ସବୁଜ ସଙ୍କେତ ଦେଉନାହିଁ କେନ୍ଦ୍ର

ଭୁବନେଶ୍ୱର,୭-୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି) ସଂଖ୍ୟା ବହୁତ। ହେଲେ ସେମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହାର କୌଣସି ସରକାରୀ ହିସାବ ନାହିଁ। ତେଣୁ ୨୦୨୧ ଜନଗଣନାରେ ଏମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଉ ବୋଲି ରାଜ୍ୟ ସରକାର ବିଚାର କରିଥିଲେ। ସେଥିପାଇଁ କିଛିଦିନ ତଳେ କ୍ୟାବିନେଟ୍‌ ବୈଠକ ଡକାଇ ଏ ସମ୍ପର୍କିତ ସଂକଳ୍ପ ପ୍ରସ୍ତାବ ଗୃହୀତ କରାଇଥିଲେ। ଏହା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବଙ୍କୁ ଚିଠି ଲେଖି ଓବିସି/ଏସ୍‌ଇବିସି ଗଣନା ପାଇଁ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଜେଡି ସଂସଦୀୟ ଦଳ ବୈଠକରେ ଜାତିଭିତ୍ତିକ ଜନଗଣନା ଦାବିକୁ ପାର୍ଲାମେଣ୍ଟରେ ଉଠାଯିବା ନେଇ ମତ ପ୍ରକାଶ ପାଇଥିଲା। ସେହି ଅନୁସାରେ ଲୋକ ସଭାରେ ଏମ୍‌ପି ପିନାକୀ ମିଶ୍ର ଏବଂ ରାଜ୍ୟ ସଭାରେ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ହେଲେ ସ୍ବରାଷ୍ଟ୍ର(ରାଷ୍ଟ୍ର) ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଏକ ଉତ୍ତର ଏଭଳି ଜନଗଣନା ନେଇ କେନ୍ଦ୍ର ମନ ବଳାଇ ନ ଥିବା ସ୍ପଷ୍ଟ କରିଥିବା ଜଣାପଡିଛି।
ଗତ ୫ ତାରିଖ ଏମ୍‌ପି ଭି.ବିଜୟସାହି ରେଡ୍ଡୀଙ୍କ ଅଣତାରକା ପ୍ରଶ୍ନ ନଂ. ୩୭୮ର ଉତ୍ତର ଦେଇ ନିତ୍ୟାନନ୍ଦ ରାୟ ଉପରୋକ୍ତ ତଥ୍ୟ ପ୍ରଦାନ କରିଥିଲେ। ବିଜୟସାହି ପ୍ରଶ୍ନ କରିଥିଲେ ଯେ, ସରକାର ୨୦୨୧ ଜନଗଣନାରେ ଓବିସି/ଏସ୍‌ଇବିସିଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ମତ ପ୍ରକାଶ କରିଥିଲେ। ହେଲେ ରେଜିଷ୍ଟ୍ରାର ଅଫ୍‌ ଇଣ୍ଡିଆ ଓବିସି ସମ୍ପର୍କିତ ତଥ୍ୟ ନେବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି କାହିଁକି । ସେହିଭଳି ସରକାର ଜନଗଣନା-୨୦୨୧ରେ ଓବିସିଙ୍କ ତଥ୍ୟ ସଂଗ୍ରହ ନେଇ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେବେ କି ବୋଲି ରେଡ୍ଡୀ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ନିତ୍ୟାନନ୍ଦ କହିଥିଲେ ଯେ, ଗତବର୍ଷ ମାର୍ଚ୍ଚ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଗେଜେଟ୍‌ ଅନୁଯାୟୀ, ଜନଗଣନା-୨୦୨୧ରେ ଅନୁସୂଚିତ ଜାତି(ଏସ୍‌ସି) ଏବଂ ଅନୁସୂଚିତ ଜନଜାତି(ଏସ୍‌ଟି) ଜନଗଣନା କରାଯିବାର ବ୍ୟବସ୍ଥା ଥିବା କେନ୍ଦ୍ରମନ୍ତ୍ରୀ ଲିଖିତ ଉତ୍ତର ଦେଇଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରରେ ଓବିସି/ଏସ୍‌ଇବିସିଙ୍କ ଜନଗଣନା ନେଇ କୌଣସି ସୂଚନା ନାହିଁ। ତେଣୁ ଓଡ଼ିଶାର ଦାବି ସଂକଳ୍ପ ପ୍ରସ୍ତାବରେ ରହିଯିବ ବୋଲି ଧାରଣା ସୃଷ୍ଟି ହୋଇଛି। ଅପରପକ୍ଷରେ କେନ୍ଦ୍ର ଚାହିଁଲେ କ୍ୟାବିନେଟ୍‌ ସଂକଳ୍ପ କିମ୍ବା ପୂର୍ବ ନିୟମରେ ସଂଶୋଧନ କରିପାରିବେ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ଆନୁଷ୍ଠାନିକ ଭାବେ ବିଜେଡି କିମ୍ବା ରାଜ୍ୟ ସରକାର ଏହା ଉପରେ କୌଣସି ମତ ରଖିନାହାନ୍ତି। ହେଲେ ବିରୋଧୀମାନେ ଜାତିଭିତ୍ତିକ ଜନଗଣନାକୁ ରାଜ୍ୟ ସରକାରଙ୍କ ପୌରନିର୍ବାଚନୀ ଚାଲ୍‌ ବୋଲି ଅଭିଯୋଗ କରିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଓବିସିଙ୍କ ପାଇଁ ଜନଗଣନା ଦାବି କରୁଥିବା ସରକାର ଦୀର୍ଘଦିନ ଧରି ଏହି ବର୍ଗକୁ ରାଜ୍ୟରେ ଅବହେଳା କରିଆସିିଛନ୍ତି। ସେହିଭଳି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ରାଜ୍ୟ ସରକାରଙ୍କ ଦାବିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିଛନ୍ତି। ଅପରପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମୂଳତଃ ପଛୁଆବର୍ଗ ବିରୋଧୀ। ନ ହେଲେ ଦୀର୍ଘ ୨ ଦଶନ୍ଧି ରହିବା ପରେ ରାଜ୍ୟ ସରକାର ହଠାତ୍‌ ଏ ସଂକଳ୍ପ ଆଣିଲେ କାହିଁକି। କେନ୍ଦ୍ର ଚାହିଁଲେ ଏହାକୁ କରିପାରିବେ, ହେଲେ ଆନ୍ତରିକତା ନ ଥିବାରୁ ଜାତିଭିତ୍ତିକ ଜନଗଣନା ପୁନର୍ବାର ଶୀତଳ ଭଣ୍ଡାରକୁ ଗଲା ବୋଲି ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ବ୍ଲକ: ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

କର୍ଲାମୁଣ୍ଡା,୯।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବୁଧବାର...

ବଢ଼ିବ ସାଧାରଣଙ୍କ ସଙ୍କଟ

ଅନୁଗୋଳ ଅଫିସ, ୮।୧୨ କରୋନା କାୟାରୁ ଲୋକଙ୍କୁ ନିସ୍ତାର ମିଳିନି। ଦୋହଲି ଯାଇଥିବା ସେମାନଙ୍କ ଆର୍ଥିକ ସ୍ଥିତି ଏଯାଏ ମଜଭୁତ ହୋଇନି। ଏପରି ସମୟରେ ଅତ୍ୟାବଶ୍ୟକ...

୬ରେ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର ଅଫିସ, ୫ା୧: ମହାରାଣୀ ସାଗର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ, ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ଏବଂ ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ଦାବି ନେଇ ଆସନ୍ତା...

ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୩୦ା୯: କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ...

ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ମାନସିକ ଚାପଗ୍ରସ୍ତଙ୍କୁ ଫୋନ୍‌ରେ କାଉନ୍‌ସେଲିଂ କରୁଛନ୍ତି ୧୫ ମନସ୍ତତ୍ୱବିତ୍‌

ଛତ୍ରପୁର,୨୫।୪(ଡି.ଏନ୍‌.ଏ.): କରୋନା ନେଇ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରିରହିଛି। ଏହିକ୍ରମରେ ଗଞ୍ଜାମ ଜ଼ିଲାରେ ଲକ୍‌ଡାଉନ ଯୋଗୁ ଅନେକଙ୍କୁ କରୋନା ଚିନ୍ତା ଘାରିଥିବା ବେଳେ ଆଉ କେତେକ...

‘ମଙ୍କିପକ୍ସ’ମୁକାବିଲା ନେଇ ଅପରାହ୍ନରେ ବସିବ ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ‘ମଙ୍କିପକ୍ସ’ମାମଲା ଚିନ୍ତା ବଢାଇଲାଣି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।...

କମ୍ୟୁନିଟି ରେଡିଓ ମାଧ୍ୟମରେ ସଚେତନତା

କ୍ଲାଇମେଟ୍‌ ଚେଞ୍ଜ:ଦି ପାୱାର ଅଫ୍‌ ୟୁଥ୍‌ ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ...

ଯୁବବର୍ଗଙ୍କ ପ୍ରେରଣା ଶୁଭାଶିଷ

ମୋରଡ଼ା,୨ା୯(ଡି.ଏନ.ଏ.): ପେସାରେ ଇଞ୍ଜିିନିୟର। ତଥାପି ସଫଳ ଚାଷୀ ଭାବେ ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଶାର ସବୁଠୁ ବଡ଼ ଡ୍ରାଗନ ଫ୍ରୁଟ...

Advertisement
Archives

Model This Week