ୍ର ୨ ଘଣ୍ଟା ବିଶ୍ରାମ ନେଇ ଆଉ ୧୫୦ କି.ମି. ବାଟ ଅତିକ୍ରମ କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଏନେଇ ସତ୍‌ନା ମେଡିକାଲ୍‌ ଅଫିସର ଏ.କେ. ରାୟ କହିଛନ୍ତି, ସ୍ବାମୀ, ସ୍ତ୍ରୀ ଓ ଛୁଆ ଉଞ୍ଚେହରା ପହଞ୍ଚତ୍ବା ପରେ ଆମେ ସେମାନଙ୍କୁ ଏଠାକୁ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲୁ। ମା’ ଓ ଶିଶୁ ଭଲ ଅଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଏକ ବସ୍‌ର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri