ସବୁଠାରୁ ଖରାପ ସ୍ଥିତିରେ ବାଣିଜି୍ୟକ ପରିବେଶ

ମୁମ୍ବାଇ,୬-୧୦: ସେପ୍ଟେମ୍ବର ତ୍ରୈମାସରରେ ଦେଶର ବାଣିଜି୍ୟକ ପରିବେଶ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି। ୨୦୦୮ ଆର୍ଥତ୍କ ଦୁଃସ୍ଥିତି ପରେ ଏଭଳି ସ୍ଥିତି ଗତ ତ୍ରୈମାସରେ ଘରୋଇ ବଜାର ସାମ୍ନା କରିିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ତ୍ରୈମାସିକ ସର୍ଭେରେ ଏହା ଶନିବାର ପ୍ରକାଶ କରିଛି। ଦେଶର ଅର୍ଥଅବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ଏହାର ପ୍ରକୃତ ସ୍ଥିତି ଏଭଳି ସର୍ଭେରୁ ସାମ୍ନାକୁ ଆସିଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରିବା ପରେ ସରକାର ନିକଟରେ କର୍ପୋରେଟ ଟିକସ ହ୍ରାସ କରିଥିବା ବଜାର ବିଶେଷଜ୍ଞ କହିଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସରେ ମାନୁଫାକଚରିଂ କମ୍ପାନୀଗୁଡିକର ଅର୍ଡର ଲାଭ ୨୩% ଖସି ଯାଇଛି।
ସେହିଭଳି ଏହି ସମୟରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଛି। ଶିଳ୍ପ ସଂସ୍ଥାଗୁଡିକର କ୍ଷମତା ବ୍ୟବହାରରେ ହ୍ରାସ ଘଟି ୭୩.୬କୁ କମିଛି। ଏହାର ପୂର୍ବ ତ୍ରୈମାସରେ ଏହା ୭୬.୧% ରହିଥିଲା। ବିମୁଦ୍ରୀକରଣ ପରେ ଏହି ସବୁଠାରୁ ସର୍ବନିମ୍ନ ସ୍ତରରେ ରହିଛି। ବିଭିନ୍ନ କାରଣ ଯୋଗୁ ଶିଳ୍ପ ସଂସ୍ଥାଗୁଡିକ ସେମାନଙ୍କ ପୂର୍ଣ୍ଣ କ୍ଷମତା ବ୍ୟବହାର କରିବା ପରିବର୍ତ୍ତେ ଏହାଠାରୁ ଢେର କମ୍‌ କରିଛନ୍ତି। ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥା ପରେ ଚଳିତ ବର୍ଷ ମାନୁଫାକଚରିଂ କମ୍ପାନୀଗୁଡିକର କାର୍ଯ୍ୟକଳାପର ପ୍ରକୃତ ସ୍ଥିତିକୁ ରିଜର୍ଭ ବ୍ୟାଙ୍କ ଏହାର ଆସେସମେଣ୍ଟ ଇଣ୍ଡେକ୍ସରେ ପ୍ରକାଶ କରିଛି। କମ୍ପାନୀଗୁଡିକର ବାଣିଜ୍ୟ ଆଶା ମଧ୍ୟ କମିଛି। କମ୍ପାନୀଗୁଡିକର ଅର୍ଡର ଲାଭ ଆଶାତୀତ ଖସିବା, ଉତ୍ପାଦନ ହ୍ରାସ ଏବଂ ନିଯୁକ୍ତି କମିବା ଭଳି ପ୍ରସଙ୍ଗ ସମ୍ପର୍କରେ ସର୍ଭେରେ ଭାଗ ନେଇଥିବା ଅଧିକାଂଶ ମତ ରଖିଛନ୍ତି। ସେହିଭଳି ରପ୍ତାନି ଆମଦାନୀ କ୍ଷେତ୍ରରେ ଆଶା ଏତେଟା ଉନ୍ନତ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କ ଶିଳ୍ପ ଆଉଟଲୁକ୍‌ ସର୍ଭେରେ ପ୍ରକାଶ କରିଛି।
ଋଣ ଉପରେ ସୁଧଦେୟଜନିତ ଏବଂ ବେତନ ପ୍ରଦାନ ଚାପ ସାମାନ୍ୟ ହ୍ରାସ ଘଟିଛି। ମାତ୍ର ଲାଭ ମାର୍ଜିନ ଏବେ ମଧ୍ୟ ଦୁର୍ବଳ ରହିଛି। ଏହାକୁ ବଜାର ବିଶେଷଜ୍ଞମାନେ ସହଜରେ ଗ୍ରହଣ କରି ପାରୁ ନ ଥିବା ବେଳେ ଅତ୍ୟନ୍ତ ଚିନ୍ତା ପ୍ରକଟ କରିଛନ୍ତି। ଶିଳ୍ପଗୁଡିକର କ୍ଷମତା ବ୍ୟବହାର ୭୬%କୁ ଖସିଥିବା ବେଳେ ପୁଞ୍ଜି ଖର୍ଚ୍ଚ ଚକ୍ରକୁ ପୂର୍ବ ବ୍ୟବସ୍ଥାକୁ ଫେରାଇ ଆଣିବା ଏକ ଚ୍ୟାଲେଞ୍ଜ। ଏକ୍ଷେତ୍ରରେ ସ୍ଥିିତାବସ୍ଥା କେବେ ଫେରିବ ତାକୁ ନେଇ ଠିକ୍‌ ଭାବେ କିଛି କହି ହେବ ନାହିଁ। ଏଭଳି ସ୍ଥିତିରେ ଶିଳ୍ପଗୁଡିକ ନୂଆ ଅର୍ଡର କମିବା ଏକ ଚିନ୍ତାର କାରଣ ବୋଲି ଭାରତର ପୂର୍ବତନ ମୁଖ୍ୟ ପରିସଂଖ୍ୟାନ ଅଧିକାରୀ ତଥା ଅର୍ଥନୀତିଜ୍ଞ ପ୍ରଣବ ସେନ୍‌ କହିଛନ୍ତି। ସେହିଭଳି ଖାଉଟି ଆତ୍ମବିଶ୍ୱାସ ପ୍ରଭାବିତ ହୋଇଥିବା ଏନେଇ କରାଯାଇଥିବା ସର୍ଭେରେ ପ୍ରକାଶ ପାଇଛି। ସେପ୍ଟେମ୍ବର ସର୍ଭେରେ ଖାଉଟିଙ୍କ ଆତ୍ମବିଶ୍ୱାସ ଦୁର୍ବଳ ହୋଇଛି। ଆଗାମୀ ଦିନର ଆୟକୁ ନେଇ ପରିବାରଗୁଡିକର ଆଶା କ୍ଷେତ୍ରରେ ପ୍ରଭାବ ଦେଖାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଛି। ମୋଟ ଖର୍ଚ୍ଚ ଏବଂ ଆବଶ୍ୟକୀୟ ଖର୍ଚ୍ଚ ଉନ୍ନତ ସ୍ଥିତିରେ ରହିଛି। ମାତ୍ର ଅନ୍ୟାନ୍ୟ ଖର୍ଚ୍ଚ ଦୁର୍ବଳ ସ୍ଥିତିରେ ରହିଛି। ଏଭଳି ବିଭିନ୍ନ ପ୍ରସଙ୍ଗ ଚାହିଦା କମିବାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞ କହୁଛନ୍ତି। ଆଗାମୀ କିଛି ମାସରେ ସାଧାରଣ ମୂଲ୍ୟ ବଢିବା ନେଇ ଲୋକମାନେ ମତ ରଖିଛନ୍ତି। ଏଭଳି ସ୍ଥିତିରେ ମୁଦ୍ରାସ୍ଫୀତି ମଧ୍ୟ ବଢିବ ବୋଲି କୁହାଯାଇଛି। ସର୍ଭେରେ କୁହାଯାଇଛି, ୨୦୧୯-୨୦ରେ ଜିଡିପି ଅଭିବୃଦ୍ଧି ୬.୨% ରହିବ। ୨୦୨୦-୨୧ରେ ଏହା ୭% ଛୁଇଁବ ଯାହା ପୂର୍ବର ଆକଳନଠାରୁ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶରତ ସାହୁଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୫।୧୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା...

କ୍ରସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୫।୧୨: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କ୍ରସ୍‌ ଲିମିଟେଡ୍‌ ପକ୍ଷରୁ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ବିଶେଷକରି...

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ଭୁବନେଶ୍ୱର,୫।୧୨: ଗତ କିଛି ସପ୍ତାହ ହେବ ଦଲାଲ ଷ୍ଟ୍ରିଟରେ ଉତ୍ସାହ ରହିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇପାରିଛନ୍ତି। ଏପରିକି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)...

ବିଓବିର ନୂତନ ଉତ୍ପାଦ

ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍‌ସ ଓ...

କର୍ମକ୍ଷେତ୍ର ଗଠନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିକଟରେ ପାଳିତ...

ଏଆଇଇଟିର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୫।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆରିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏଆଇଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି।...

ପହିଲାରୁ ବଢ଼ିବ ୪ ଚକିଆ ଯାନ ଦର

ଭୁବନେଶ୍ୱର,୫।୧୨: ଦେଶର ପ୍ରମୁଖ ୪ଚକିଆ ଯାନ ନିର୍ମାତା ଓ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ୨୦୨୪ ଜାନୁୟାରୀରୁ ନୂଆ ଦର ଲାଗୁ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା...

କର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ରାଭେନ୍ଦ୍ରନ୍

ମୁମ୍ବାଇ,୪ା୧୨: ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଭାରତୀୟ ଏଡୁଟେକ୍ ବାଇଜୁ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri