Posted inଫୁରସତ

ସବୁଠୁ ବଡ଼ ହାତ ତିଆରି ବହି

ଖଟରେ ଶୋଇ ବହି ପଢ଼ିବା ଅଭ୍ୟାସ ଅନେକଙ୍କର ଥାଏ। ତେବେ ଆମେ ଏଠି ଯେଉଁ ବହି କଥା କହୁଛୁ ତା’ର ପୃଷ୍ଠା ଓଲଟାଇବା ପାଇଁ ଆବଶ୍ୟକ ୬ ଜଣ ବ୍ୟକ୍ତି । ତେଣୁ ଆରାମରେ ଶୋଇ ହାତରେ ବହି ଧରି ପଢ଼ିବା ଅସମ୍ଭବ। କାରଣ ଏ ହେଉଛି ପୃଥିବୀର ସବୁଠୁ ବଡ଼ ହାତ ତିଆରି ବହି, ଯାହାର ଓଜନ ୧.୪ ଟନ୍‌। ଦୈର୍ଘ୍ୟ ୪.୧୮ ମିଟର, ପ୍ରସ୍ଥ ୩.୭୭ ମିଟର ଏବଂ ଏଥିରେ ୩୪୬ ପୃଷ୍ଠା ରହିଛି। ଉତ୍ତର ହଙ୍ଗେରୀର ସିନପେତ୍ରୀ ଗାଁରେ ଅଛି ଏହି ପୁସ୍ତକ। ପୁସ୍ତକଟିରେ ସ୍ଥାନୀୟ ବୃକ୍ଷଲତା, ପ୍ରାଣୀ ସମ୍ପଦ ଆଦି ସମ୍ପର୍କରେ ତଥ୍ୟ ରହିଛି। ଏହାର ମଲାଟଟିକୁ ୧୩ଟି ଆର୍ଜେଣ୍ଟିନୀୟ ଗାଈର ଚମଡାରେ ତିଆରି ହୋଇଛି। ପାରମ୍ପରିକ କାଗଜ ତିଆରି କଳାରେ ପାରଙ୍ଗମ ବାପା ପୁଅ ବେଲା ଭର୍ଗା ଓ କାବୋର୍‌ ଭର୍ଗା ଏହି ପୁସ୍ତକକୁ ତିଆରି କରିଛନ୍ତି। ଏଥିରେ ପାରମ୍ପରିକ ପୁସ୍ତକ ବାନ୍ଧିବା ପଦ୍ଧତି ବ୍ୟବହାର କରାଯାଇଛି। ଏଥିରେ ବ୍ୟବହୃତ କାଗଜକୁ ଅଷ୍ଟ୍ରିଆର ପେପର୍‌ ମିଲ୍‌ରୁ ଅଣାଯାଇଛି। ଆଉ ପ୍ରିଣ୍ଟ କରାଯାଇଛି ବିଲବୋର୍ଡ ବିଜ୍ଞାପନ ପ୍ରିଣ୍ଟ କରାଯାଉଥିବା ବଡ଼ ଇଣ୍ଡଷ୍ଟ୍ରିଆଲ ପ୍ରିଣ୍ଟରରେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଶହ ବର୍ଷ ଧରି ଢ଼ଳି ରହିଛି ଏହି ପଥର…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ଦେଖିବାକୁ ମିଳିଥାଏ। ଏସବୁ ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ ଦେବାକୁ ଅସମର୍ଥ ହୋଇଥାଏ। ତାମିଲ୍‌ନାଡୁର ମହାବଳୀପୁରମ୍‌ରେ...

ଚା’ ବିକାଳିଙ୍କ ଝିଅ ହେଲେ ବାୟୁସେନା ଫାଇଟର ପାଇଲଟ

ଭୋପାଳ, ୨୩।୬: ଇଛାଶକ୍ତି ଆଗରେ ସମସ୍ତ ବାଧା ହାର ମାନିଥାଏ। ଶେଷରେ ସଫଳତା ମିଳିଥାଏ। ଏହା ସଦ୍ୟତମ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଜଣେ ଚା’ ବିକାଳିଙ୍କ...

ବିଶ୍ୱର ସବୁଠାରୁ ମହଙ୍ଗା ଫଳ: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ବଜାରରେ ଫଳର ଦାମ ମହଙ୍ଗା ଥାଏ। ଏହାକୁ କିଣିବା ସମୟରେ ଯଦି କିଲୋଫିଛା କାହାରା ଦାମ ୪୦୦ କିମ୍ବା ୫୦୦ ଟଙ୍କା ହୋଇଯାଏ...

ପୃଥିବୀ ଉପରେ ମାଡ଼ି ଆସୁଛି ବିପଦ: ୮୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ୧ ମିଟରରୁ ଅଧିକ ହେବ ବୃଦ୍ଧି, ବୁଡ଼ିଯିବ ବହୁ ଉପକୂଳ ଅଞ୍ଚଳ

ଓ୍ବାଶିଂଟନ,୧୧।୫: ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବା ସହିତ ପୃଥିବୀର ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ଆସନ୍ତା ୮୦ ବର୍ଷ ମଧ୍ୟରେ ୨୧୦୦...

ନିଜକୁ କରୋନା ପଜିଟିଭ୍‌ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ

ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଦିନକୁ...

୬୦ ହଜାର ମହୁମାଛିଙ୍କୁ ୪ ଘଣ୍ଟା ମୁହଁରେ ବସାଇ ଯୁବକଙ୍କ ବିଶ୍ୱରେକର୍ଡ

ଥିରୁଭାନନ୍ତପୁରମ, ୨୨।୬- ଗୋଟିଏ ମହୁମାଛିର ଦଂଶନ ଜଣେ ବ୍ୟକ୍ତିଙ୍କ ଶରୀରରେ କଷ୍ଟ ପହଞ୍ଚାଇବା ପାଇଁ ଯଥେଷ୍ଟ। କିନ୍ତୁ ଚିନ୍ତା କରନ୍ତୁ, ଜଣେ ବ୍ୟକ୍ତି ନିଜ ମୁହଁରେ...

ସବୁଠାରୁ ବଡ଼ ଶୁଆର ଜୀବାଶ୍ମ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଓଟାଗୋର ସେଣ୍ଟବାଂଥସ୍‌ ପାଖରୁ ଏବେ ବିଶାଳକାୟ ଶୁଆର ଜୀବାଶ୍ମ ମିିଳିଛି। ନ୍ୟୁଜିଲାଣ୍ଡର କଣ୍ଟେବରୀ ସଂଗ୍ରହାଳୟ ,ଫ୍ଲିଡର୍ସ ଓ ନ୍ୟୁ ସାଉଥ ୟୁନିଭର୍ସିଟିର...

ବ୍ୟକ୍ତିତ୍ୱ: ପଦ୍ମଶ୍ରୀ କବିତା କ୍ରିଷ୍ଣମୂର୍ତ୍ତି

ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ କବିତା ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ...

Coronavirus Update


Archives

Model This Week

Why Dharitri