Posted inଫୁରସତ

ସବୁଜ ଡ୍ରେସ୍‌ ପିନ୍ଧିଥିଲେ ବୋଲି…

ବେଳେବେଳେ ଏମିତି ଘଟଣା ଘଟେ ଯାହା ଆମ କଳ୍ପନାର ପରିସରକୁ ମଧ୍ୟ ଛୁଇଁ ନ ଥାଏ। ସେମିତି ଗୋଟିଏ ଘଟଣା ଘଟିଛି ସାରା ଲ୍ୟୁକ୍‌ ନାମ୍ନୀ ଜନୈକା ତରୁଣୀଙ୍କ କ୍ଷେତ୍ରରେ। ଟେକ୍ସାସର ଏହି ତରୁଣୀ ଗାଲଭେନ୍‌ଷ୍ଟନ ଠାରେ ଥିବା ଏକ ଓ୍ବାଲମାର୍ଟ ମଲ୍‌କୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ଲାରିନ୍‌ଜାଇଟିସ୍‌ ମେଡିକେଶନ୍‌ ଆଣିବା। ସାରା ତ ସେ କାମ ସାରିଲେ। ଫେରିବା ବେଳକୁ ତାଙ୍କର ନଜର ପଡ଼ିଲା ମଲ୍‌ ମଧ୍ୟରେ ଥିବା ଗାର୍ଡେନ୍‌ ସେଣ୍ଟର ଉପରେ। ଗାର୍ଡେନ୍‌ରେ ନାନା କିସମର ସବୁଜିମା ପରିପୂର୍ଣ୍ଣ ଗଛବୃଚ୍ଛ ରହିଥିଲା। ସାରାଙ୍କୁ ତାହା ଆକର୍ଷିତ କଲା। ଆଉ ସେ ଗାର୍ଡେନ ସେଣ୍ଟର ଭିତରେ ପଶି ତାହାକୁ ଉପଭୋଗ କରିବାକୁ ଲାଗିଲେ। ତେବେ ଏହା ଭିତରେ ଯେ, ଏକ ଘଟଣା ଘଟିସାରିଥିଲା ତାହା ତାଙ୍କୁ ଜଣା ନ ଥିଲା। ଅର୍ଥାତ୍‌ ସେ ଆସିବାକୁ ବାହାରିବା ବେଳକୁ ଜାଣିଲେ ଯେ, ସେଣ୍ଟରଟି ବନ୍ଦ ହୋଇସାରିଛି। ଆଉ ସେ ତାହା ଭିତରେ ବନ୍ଦୀ ହୋଇସାରିଛନ୍ତି। ଏହା ଜାଣି ତାଙ୍କର ବୁଦ୍ଧିବୃତ୍ତି ହଜିଗଲା। ତାଙ୍କର ଲାରିନ୍‌ଜାଇଟିସ୍‌ ସମସ୍ୟା ଥିବାରୁ ବଡ଼ପାଟିରେ ଡାକି ପାରୁ ନ ଥିଲେ। କବାଟ ବାଡ଼ଉଥିଲେ ବି କେହି ଶୁଣୁ ନ ଥିଲେ। ଶେଷକୁ ସେ ନିକଟସ୍ଥ ପୋଲିସ୍‌ ଷ୍ଟେଶନ୍‌କୁ ଫୋନ୍‌କଲେ। ପୋଲିସ୍‌ ଆସିବା ପରେ ଯାଇ ରୁଦ୍ଧ ଗାର୍ଡେନ୍‌ ସେଣ୍ଟରରୁ ମୁକ୍ତି ପାଇଲେ ସେ। ଜଣାଗଲା ଯେ, ସେଣ୍ଟର ବନ୍ଦ କରିବା ପୂର୍ବରୁ ଚେକ୍‌ କରାଯାଇଥିଲେ ମଧ୍ୟ ସାରା ଏକ ଡିପ୍‌ ଗ୍ରୀନ୍‌ ଡ୍ରେସ୍‌ ପିନ୍ଧିଥିବାରୁ ତାହା କେହି ଜାଣି ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri