ସରଳ ହେବ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର, ୨୦ା୧୦ (ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡିକର ଆମ୍ବୁଲାନ୍ସ ସେବା ଗୋଟିଏ କଲ୍‌ ସେଣ୍ଟର ଦ୍ୱାରା ପରିଚାଳିତ ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନରେ ଏ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୌଣସି ଦୁର୍ଘଟଣା ଘଟିବାର ପରବର୍ତ୍ତୀ କେଇ ଘଣ୍ଟା ସମୟ ବହୁତ ମୂଲ୍ୟବାନ ହୋଇଥାଏ। ତେଣୁ ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଚିକିତ୍ସା ପାଇବା ଅତ୍ୟନ୍ତ ଜରୁରୀ। ଦୁର୍ଘଟଣା ପରବର୍ତ୍ତୀ ୪୮ ଘଣ୍ଟା ତଥା ଗୋଲ୍ଡେନ ଆୱାର ମ୍ୟାନେଜମେଣ୍ଟ ପାଇଁ ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଜିଓର(ଏସ୍‌ଓପି) ଜାରି କରାଯାଇଛି। ଏ ନେଇ ଖୁବ୍‌ ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ସ୍ବାସ୍ଥ୍ୟ ବିଭାଗ ଜାରି କରିବ। ବର୍ତ୍ତମାନ ୫୧୨ଟି ୧୦୮ ଆମ୍ବୁଲାନ୍ସ ଏବଂ ୧୯ ଦମକଳ ଆମ୍ବୁଲାନ୍ସ ଜରୁରିକାଳୀନ ପରିସ୍ଥିତି ଯୋଗାଇ ଦେଉଛନ୍ତି। ସେହିପରି ଜାତୀୟ ରାଜପଥଗୁଡିକରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ମଧ୍ୟ ପ୍ରତି ୫୦ କି.ମି.ରେ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହା ଛଡା ଅନ୍ୟାନ୍ୟ ସମାଜସେବୀ ସଂସ୍ଥା, ଘରୋଇ ହସ୍ପିଟାଲ ଏବଂ କର୍ପୋରେଟମାନଙ୍କ ଦ୍ୱାରା ଆମ୍ବୁଲାନ୍ସ ଯୋଗାଇ ଦିଆଯାଉଛି। ଏହିପରି ଭାବେ ଦେଖିଲେ ୧୫୬୨ଟି ଘରୋଇ ଆମ୍ବୁଲାନ୍ସ ରହିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ପ୍ରତ୍ୟେକ ଆମ୍ବୁଲାନ୍ସରେ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ରହିବ, ଯାହାଦ୍ୱାରା ଏହାର ଗତିବିଧି ଉପରେ ନିୟନ୍ତ୍ରଣ ଆଣିହେବ। ଆମ୍ବୁଲାନ୍ସ ସେବା କାର୍ଯ୍ୟରେ ବ୍ୟବହୃତ ଗାଡିକୁ ସମସ୍ତ ପ୍ରକାର ପରୀକ୍ଷା କରି ପଞ୍ଜୀକରଣ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି...

ଉତ୍କଳ ବିଶ୍ୱବିଦ୍ୟାଳୟକୁ ବର୍ଷକର ଦରମା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨।୪(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଗୁରୁବାର ଓଡ଼ିଶା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ବର୍ଷକର ଦରମା ପ୍ରଦାନ କରିଛନ୍ତି। ରାଜ୍ୟପାଳ ତଥା...

ନବଜାତ ଶିଶୁ ବିକ୍ରି ସନ୍ଦେହ: ପଚାରିବାରୁ ମାରିଦେବାକୁ ଧମକ ଦେଲେ ମା’

ନୂଆଗାଁ,୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲୀ ପଞ୍ଚାୟତ ତଥା ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଧୀନ ବେତନଟୀ ଗ୍ରାମର ଜଣେ ବିଧବା ମହିଳା...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

ବାରିପଦା ଅଫିସ,୫ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟିପ୍‌ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ବାୟୁ ଅଧିକାରୀଙ୍କ ସହ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର...

ଶାହାଙ୍କୁ ସ୍ବାଗତ ଜଣାଇବାକୁ ଗଲେନି ରାଜ୍ୟର କୌଣସି ମନ୍ତ୍ରୀ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର,୮।୮(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟର କୌଣସି ମନ୍ତ୍ରୀ ସ୍ବାଗତ କରିବାକୁ ଯାଇ ନାହାନ୍ତି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏଭଳି ଅଭିଯୋଗ ଆଣିଛନ୍ତି...

ଇଡିର ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

କୋକସରା,୨୦।୬(ଡି.ଏନ.ଏ): ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି। ଏହାକୁ ବିରୋଧ କରି ସୋମବାର କୋକସରା କଂଗ୍ରେସ କମିଟି ପକ୍ଷରୁ...

ବାନ୍ତି କଲେ ପାଟିରୁ ବାହାରୁଛି କୋଇଲା: ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି ହେଲେ ୧୦ ବର୍ଷର ନାବାଳିକା

ବଲାଙ୍ଗିର ଅଫିସ,୨୪।୭: ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଖପ୍ରାଖୋଲ ବ୍ଲକ ବୁଡ଼ିବାହାଲ ଗ୍ରାମର...

ଝାବେରୀଙ୍କ ପରେ ଖାଲିପଡ଼ିଛି ମୁଖ୍ୟ ବିଚାରପତି ପଦ

କଟକ ଅଫିସ୍‌,୨୦।୪: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ଶନିବାର ସୁପ୍ରିମକୋର୍ଟ...

Advertisement
Archives

Model This Week