ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ । ଏହାର ୬ ବର୍ଷ ପୁରିବାକୁ ଯାଉଛି ଏବଂ ପ୍ରକଳ୍ପ ସ୍ଥାନରେ କେବଳ ପ୍ରାଚୀର ନିର୍ମାଣରେ ଅଟକିଛି ।
ଏଭଳି ସ୍ଥିତିରେ ଗଞ୍ଜାମ ଜିଲାର ସବୁ ସହରାଞ୍ଚଳରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ କରାଯିବାର ସରକାରୀ ଘୋଷଣା ଧୂଅଁାବାଣ ହୋଇଥିବା ଜିଲା କଂଗ୍ରେସ ସମାଲୋଚନା କରିଛି। ଅନ୍ୟପକ୍ଷରେ ବିଏମ୍ସିର ‘ମୋ ସହର, ପରିଷ୍କାର ସହର’ (ମାଇ ସିଟି, କ୍ଲିନ ସିଟି) ଯୋଜନା ପ୍ରହସନରେ ପରିଣତ ହୋଇଥିବା କଂଗ୍ରେସ ସଙ୍ଗିନ ଅଭିଯୋଗ କରିଛି ।
ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପୀତବାସ ପଣ୍ଡା ରବିବାର କହିଛନ୍ତି, ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ଛତ୍ରପୁରରେ ଏକ ବୈଠକ ଅନୁଷ୍ଠିତ ହୋଇ ଗଞ୍ଜାମର ୧୮ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବାର ପ୍ରଚାର କରାଯାଇଛି । ଜିଲାର ବଡ଼ ସହର ବ୍ରହ୍ମପୁର ପାଇଁ ଗୋଟିଏ ପ୍ରକଳ୍ପ ନିର୍ମାଣ ହୋଇପାରୁ ନ ଥିବା ବେଳେ ସବୁ ସହରାଞ୍ଚଳରେ ମାତ୍ର ୬ ରୁ ୭ ମାସ ମଧ୍ୟରେ କିଭଳି ହେବ ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ୨୦୧୩ ରେ ପିପିପି ମୋଡରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ ଲାଗି ପ୍ରସ୍ତାବ ରଖାଗଲା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା ।
ଗୁଜରାଟର ଏକ ଘରୋଇ ଉଦ୍ୟୋଗ ଦ୍ୱାରା ପ୍ଲାଣ୍ଟ ନିର୍ମାଣ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ଇଣ୍ଟର ନ୍ୟାଶନାଲ ଫାଇନାନ୍ସ କର୍ପୋରେଶନ (ଆଇଏଫସି)ର ଜଣେ ମହିଳା ଅଧିକାରୀ ମଧ୍ୟସ୍ଥ ସାଜିଥିଲେ ।
ଗୁଜରାଟର ସେହି ଉଦ୍ୟୋଗକୁ ସେ ବାଛିଥିଲେ। ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ନିକଟ ମହୁଡ଼ାରେ ଆବଶ୍ୟକ ଜମି ଚିହ୍ନଟ ପରେ ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା। ବିଏମ୍ସି ସହିତ ହୋଇଥିବା ଚୁକ୍ତିନାମା ସେହି ଉଦ୍ୟୋଗ ଖିଲାପ କରି ପ୍ରକଳ୍ପ ନିର୍ମାଣରୁ ଓହରିଗଲା ।
ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଦୈନିକ ୧୪୦ ରୁ ୧୫୦ ଟନ ବର୍ଜ୍ୟବସ୍ତୁ ଉପତ୍ନ୍ନ ହେଉଛି । ରେଶମ ନଗରୀର ଆବର୍ଜନା ପରିଚାଳନାକୁ ମହୁଡ଼ା ଅଞ୍ଚଳବାସୀ ବିରୋଧ କରୁଛନ୍ତି ।
ଏଭଳି ସ୍ଥିତିରେ ପ୍ଲାଣ୍ଟ ନିର୍ମାଣରେ ପ୍ରତିବନ୍ଧକ ଦେଖାଦେଇଛି । ମହୁଡ଼ାରେ ପ୍ଲାଣ୍ଟ ନିର୍ମାଣ ପାଇଁ ବିଏମ୍ସି ୪୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଋଣ ଆଣି ମଧ୍ୟ କାର୍ଯ୍ୟକାରୀ କରିପାରୁ ନ ଥିବା କଂଗ୍ରେସ ସମାଲୋଚନା କରିଛି ।
ତେଣୁ ବିଏମ୍ସିର ଯୋଜନା ଫସର ଫାଟିବାର ତାଚ୍ଛଲ୍ୟ କରାଯାଇଛି। ତେଣୁ ଜିଲାର ୧୮ ସହରାଞ୍ଚଳରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ ଘୋଷଣା ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କାର୍ଯ୍ୟକାରୀ ସଭାପତି କଟାକ୍ଷ କରିଛନ୍ତି ।
ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ
ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ
ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...
Archives


