Posted inଭଦ୍ରକ

ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର,୨୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିରେ ଧାନ ବିକ୍ରି କ୍ଷେତ୍ରରେ ଚାଷୀମାନେ ଅସୁବିଧାରେ ପଡ଼ିଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ସମିତି ଫାଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ଧାନକିଣା କାର୍ଯ୍ୟ ବନ୍ଦ ରହିଛି। ଚଳିତବର୍ଷ ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଟୋକନ କଟିଯିବାରୁ ଏହି ଚାଷୀମାନେ ସମିତିରେ ଧାନ ପକାଇଥିଲେ ମଧ୍ୟ ବିକ୍ରି କରି ନ ପାରି ହତାଶ ହେଉଛନ୍ତି। ଟୋକନ କଟିଥିବା ଚାଷୀଙ୍କର ପ୍ରାୟ ୮ ଶହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ମଣ୍ଡିରେ ପଡ଼ିରହିଛି। ଚାଷୀଙ୍କୁ ଏବେ ଧାନ ବିକ୍ରି ଚିନ୍ତା ଘାରିଛି। ଏ ବାବଦରେ ବାରମ୍ବାର ସମିତିକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟହୋଇ ସମିତି ଫାଟକରେ ତାଲା ପକାଇଥିବା ଚାଷୀ ଅନାମ ଚରଣ ସାହୁ, ମୁକ୍ତିକାନ୍ତ ନାୟକ, ସାଧୁଚରଣ ମହାକୁଡ଼ ଓ ଚିନ୍ମୟ ପାଢ଼ୀ ପ୍ରମୁଖ କହିଛନ୍ତି। କେଉଁ ପରିସ୍ଥିତିରେ ସେମାନଙ୍କ ଟୋକନ କଟିଲା ତାହାର ତଦନ୍ତ କରାଯିବା ସହ କିପରି ମଣ୍ଡିରୁ ଧାନ କ୍ରୟ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଏହି ସମିତିରୁ ଧାନ ଉଠାଇବାକୁ ଚୁକ୍ତି କରିଥିବା ୩ ମିଲ୍‌ ଠିକ୍‌ ସମୟରେ ନେଉ ନ ଥିବାରୁ ସମିତିରେ ଏପରି ଅବ୍ୟବସ୍ଥା ଦେଖାଦେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ନ ହେଲେ ରାସ୍ତାରୋକୋ କରିବାକୁ ବାଧ୍ୟହେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତି ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ କହିଛନ୍ତି, ଚାଷୀମାନେ ମଣ୍ଡିକୁ ଏଫ୍‌ଏକ୍ୟୁ ମାନର ଧାନ ଆଣୁନାହାନ୍ତି। ମିଲ୍‌ ନିମ୍ନମାନର ଧାନ ନେବାକୁ ଅମଙ୍ଗ ହେଉଛି। ଯେଉଁ ଚାଷୀଙ୍କର ଟୋକନ କଟିଛି କିପରି ସେମାନେ ଧାନ ଦେଇପାରିବେ ସେଥିପ୍ରତି ସମିତି ଧ୍ୟାନ ଦେବ। ଏହି ସମିତିରେ ଶନିବାର ସୁଦ୍ଧା ୨୬ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ ଥିଲାବେଳେ ୧୪ ହଜାର କୁଇଣ୍ଟାଲ କିଣା ସରିଛି। ସମିତି ୨୧୮ କ୍ଷୁଦ୍ର ଚାଷୀ, ୧୩୨ ଛୋଟ ଓ ୩୪ ବଡ଼ଚାଷୀ ମୋଟ ୩୮୪ଜଣଙ୍କଠାରୁ ଧାନ କ୍ରୟ କରିସାରିଥିବା ସେ କହିଛନ୍ତି। ସମିତିରେ ତାଲା ପକାଇ ଚାଷୀମାନେ ହୋହଲ୍ଲା କରିଥିଲେ। ଭାରପ୍ରାପ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ସମିତି ସଭାପତି ନଗେନ୍ଦ୍ର ବିଶ୍ୱାଳ, ବାସୁଦେବପୁର ଥାନା ଏଏସ୍‌ଆଇ ବିନୋଦ ବିହାରୀ ହେମ୍ବ୍ରମ ପ୍ରମୁଖ ସେଠାରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ସମିତି ଫାଟକରେ ତାଲା ପଡ଼ିରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ ଫସିଛନ୍ତି ୩ ଓଡ଼ିଆ ଶ୍ରମିକ

