ସବୁ କିଛି ଏକାକୀ ସମାଧାନ କରିପାରିବନି ପିଏମ୍‌ଓ: ରାଜନ

ନୂଆଦିଲ୍ଲୀ,୨୨।୫: ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ନିମ୍ନଗାମୀ ହୋଇ ଚାଲିଥିଲା। ବିଶ୍ୱ ମାନ୍ଦାବସ୍ଥା, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଏବଂ ଘରୋଇ ବଜାରର କିଛି ସମସ୍ୟା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା। କରୋନା ଆସିବା ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ବୋଝ ଉପରେ କୋରଡା ମାଡ଼ ଭଳି ଘଟଣା ସାମ୍ନାକୁ ଆସିଛି। ଅର୍ଥ ବ୍ୟବସ୍ଥା ସାମ୍ନାରେ ହଠାତ୍‌ କୋଭିଡ୍‌-୧୯ ଭଳି ସଙ୍କଟ ମାଡି ଆସିବା ଫଳରେ ଏହା ଏବେ ଅର୍ଥନୈତିକ ବିପତ୍ତିର ସାମ୍ନା କରୁଛି ବୋଲି ଭାରତୀୟ ଅର୍ଥନୀତିଜ୍ଞ ତଥା ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ଗୁରୁବାର କହିଛନ୍ତି।
ଏହି ପ୍ରସଙ୍ଗରେ ସେ ମତ ରଖି କହିଛନ୍ତି ଯେ, ଦେଶ ସାମ୍ନାରେ ଉଭା ହୋଇଥିବା ଏହି ସମସ୍ୟାକୁ ନେଇ ବେଶ୍‌ ଚିନ୍ତିତ। ସ୍ଥିତିକୁ ସୁଧାରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏକାକୀ ସକ୍ଷମ ହୋଇପାରିବ ନାହିଁ। ସରକାର ବିପକ୍ଷରେ ଥିବା ପ୍ରତିଭାବାନ ବ୍ୟକ୍ତିଙ୍କ ମତାମତ ମଧ୍ୟ ନେବା ଆବଶ୍ୟକ। ସବୁ ପ୍ରକାର ବିକଳ୍ପକୁ ନେଇ ସରକାର ବିଚାର କରନ୍ତୁ। ଏଭଳି ସ୍ଥିତିରେ ଯଦି ଅଧିକ ପଦକ୍ଷେପ ସରକାର ଗ୍ରହଣ ନ କରନ୍ତି ତେବେ ଅର୍ଥ ବ୍ୟବସ୍ଥା ଆହୁରି କ୍ଷତିଗ୍ରସ୍ତ ହେବ। ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ଏହାକୁ ସୁଧାରିବା ଲାଗି ସରକାର ରାଜନୈତିକ ବିଚାରଧାରାଠାରୁ ଊର୍ଦ୍ଧ୍ୱକୁ ଯାଇ ଆର୍ଥତ୍କ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। କେବଳ କରୋନାଜନିତ ଲକ୍‌ଡାଉନ ଲାଗି ହୋଇଥିବା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସଜାଡିବା ଏକ ଚ୍ୟାଲେଞ୍ଜ ନୁହେଁ। ପୂର୍ବର ୩ରୁ ୪ ବର୍ଷରେ ହୋଇଥିବା ଅର୍ଥନୈତିକ କ୍ଷତିକୁ ବିଚାର କରିବାକୁ ହେବ। ଦେଶରେ ଅର୍ଥ ବ୍ୟବସ୍ଥା ଏବେ ବିଗିଡ଼ିଥିବା ମାନିବାକୁ ହେବ। ଦେଶରେ ଅନେକ ପ୍ରବୀଣ ଲୋକ ଅଛନ୍ତି। ସରକାର ସେମାନଙ୍କ ପରାମର୍ଶ ନେଇ ପାରିବେ। ପୂର୍ବତନ ଅର୍ଥମନ୍ତ୍ରୀମାନଙ୍କର ପରାମର୍ଶ ମଧ୍ୟ ସରକାର ନେଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଅର୍ଥ ବ୍ୟବସ୍ଥାକୁ ଧୀରେ ଧୀରେ ଟ୍ରାକ୍‌କୁ ଆଣିବା ଲାଗି ରାଜନ କିଛି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସରକାର ଭିତ୍ତିିଭୂମି ବିକାଶ ଦ୍ୱାରା ନିର୍ମାଣ କ୍ଷେତ୍ର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିପାରିବେ। କରୋନା ଭାଇରସ୍‌ ବିରୋଧରେ ଲଢିବା ଯେଭଳି ଗୁରୁତ୍ୱପୂର୍ଣ୍ଣ, କ୍ଷତିଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ସେଥିରୁ ବାହାରକୁ ଆଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ପ୍ୟାକେଜକୁ ରାଜନ ଅପର୍ଯ୍ୟାପ୍ତ ବୋଲି ବିବେଚନା କରିଛନ୍ତି। ଭାରତ କ୍ଷେତ୍ରରେ ଏହା ଆଂଶିକ ହେବ। ଏଣୁ ସରକାରଙ୍କୁ ସବୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ବୋଲି ସେ ମତ ରଖିଛନ୍ତି। ଯଦି ସରକାର ଠିକ୍‌ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଗୋଟିଏ ବର୍ଷରେ ସ୍ଥିତି କ’ଣ ହେବ ବୋଲି ଏକ ପ୍ରଶ୍ନରେ ରାଜନ କହିଛନ୍ତି, ସ୍ଥିତି ସମ୍ଭାଳିବା ବହୁତ କଷ୍ଟକର ହୋଇପଡିବ। ବିତ୍ତୀୟ ନିଅଣ୍ଟ ବଢ଼ିଗଲେ ରେଟିଂ ଏଜେନ୍ସିଗୁଡିକ ଭାରତକୁ କ’ଣ କହି ତଉଳିବେ ସେ ନେଇ ସରକାର ବେଶି ଚିନ୍ତିନ ନ ହେବା ଉଚିତ। ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ଲାଗି ଖର୍ଚ୍ଚ ବଢାଇବା ଆବଶ୍ୟକତା ରହିଛି । ସବୁ କିଛି ଠିକ୍‌ ହୋଇଗଲେ ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଦିଗରେ ପଦକ୍ଷେପମାନ ଯୋଗଦାନ ରଖିବ।
ସେ ପୁଣି କହିଛନ୍ତି, ବର୍ତ୍ତମାନ ବେକାର ହୋଇ ବସିଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇଦେଲେ ସବୁ କିଛି କାମ ଶେଷ ହୋଇଗଲା ବୋଲି ଭାବିନେବା ଭୁଲ୍‌। ଜୀବନଧାରଣ ଲାଗି ବାସସ୍ଥାନ ସହ ଅନ୍ୟ ପ୍ରସଙ୍ଗ ମଧ୍ୟ ଏହା ମଧ୍ୟରେ ସାମିଲ ରହିଛି। ସରକାର ବିଗିଡ଼ିଥିବା ସହରଗୁଡିକର ସ୍ଥିତିକୁ ଠିକ୍‌ କରି ଗାଁକୁ ପଳାଇଥିବା ପ୍ରବାସୀଙ୍କୁ ପୁଣି କାମ ଲାଗି ଆକୃଷ୍ଟ କରିପାରିବେ। ନିକଟରେ ଅମର୍ତ୍ତ୍ୟ ସେନ ଏବଂ ଅଭିଜିତ ବାନାର୍ଜୀଙ୍କ ଏକ ଲେଖାରେ ଗରିବଙ୍କ ନିକଟକୁ ପ୍ରତ୍ୟକ୍ଷ ଅର୍ଥ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ, ଋଣ ଏବଂ କ୍ରେଡିଟ ଗ୍ୟାରେଣ୍ଟି ଦୀର୍ଘମିଆଦୀ ଭିତ୍ତିରେ ସମସ୍ୟାକୁ ସମାଧାନ କରିବ। ସୀତାରାମନଙ୍କ ଏହି ମତ ଉପରେ ରାଜନ କହିଛନ୍ତି ଯେ, ଋଣ ଯୋଗାଣ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ କ୍ରିୟାଶୀଳ କରାଇବାକୁ ସମୟ ଲାଗିବ। ବର୍ତ୍ତମାନର କ୍ଷୁଧା ଏବଂ ଦାରିଦ୍ର୍ୟ ସମସ୍ୟା ସମାଧାନ ଲାଗି ଏହା ବିକଳ୍ପ ନୁହେଁ। ଏବେ ଏମ୍‌ଏସ୍‌ଏମ୍‌ଇଗୁଡିକ ଋଣ ଭାରରେ ରହିଥିବା ବେଳେ ସରକାର ମଧ୍ୟ ଋଣ ଦେବା ଲାଗି ଘୋଷଣା କରିଛନ୍ତି, ଯାହା ସେମାନଙ୍କ ଋଣବୋଝକୁ ଆହୁରି ବଢ଼ାଇବ। ଏହା ଉଭୟ କମ୍ପାନୀ ଏବଂ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ସୃଷ୍ଟି କରିବ। ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ କରିବାରେ ଏହା ସମସ୍ୟା ସୃଷ୍ଟି କରିବ। କ୍ରେଡିଟ ଗ୍ୟାରେଣ୍ଟିକୁ ବେଲ୍‌ ଆଉଟ ଦିଗରେ ବ୍ୟବହାର କରାଯାଇପାରେ। ବିମାନ ଶିଳ୍ପ, ପର୍ଯ୍ୟଟନ ସହ ବେଶି କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ଆମେରିକା ଭଳି ବେଲ୍‌ ଆଉଟ ପ୍ରଦାନ କରିପାରିବେ ନାହିଁ। ମାତ୍ର ଋଣ କ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରିପାରିବେ। ଦେଶର ଆର୍ଥତ୍କ କ୍ଷେତ୍ରକୁ ପୁନର୍ଗଠନ, ପୁନଃ ପୁଞ୍ଜି ପ୍ରଦାନ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଉନ୍ନତ ପରିଚାଳନା କରିବାକୁ ହେବ। କୃଷିକ୍ଷେତ୍ର ଲାଗି ସରକାର ଆଣିଥିବା ସଂସ୍କାର ଏବଂ ଶିଳ୍ପ କ୍ଷେତ୍ରରେ ହଟାଯାଇଥିବା ଲାଇସେନ୍ସ ରାଜ ପ୍ରଶଂସାଯୋଗ୍ୟ, ମାତ୍ର ଏହାର କାର୍ଯ୍ୟକାରିତା ଠିକ୍‌ ଭାବେ ହେବା ଉଚିତ। ଏହାକୁ ଅମଲାତନ୍ତ୍ର ଦ୍ୱାରା ଖରାପ ଅର୍ଥରେ ବ୍ୟବହାର କରାଯିବାର ଭୟ ରହିଛି। ମୋଟାମୋଟି ଭାବେ ଦେଶରେ ଇଜ ଅଫ୍‌ ଡୁଇଁ ବିଜ୍‌ନେସ୍‌କୁ ତ୍ୱରାନ୍ବିତ କରିବା ଲାଗି ସରକାର କାର୍ଯ୍ୟ କରନ୍ତୁ ବୋଲି ରାଜନ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?