Posted inଖେଳ

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୯।୫- ଭାରତୀୟ ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ସ୍ବୀକାର କରିଛନ୍ତି। ଘରୋଇ ସହର ଯାଜପୁରର ଜଣେ ଝିଅଙ୍କ ସହ ତାଙ୍କର ଗତ ୩ ବର୍ଷ ହେବ ସମ୍ପର୍କ ରହିଛି ବୋଲି ୨୩ ବର୍ଷୀୟ ଭାରତର ଏହି ଦ୍ରୁତତମ ମହିଳା ଆଥଲେଟ କହିଛନ୍ତି। ସେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍‌ ଭାବେ ସମଲିଙ୍ଗୀ ସମ୍ପର୍କରେ ରହିଥିବା କଥା ସ୍ବୀକାର କରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ପ୍ରଥମେ ଏହି ସମ୍ପର୍କକୁ ଦୀର୍ଘ ସମୟଧରି ଆଗକୁ ଚାଲୁ ରଖିବାକୁ ଏହି ଯୋଡି ଚିନ୍ତା କରି ନ ଥିଲେ। ତେବେ ୨୦୧୮ ସେପ୍ଟେମ୍ବର ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ସମଲିଙ୍ଗୀ ସମ୍ପର୍କରେ ଐତିହାସିକ ରାୟ ଦେବା ପରେ ଏହି ଯୋଡ଼ି ସାଥୀ ହୋଇ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି।
ସୁପ୍ରିମକୋର୍ଟଙ୍କ ରୁଲିଙ୍ଗ୍‌ ସେକସନ ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କରେ କୌଣସି କ୍ଷତି ନାହିଁ କୁହାଯାଇଛି। ତେଣୁ ଆମେ ଦୁଇଜଣ ବିବାହ କରି ଏକ ଛୋଟ ପରିବାର ସହ ଜୀବନ ଅତିବାହିତ କରିବୁ ବୋଲି ଦୂତୀ କହିଛନ୍ତି। ମୋ ସାଥୀ ହେଉଛନ୍ତି ମୋ ନିଜ ସହରର। ସେ ମଧ୍ୟ ଜଣେ ବଡ଼ କ୍ରୀଡ଼ା ପ୍ରଶଂସକ। ମୋ ସଂଘର୍ଷ ଓ ସଫଳତାର କାହାଣୀରେ ସେ ପ୍ରଭାବିତ ପ୍ରେରଣା ପାଇଛନ୍ତି ଓ ଏହା ପରେ ଆମେ ଦୁହେଁ ନିକଟତର ହୋଇଥିଲୁ ବୋଲି ଦୂତୀ କହିଛନ୍ତି। ତେବେ ନିଜ ପାର୍ଟନର ବା ସାଥୀଙ୍କ ନାମ କହିବାକୁ ଦୂତୀ ମନା କରିଦେଇଛନ୍ତି। ସେ ନିଜେ ଚାହିଁଲେ ତାଙ୍କ ନାମ ସମସ୍ତଙ୍କୁ କହିପାରିବେ। ଏହା ତାଙ୍କର ବ୍ୟକ୍ତିଗତ ଅଧିକାର ଓ ଏ ନେଇ ତାଙ୍କ ଇଚ୍ଛାକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ଦୂତୀ କହିଛନ୍ତି।
ଯେଉଁ ଭଳି ଚାହୁଁଛୁ, ଆମେ ସେହିଭଳି ବଞ୍ଚିବାକୁ ପ୍ରୟାସ କରିବୁ। ଆମେ କୌଣସି ଅପରାଧ କରିନାହୁଁ। ନିଜ ଇଚ୍ଛା ଅନୁସାରେ ଆମେ ସ୍ବାଧୀନ ଭାବେ ବଞ୍ଚିବାକୁ ଚାହୁଁ। ଦେଶ ପାଇଁ ଖେଳୁଥିବାରୁ ମୁଁ ସମସ୍ତଙ୍କ ନଜରରେ ରହିଛି। ଖେଳ ଛାଡିବା ପରେ ମୋ ପାଖରେ ବହୁତ ସମୟ ରହିବ ଓ ସାରା ଜୀବନ ମୋତେ ବଞ୍ଚିବାକୁ ପଡିବ। ଗତ ଦୁଇ ବର୍ଷ ହେବ ମୋର ସାଥୀ ମୋତେ ସମର୍ଥନ କରିଆସୁଛନ୍ତି। ବଡ଼ବଡ଼ ଇଭେଣ୍ଟରେ ଭାଗ ନେବା ଅବସରରେ ସେ ମୋ ସହିତ ଆସି ନ ଥାନ୍ତି। ତେବେ ଖେଳୁଥିବା ବେଳେ ଦୂରରେ ଥାଇ ସେ ମୋ ପାଇଁ ପ୍ରାର୍ଥନା କରିଥାନ୍ତି। ଆମେ ଏପର୍ଯ୍ୟନ୍ତ ଅଧିକ ସମୟ ସାଥୀ ହୋଇ ବିତାଇନାହୁଁ। ସେ ମୋତେ ସବୁବେଳେ ସମର୍ଥନ ଜଣାଇ ଆସିଛନ୍ତି।