ବନ୍ତ,୨୮ା୩(ଡି.ଏନ୍‌.ଏ.)-କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ବିମାନ, ରେଳ ଓ ବସ ସେବା ବନ୍ଦ ରହିଛି ା ଫଳରେ ଦେଶ ଓ...

ଡାଟା ଏଣ୍ଟ୍ରି ଅପରେଟର ଲାଞ୍ଚ ନେବା ଘଟଣା: ନିର୍ବାହୀଯନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ସିଲ୍‌

ଭଦ୍ରକ ଅଫିସ,୧୦।୧: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ଧରାପଡ଼ିବା ଘଟଣାରେ ଶୁକ୍ରବାର ଭଦ୍ରକ ଗ୍ରାମ୍ୟ ଉନ୍ନୟନ...

ପ୍ଲାଷ୍ଟିକ ଦଉଡ଼ିରେ ସ୍ତ୍ରୀଙ୍କ ବେକ ଚିପିଥିଲେ ସ୍ବାମୀ: ଏବେ ଆଜୀବନ ଜେଲ

ଭଦ୍ରକ ଅଫିସ, ୨୪ା୩: ଭଦ୍ରକର ଅତିରିକ୍ତ ଜିଲା ତଥା ଦୌରାଜଜ୍‌ ଆଶିଷ କୁମାର ତ୍ରିପାଠୀ ଶୁକ୍ରବାର ଜଣେ ସ୍ତ୍ରୀଙ୍କ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଏହି...

ବିକଟାଳ ଶବ୍ଦ ପାଇଁ ତଣ୍ଡ ଗଣିଲେ ବାଇକ୍‌ ଚାଳକ

ଭଦ୍ରକ ଅଫିସ, ୨୫ା୧୨: ବିକଟାଳ ଶବ୍ଦ ପାଇଁ ଜଣେ ବାଇକ୍‌ ଚାଳକ ତଣ୍ଡ ଗଣିଛନ୍ତି। ପୋଲିସକୁ ୨୫୦୦ ଟଙ୍କା ଫାଇନ ଦେବା ସହ ତାଙ୍କ ବାଇକ୍‌ର...

ଭିକ୍ଷାବୃତ୍ତି ଶେଷ ସାହାରା

ଭଦ୍ରକ ଅଫିସ, ୧୨।୧୨- ବେଶ୍‌ ହସଖୁସିରେ ଚାଲିଥିଲା ତାଙ୍କ ସଂସାର। ଘର ନିକଟ ତଥା ଆଖପାଖ ଅଞ୍ଚଳରେ ସାଇକେଲ ଯୋଗେ ବୁଲି ଦହିବରା ବିକୁଥିଲେ। ସେହି...

ବରାଳପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଗାଁ ୨ ନମ୍ବର ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବନ୍ଦନା ବାରିକଙ୍କ ୨...

ନିର୍ଣ୍ଣାୟକ ହେବ ୧୩ ପଞ୍ଚାୟତର ଭୋଟ

ଭଦ୍ରକ ଅଫିସ,୨୬।୧୦: ଧାମନଗର ଉପନିର୍ବାଚନ ଯେତେ ପାଖେଇ ଆସୁଛି ହାର୍‌ଜିତ୍‌କୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ସେତେ ବଢ଼ିଚାଲିଛି। ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର...

ବାଲୁକୁରୀ ଛକରେ ବୋମାମାଡ଼ : ଜଣେ ଗୁରୁତର, ୨ ଆହତ

ଚାନ୍ଦବାଲି,୧୬।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଓରାସାହି ପଞ୍ଚାୟତ ବାଲୁକୁରୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ଜଣେ...

Advertisement
Archives

Model This Week