Posted inଜାତୀୟ

ସମ୍ପର୍କରେ ଯୋଡ଼ିହେବ ନୂଆ ଅଧ୍ୟାୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଗୁଜରାଟର ଅହମଦାବାଦ ଆସୁଛନ୍ତି। ଟ୍ରମ୍ପ୍‌ଙ୍କ ସହ ତାଙ୍କ ସ୍ତ୍ରୀ ତଥା ଫାଷ୍ଟ ଲେଡି ମାଲେନିଆ, ଝିଅ ଇଭାଙ୍କା ଟ୍ରମ୍ପ୍‌ ଓ ଜ୍ୱାଇଁ ଜାରେଡ୍‌ କୁଶନର ମଧ୍ୟ ଆସୁଛନ୍ତି। ଟ୍ରମ୍ପ୍‌ ଦମ୍ପତି ଓ ଆମେରିକାର ଏକ ବିଶିଷ୍ଟ ପ୍ରତିନିଧି ଦଳ ରବିବାର ହ୍ବାଇଟ୍‌ ହାଉସ୍‌ ଛାଡ଼ି ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ଜର୍ମାନୀରେ କିଛି ସମୟ ବିତାଇବା ପରେ ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ଟ୍ରମ୍ପ୍‌ ପରିବାରର ଏହି ଗସ୍ତ ଭାରତ-ଆମେରିକା ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିବବୋଲି କୂଟନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ପରିବାରକୁ ସ୍ବାଗତ କରିବା ପାଇଁ ଅହମଦାବାଦରେ ବ୍ୟାପକ ଆୟୋଜନ କରାଯାଇଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବାବେଳେ ଟ୍ରମ୍ପ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନବନ୍ଦରକୁ ସ୍ବାଗତ କରିବାକୁ ଯିବେ। ଟ୍ରମ୍ପ୍‌ ପରିବାର ପ୍ରଥମେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ। ସ୍ବାଧୀନତା ସଂଗ୍ରାମ ବେଳେ (୧୯୧୭-୧୯୩୦) ମହାମତ୍ା ଗାନ୍ଧୀଙ୍କ ସାଧନା ଭୂଇଁ ପାଲଟିଥିବା ଏହି ଆଶ୍ରମରେ କିଛି ସମୟ ବିତାଇବା ପରେ ଟ୍ରମ୍ପ୍‌ ପରିବାର ମୋଟେରା ଷ୍ଟାଡିୟମକୁ ଯିବେ। ସେଠାରେ ‘ହାଓ୍ବଡି ମୋଦି’ ଭଳି ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନ ୧ଟା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ରମ୍ପ୍‌ ୧ ଲକ୍ଷ ଲୋକଙ୍କୁ ସମ୍ବୋଧନ କରିବେ। ଟ୍ରମ୍ପ୍‌ଙ୍କ ସହ ଆମେରିକୀୟ ପ୍ରତିନିଧି ଦଳରେ ଟ୍ରେଜେରି ସେକ୍ରେଟାରି ଷ୍ଟିଭେନ୍‌ ମୁଚିନ, କମର୍ସ ସେକ୍ରେଟାରି ଓ୍ବିଲବର ରୋସ୍‌, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ରବର୍ଟ ଓ’ବ୍ରିଏନ୍‌ ଏବଂ ଶକ୍ତି ସଚିବ ଡାନ୍‌ ବ୍ରୋଉଲିଏଟେ ମଧ୍ୟ ଆସୁଛନ୍ତି। ରାଷ୍ଟ୍ରପତି, ଟ୍ରମ୍ପ୍‌ ପରିବାର ଓ ପ୍ରଶାସନ ଭାରତରେ ୩୬ ଘଣ୍ଟା ବିତାଇବା ପରେ ଆମେରିକା ଫେରିଯିବେ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ନଭେମ୍ବରରେ ହେବ। ଟ୍ରମ୍ପ୍‌ ପୁନର୍ବାର ରାଷ୍ଟ୍ରପତି ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆମେରିକାରେ ଥିବା ଭାରତୀୟ ଭୋଟର ବିଶେଷକରି ଗୁଜରାଟୀ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ତାଙ୍କ ଗସ୍ତ ବେଳେ ଉଦ୍ୟମ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?