ତେବେ ଏ ସମ୍ପର୍କରେ ମୁଁ ମାତାପିତାଙ୍କୁ କିଛ ଜଣାଇନାହିଁ ବୋଲି ଦୂତୀ ସ୍ପଷ୍ଟ କରିଛନ୍ତି। ଘରେ ଆମ ସମ୍ପର୍କକୁ ସମସ୍ତେ ଗ୍ରହଣ କରିବେ ବୋଲି ଦୂତୀ ଆଶା ପ୍ରକାଶ କରିଛନ୍ତି। ଯାଜପୁରର ଚକ ଗୋପାଳପୁର ଗ୍ରାମରେ ଏକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଦୂତୀଙ୍କୁ ଜଣେ ଆଥଲେଟ ହିସାବରେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆଥଲେଟ ହିସାବରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ସେ ରାଜ୍ୟ ତଥା ଦେଶକୁ ଆନ୍ତର୍ଜାତିକସ୍ତରରେ ଗୌରବାନ୍ବିତ କରିଛନ୍ତି। ଗତ ୨୦୧୮ ଏସିଆନ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସେ ୧୦୦ ଓ ୨୦୦ ମିଟର ଦୌଡ଼ରେ ଏହି ସଫଳତା ପାଇଥିଲେ। ଦୀର୍ଘ ୩୨ ବର୍ଷ ପରେ ସେ ପ୍ରଥମ ଭାରତୀୟ ଭାବେ ଏସିଆଡ୍‌ରେ ୧୦୦ମି ଦୌଡ଼ରେ ରୌପ ପଦକ ଜିତିଥିଲେ। ସେହି ପରି ୧୬ ବର୍ଷ ପରେ ସେ ଦେଶ ପାଇଁ ଏହି ରୌପ୍ୟ ପଦକ ହାସଲ କରିଥିଲେ। ଏବେ ଦୂତୀ ହାଇଦ୍ରାବାଦରେ ରହି ପ୍ରଶିକ୍ଷଣ ଜାରି ରଖିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ସେ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।
ଦେହରେ ଅତ୍ୟଧିକ ପୁରୁଷ ହର୍‌ମୋନ ହାଇପର ଆଣ୍ଡ୍ରୋଜେନିଜମ୍‌ କାରଣରୁ ସେ ପ୍ରଥମେ ଇଣ୍ଟନ୍ୟାସନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ଦ୍ୱାରା ବାସନ୍ଦ ହୋଇଥିଲେ। ସେ କୋର୍ଟ ଅଫ ଅର୍ବିଟ୍ରେଶସନ ଅଫ୍‌ ସ୍ପୋଟର୍‌ସ (କାସ୍‌)ରେ ଆବେଦନ କରି ବିଜୟୀ ହେବା ସହ କ୍ରୀଡ଼ାକୁ ପୁଣି ପ୍ରତ୍ୟାବର୍ତ୍ତନ ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ନବଯୌବନ ଦର୍ଶନ ଆଜି, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ,୧୪।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ଦଇତାପତି ସେବକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri