Posted inଜାତୀୟ

ସମ୍ପର୍କରେ ଯୋଡ଼ିହେବ ନୂଆ ଅଧ୍ୟାୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଗୁଜରାଟର ଅହମଦାବାଦ ଆସୁଛନ୍ତି। ଟ୍ରମ୍ପ୍‌ଙ୍କ ସହ ତାଙ୍କ ସ୍ତ୍ରୀ ତଥା ଫାଷ୍ଟ ଲେଡି ମାଲେନିଆ, ଝିଅ ଇଭାଙ୍କା ଟ୍ରମ୍ପ୍‌ ଓ ଜ୍ୱାଇଁ ଜାରେଡ୍‌ କୁଶନର ମଧ୍ୟ ଆସୁଛନ୍ତି। ଟ୍ରମ୍ପ୍‌ ଦମ୍ପତି ଓ ଆମେରିକାର ଏକ ବିଶିଷ୍ଟ ପ୍ରତିନିଧି ଦଳ ରବିବାର ହ୍ବାଇଟ୍‌ ହାଉସ୍‌ ଛାଡ଼ି ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ଜର୍ମାନୀରେ କିଛି ସମୟ ବିତାଇବା ପରେ ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ଟ୍ରମ୍ପ୍‌ ପରିବାରର ଏହି ଗସ୍ତ ଭାରତ-ଆମେରିକା ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିବବୋଲି କୂଟନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ପରିବାରକୁ ସ୍ବାଗତ କରିବା ପାଇଁ ଅହମଦାବାଦରେ ବ୍ୟାପକ ଆୟୋଜନ କରାଯାଇଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବାବେଳେ ଟ୍ରମ୍ପ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନବନ୍ଦରକୁ ସ୍ବାଗତ କରିବାକୁ ଯିବେ। ଟ୍ରମ୍ପ୍‌ ପରିବାର ପ୍ରଥମେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ। ସ୍ବାଧୀନତା ସଂଗ୍ରାମ ବେଳେ (୧୯୧୭-୧୯୩୦) ମହାମତ୍ା ଗାନ୍ଧୀଙ୍କ ସାଧନା ଭୂଇଁ ପାଲଟିଥିବା ଏହି ଆଶ୍ରମରେ କିଛି ସମୟ ବିତାଇବା ପରେ ଟ୍ରମ୍ପ୍‌ ପରିବାର ମୋଟେରା ଷ୍ଟାଡିୟମକୁ ଯିବେ। ସେଠାରେ ‘ହାଓ୍ବଡି ମୋଦି’ ଭଳି ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନ ୧ଟା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ରମ୍ପ୍‌ ୧ ଲକ୍ଷ ଲୋକଙ୍କୁ ସମ୍ବୋଧନ କରିବେ। ଟ୍ରମ୍ପ୍‌ଙ୍କ ସହ ଆମେରିକୀୟ ପ୍ରତିନିଧି ଦଳରେ ଟ୍ରେଜେରି ସେକ୍ରେଟାରି ଷ୍ଟିଭେନ୍‌ ମୁଚିନ, କମର୍ସ ସେକ୍ରେଟାରି ଓ୍ବିଲବର ରୋସ୍‌, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ରବର୍ଟ ଓ’ବ୍ରିଏନ୍‌ ଏବଂ ଶକ୍ତି ସଚିବ ଡାନ୍‌ ବ୍ରୋଉଲିଏଟେ ମଧ୍ୟ ଆସୁଛନ୍ତି। ରାଷ୍ଟ୍ରପତି, ଟ୍ରମ୍ପ୍‌ ପରିବାର ଓ ପ୍ରଶାସନ ଭାରତରେ ୩୬ ଘଣ୍ଟା ବିତାଇବା ପରେ ଆମେରିକା ଫେରିଯିବେ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ନଭେମ୍ବରରେ ହେବ। ଟ୍ରମ୍ପ୍‌ ପୁନର୍ବାର ରାଷ୍ଟ୍ରପତି ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆମେରିକାରେ ଥିବା ଭାରତୀୟ ଭୋଟର ବିଶେଷକରି ଗୁଜରାଟୀ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ତାଙ୍କ ଗସ୍ତ ବେଳେ ଉଦ୍ୟମ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ପାଟନା ଗସ୍ତ କରିବେ କେସିଆର

ହାଇଦ୍ରାବାଦ,୨୯।୮: ଟିଆରଏସ୍‌ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର) ବୁଧବାର ବିହାର ଗସ୍ତ କରିବେ। ବୁଧବାର ସକାଳେ ହାଇଦ୍ରାବାଦ ବିମାନବନ୍ଦରରୁ ସେ ପାଟନାକୁ...

ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରନ୍ତି ମୋଦି

ନୂଆଦିଲ୍ଲୀ,୫।୬: ଜୁନ୍‌ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହା ପୂର୍ବରୁ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ ଭିଡିଓ ବ୍ଲଗ ପ୍ରତିଯୋଗୀତା ‘ମାଇଁ ଲାଇଫ ମାଇଁ...

ୟୁପିରେ ଟିକା ନେଇ ଜଣେ ମୃତ

ପିଲ୍‌ଭିଟ୍‌,  ୩୦।୧: ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ଜିଲା ଅନ୍ତର୍ଗତ ଉମାରିଆ ସହରରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଟିକା ନେବାର କିଛି ଘଣ୍ଟାରେ ପ୍ରାଣ ହରାଇଛନ୍ତି। ତେବେ...

ଭାରତର ସମସ୍ତ ଅନୁଷ୍ଠାନ ଆରଏସଏସ ଦ୍ୱାରା ହୋଇଛି ପ୍ରଭାବିତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୯: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର...

୨୮ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୧।୧: ଜଣେ ମହିଳାଙ୍କୁ ୨୮ ସପ୍ତାହରେ ଗର୍ଭପାତ କରିବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ଗର୍ଭରେ ବଢୁଥିବା ଭ୍ରୁଣର ମସ୍ତିଷ୍କ ଉପରେ ଖପୁରୀ ଠିକ୍‌ ଭାବେ...

ପାଦୁକ ପାଣି ପିଇଲେ ଭଲ ହେଉଛି କରୋନା: ଭିଡ଼ିଓ ଭାଇରାଲ…

ରାଜଗଡ଼,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାରେ ପାଦୁକ ପାଣି ପିଇଲେ କରୋନା ଭଲ...

ମୁକୁଳିଲେ ଭାଜପା ବିଧାୟକ ଆକାଶ

ଇନ୍ଦୋର,୩୦।୬: ଭୋପାଳ ସ୍ପେଶାଲ କୋର୍ଟରୁ ଶନିବାର ଜାମିନ ମିଳିବା ପରେ ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ତେବେ ଜେଲ୍‌ରେ ସେ ଭଲ...

ମୋଦିଙ୍କ ଭଳି ବିଧାନସଭା ପାହାଚରେ ମୁଣ୍ଡିଆ ମାରିଲେ ଶିବକୁମାର…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ଶପଥ ଗ୍ରହଣ ସମାରୋହ ସମାପ୍ତ ହେବା ପରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବିଧାନସଭାରେ ପହଞ୍ଚିଥିଲେ।...

Advertisement
Archives

Model This Week