Posted inଫୁରସତ

ସଫଳତା ପଛରେ.. ଗୁରୁଙ୍କ ହାତ

ପ୍ରତ୍ୟେକଙ୍କ ଜୀବନରେ ଗୁରୁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ସେମାନଙ୍କର ପ୍ରେରଣା ଆମକୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯଥେଷ୍ଟ ସାହାଯ୍ୟ କରିଥାଏ। ସେହିପରି ବିିଭିନ୍ନ
କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା କେତେଜଣ ମହିଳା ନିଜ ଗୁରୁଙ୍କସ୍ମୃତିକୁ ମନେ ପକାଇ ଯାହା କହନ୍ତି….

ଅନୁପ୍ରାଣିତ କରିଥିଲା ଗୁରୁଙ୍କ ଅନୁଚିନ୍ତା : (ଛନ୍ଦା ମିଶ୍ର, ଲେଖିକା)
ଢେଙ୍କାନାଳ ଜିଲାର ସୁନାମଧନ୍ୟ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାର ସୁଯୋଗ ପାଇଥିଲି। ସୌଭାଗ୍ୟକ୍ରମେ ଆମର ପ୍ରଧାନ ଶିକ୍ଷକ ଥିଲେ ସ୍ବର୍ଗତ ରୁଦ୍ର ନାରାୟଣ ମିଶ୍ର। ଧୋବ ଫରଫର ଧୋତି ଓ କୁର୍ତ୍ତାରେ ସେ ଉଜ୍ଜ୍ୱଳମଣ୍ଡଳ ଓ ବଳିଷ୍ଠ ବ୍ୟକ୍ତିତ୍ୱଙ୍କ ସାନ୍ନିଧ୍ୟ ଲାଭ କରିବା ସତେ ଯେପରି ମୋ ପାଇଁ ଏକ ଈଶ୍ୱରୀୟ ଆଶୀର୍ବାଦ ଥିଲା। ଶୃଙ୍ଖଳା ଓ ନୀତିଗତ ଆଦର୍ଶର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ସାର୍‌ଙ୍କୁ ଦେଖିଲେ କେବଳ ଆମେ ଛାତ୍ରୀଛାତ୍ର ନୁହେଁ, ଶିକ୍ଷକଙ୍କ ମଥା ବି ଭକ୍ତିରେ ନଇଁ ଯାଉଥିଲା। ସେତେବେଳେ ପ୍ରାର୍ଥନା ସଭା ପରେ ସେ ଅନୁଚିନ୍ତାଟିଏ ଉଦାହରଣ ସହ ଆମକୁ ବୁଝାଉଥିଲେ ।
ଅନେକ ଅନୁଚିନ୍ତା ମଧ୍ୟରେ ଦୁଇଟି ଅନୁଚିନ୍ତା ଆଜି ବି ମୋ ପାଇଁ ଗୁରୁମନ୍ତ୍ର ହୋଇ ରହିଛି, ଯାହାକି ମୋ ଜୀବନ ଜିଇଁବାର ମାଧ୍ୟମ ପାଲଟିଛି। ଥରେ ସେ କହିଥିଲେ – ପିଲାଏ, ଯେତେବେଳେ ଈଶ୍ୱରଙ୍କ ପାଖେ କୌଣସି ଅଳି କରୁଛ, କେବଳ ନିଜ ପାଇଁ ନ କରି ସମଗ୍ର ବିଶ୍ୱ ପାଇଁ କରିବ। ତା’ ଦ୍ୱାରା ତୁମେ ମଧ୍ୟ ସେହି ବିଶ୍ୱ ମଧ୍ୟରେ ରହି ଈଶ୍ୱରଙ୍କ ଆଶିଷ ପ୍ରାପ୍ତ କରିବ। ଆଉ ଦ୍ୱିତୀୟଟି ହେଲା – ନିଜକୁ ଏପରି ଗଢି ତୋଳ ଯେପରି , ଅର୍ଥ ପଛରେ ତୁମେ ନୁହେଁ ବରଂ ଅର୍ଥ ତୁମ ପଛରେ ଧାଇଁବ। ପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ କହି ସେ ହାତ ମୁଣ୍ଡରେ ଛୁଆଁଇଲା ବେଳେ ଅନ୍ତର ଏକ ଦିବ୍ୟ ପୁଲକରେ ଉଲ୍ଲସିତ ହୋଇଉଠେ। ଆଜି ବି ଠାକୁରଙ୍କୁ କିଛି ମାଗିବା ବେଳେ ସାର୍‌ଙ୍କର ସୌମ୍ୟ ଚେହେରାଟି ଆଖି ଆଗରେ ଭାସିଉଠେ।
ସଚ୍ଚା ଗୁରୁଙ୍କ ଆଶ୍ରିତ ହୋଇଥିଲି : (ଶୈଳଭାମା ମହାପାତ୍ର, ଗାୟିକା)
ସ୍କୁଲ ହେଉ ଅବା ସଙ୍ଗୀତ ଜୀବନ, ପିଲାବେଳୁ ମୁଁ ଗୁରୁଙ୍କ ଆଶ୍ରିତ ହୋଇଛି। ଅନେକ ଜଣଙ୍କ ପାଖରେ ସଙ୍ଗୀତ ଶିଖାଇବାର କଳା ଅଛି, କିନ୍ତୁ ବାସ୍ତବ ସାଧକ ବହୁତ କମ୍‌ ଥାଆନ୍ତି। ଜଣେ ଭଲ ଗୁରୁ ସବୁବେଳେ ଚାହେଁ ତାର ଶିଷ୍ୟକୁ ସବୁବେଳେ ଉଚିତ୍‌ ଜାଗାକୁ ନେବ। ଭଲ ରାସ୍ତା ଦେଖାଇବ। ମୋ ଜୀବନରେ ତିନି ଜଣ ଗୁରୁ ଅଛନ୍ତି, ସେ ହେଉଛନ୍ତି ସ୍କୁଲ ଜୀବନର ଶାନ୍ତନୁ ଦାସ, ଦ୍ୱିତୀୟ ଗୁରୁ କଲେଜ ଜୀବନର ପ୍ରିନ୍ସିପାଲ ଅନନ୍ତ ନାରାୟଣ ମିଶ୍ର, ଯାହାଙ୍କଠାରୁ ମୁଁ କ୍ଲାସିକାଲ ଗୀତ ଆରମ୍ଭରୁ ଶିଖିଥିଲି। ତୃତୀୟ ଗୁରୁ ହେଉଛନ୍ତି ପ୍ରଦୀପ ପାତ୍ର ଯାହାଙ୍କଠାରୁ ମୁଁ ସଙ୍ଗୀତର ଫଣ୍ଡାମେଣ୍ଟାଲ, ଗ୍ରାମାର, ମ୍ୟାଥ୍‌,କାଉଣ୍ଟିଂ ସବୁକିଛି ଶିଖିଛି। ମୁଁ ଯେତେବେଳେ ଚାଇଲ୍ଡ ଆର୍ଟିଷ୍ଟ ହୋଇ ରେଡିଓକୁ ଯାଉଥିଲି, ସେଠାରେ ମୋର କମ୍ପୋଜର ଥିଲେ ସ୍ବର୍ଗତ ପ୍ରଦୀପ ପାତ୍ର। ଗତବର୍ଷ ସେ ଇହଧାମ ତ୍ୟାଗ କରିଛନ୍ତି। ଯେମିତି କି କଥାରେ ଅଛି, ବ୍ରହ୍ମା ବିଳିବିଳେଇଲେ ବେଦ। ସେ ଥିଲେ ସେଭଳି ଜଣେ ଗୁରୁ। ମୁଁ ଗୁରୁ ଅନନ୍ତ ନାରାୟଣ ମିଶ୍ରଙ୍କଠାରୁ କ୍ଲାସିକାଲ ସଙ୍ଗୀତ ଶିଖିଥିଲି ସତ, କିନ୍ତୁ ମୋତେ ପ୍ରକୃତରେ ଗ୍ରୁମିଂ କରିଛନ୍ତି ପ୍ରଦୀପ ପାତ୍ର। ମୋ ଘର ସୁନାବେଡ଼ା। ସେତେବେଳେ ଜୟପୁରରେ ଥିବା ଆକାଶ ବାଣୀକୁ ରେଡିଓ ରେକର୍ଡିଂ ପାଇଁ ୧/୨ ମାସରେ ଥରେ ଦିନବେଳା ମୁଁ ସେଠାକୁ ଯାଏ। ସେଠାରୁ ରେକର୍ଡିଂ ସାରି ପ୍ରଦୀପ ସାର୍‌ଙ୍କ ଘରକୁ ଯାଏ। ସେଠାରେ ତାଙ୍କ ପରିବାର ସହ ରାତ୍ରଭୋଜନ ସାରି ସାର୍‌ଙ୍କଠାରୁ ଗୀତ ଶିଖେ ରାତି ୧୦ ଟାରୁ ଭୋର୍‌ ୪ଟା ପର୍ଯ୍ୟନ୍ତ। ଭଏସ୍‌ର ଇମ୍ପ୍ରୁଭ୍‌ମେଣ୍ଟ୍‌ କିପରି ହେବ ସେଥିପ୍ରତି ସାର୍‌ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତି। ସାଧାରଣତଃ ସମସ୍ତେ କୁହନ୍ତି, ସଙ୍ଗୀତ ସନ୍ଧ୍ୟାବେଳେ ଶିଖାଯାଏ। କିନ୍ତୁ ମୋ ଗୁରୁ କୁହନ୍ତି ସଙ୍ଗୀତ ଶିଖିବାର ଗୋଟିଏ ମୁଡ୍‌ ଥାଏ। ସଙ୍ଗୀତ ହେଉଛି ଏକ ଧ୍ୟାନ। ଶାନ୍ତ ପରିବେଶ ମିଳିଲେ ହିଁ ସଙ୍ଗୀତ ପରିବେଷଣ କରାଯାଇପାରିବ। ରାତି ଅନିଦ୍ରା ହେଉଥିବାରୁ ପତ୍ନୀ ତାଙ୍କୁ ଚା’ ପିଇବାକୁ ଦେଉଥାନ୍ତି। ଆଉ ମୋତେ ବି। ସେ ସମୟ ଆଜି ବିଗତ ହୋଇଯାଇଛି ସତ, କିନ୍ତୁ ଆଜି ମୁଁ ଅନୁଭବ କରୁଛି ଯେ, ଜଣେ ସଚ୍ଚା ଗୁରୁ ଥିଲେ ସେ। ଦେଖାଇ ହେବା କି ଆତ୍ମଗର୍ବ ତାଙ୍କର ନ ଥିଲା। ସଙ୍ଗୀତ ଦୁନିଆଁରେ ମୁଁ ଆଜି ସମଗ୍ର ଲୋକଙ୍କ ମନ ଜିଣିପାରିଛି କେବଳ ତାଙ୍କ ପ୍ରେରଣା ପାଇଁ। ଭଗବାନ୍‌ ଓ ବାପାମାଆଙ୍କ ଆଶୀର୍ବାଦକୁ ବି ଏହାର ଶ୍ରେୟ ଦେବି।
ଜୀବନର ମୋଡ଼
ବଦଳାଇ
ଦେଇଥିଲା ଦିଦିଙ୍କ ଗାଳି :
(ଶ୍ରଦ୍ଧାଞ୍ଜଳି
ସାମନ୍ତରାୟ, ପୁଟବଲ ଖେଳାଳି)
ସ୍କୁଲରେ ପାଠ ପଢ଼ିବାବେଳେ ଖେଳ ପିରିୟଡ୍‌ରେ ମୁଁ ଆଦୌ ଖେଳିବାକୁ ଯାଏନି। କିନ୍ତୁ ମୋ ବଡ଼ ଭଉଣୀ ଗୀତାଞ୍ଜଳି ଖୋକେ ଖେଳେ। ସେ ମୋତେ ଖୋକୋ ଖେଳିବା ପାଇଁ କହିଲେ ବି ମୁଁ ତା କଥାକୁ ଏତେ ଗୁରୁତ୍ୱ ଦିଏନି। ଦିନେ ସ୍କୁଲର ଲତିକା ଦିଦି ପଚାରିଲେ ତୋ ବଡ଼ ଭଉଣୀ ତ ଭଲ ଖୋକେ ଖେଳୁଛି, ତୁ କାହିଁକି ଖେଳୁନୁ। କାଲି ଯଦି ଖେଳ ପିରିୟଡରେ ତୁ ଫିଲ୍ଡକୁ ନ ଆସିଥିବୁ, ତା’ ହେଲେ ମୁଁ ତୋତେ ପିଟିପଟି ଖେଳ ପଡ଼ିଆକୁ ଆଣିବି। ଦିଦିଙ୍କର ଏହି ଗାଳି ଶୁଣି ମୁଁ ଡରିଯାଇଥିଲି। ତା ପରଦିନ ଦିଦି ଆସିବା ପୂର୍ବରୁ ମୁଁ ଖେଳ ପିରିୟଡରେ ଯାଇ ପଡ଼ିଆରେ ପହଞ୍ଚିଯାଇଥିଲି। ଦିଦି ବି ମୋତେ ଦେଖି ଖୁବ୍‌ ଖୁସି ହେଲେ। ତା’ ପରେ ଧୀରେ ଧୀରେ ଖେଳ ପ୍ରତି ଆଗ୍ରହ ଆସିଲା। ସେଠାରେ ଫୁଟ୍‌ବଲ୍‌ କୋଚ୍‌ ଚନ୍ଦନ ଚନ୍ଦା ଫୁଟ୍‌ବଲ୍‌ ଖେଳିବା ପାଇଁ ମୋତେ ଉତ୍ସାହିତ କଲେ। ଭଲ ଖେଳିଲେ ମୁଁ ରାଜ୍ୟ ତଥା ଦେଶ ପାଇଁ ବି ଖେଳି ପାରିବି ବୋଲି କହିଲେ। ସେବେଠାରୁ ଖେଳ ମୋର ନିଶା ପାଲଟିଯାଇଥିଲା। ପରେ କଳିଙ୍ଗ ଷ୍ଟାଡିୟମ୍‌ରେ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଫୁଟ୍‌ବଲ୍‌ ଖେଳିଲି। ସେ ସବୁବେଳେ କୁହନ୍ତି, ପରିଶ୍ରମର ବିକଳ୍ପ ନାହିଁ। ଖେଳିବାବେଳେ ପ୍ରତିଟି ଭୁଲ୍‌ରେ ସେ ସୁଧାର ଆଣନ୍ତି। ମୋ ଜୀବନରେ ପ୍ରତିଟି ଗୁରୁଙ୍କର ଉତ୍ସାହ ଓ ପ୍ରେରଣା ବାସ୍ତବରେ ମୋ ପାଇଁ ସଫଳତାର ଅସ୍ତ୍ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ବିଶ୍ବ ଦରବାରରେ ମୋତେ ପହଞ୍ଚାଇ ଛନ୍ତି ଗୁରୁ : (ଜ୍ୟୋତ୍ସ୍ନା ସାହୁ, ଓଡ଼ିଶୀ ନୃତ୍ୟାଙ୍ଗନା)
ଶାସ୍ତ୍ର କହେ, ବିଦ୍ୟାରମ୍ଭେ ଗୁରୁ ଶ୍ରେଷ୍ଠ। କିନ୍ତୁ ବେଳେ ବେଳେ ମନରେ ଆସିଥାଏ ପୁସ୍ତକଗତ ବିଦ୍ୟାକୁ ଆହରଣ କରିଦେଲେ ଆମର ଜ୍ଞାନ ଆହରଣ ହୋଇଯିବ। ବାସ୍ତବରେ ପୁସ୍ତକରେ ଲେଖାଥିବା ବାକ୍ୟ ଏବଂ ଶିକ୍ଷାର ପଛରେ ଯେଉଁ ତତ୍ତ୍ୱ ସନ୍ନିହିତ ଥାଏ ତାକୁ କେବଳ ଜଣେ ଅନୁଭୂତିସମ୍ପନ୍ନ ଗୁରୁ ହିଁ ଆମକୁ ଶିଖାଇଥାନ୍ତି। ଆଜି ଯଦି ମୁଁ ରାଜ୍ୟ, ଦେଶ ତଥା ଦେଶ ବାହାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାକୁ ସମର୍ଥ ହୋଇଛି, ତାହା କେବଳ ମୋ ଗୁରୁଙ୍କ ପାଇଁ। ମୋ ଜୀବନରେ ପ୍ରତିଟି ଗୁରୁ ମୋ ପାଇଁ ମାର୍ଗଦର୍ଶକ ହୋଇଛନ୍ତି। ଗୁରୁ ଆଭାନଳିନୀ କୁମାର ମୋ ପାଦକୁ ଧରି ପ୍ରଥମେ ପାଦ ବାଡେଇବାକୁ ଶିଖାଇଥିଲେ। ଆଉ ଆଜି ଯଦି ସେହି ପାଦରେ ମୁଁ ନାଚି ପାରୁଛି କେବଳ ତାଙ୍କରି ପାଇଁ। ଗୁରୁ ସ୍ବର୍ଗତ ରଘୁନାଥ ଦତ୍ତ ମୋ ଉପରକୁ ବାଡି ଫୋପାଡିଥିଲେ, ଯେଉଁଥିପାଇଁ ମୋର ଡାହାଣ ହାତ ଫାଟି ରକ୍ତ ବାହାରିଥିଲା। କିନ୍ତୁ ସେତେବେଳେ ବାପାମା’ଙ୍କର ସହଯୋଗ ଏବଂ ମୋର ଇଚ୍ଛାଶକ୍ତି ପାଇଁ ମାଡ଼ ଖାଇବାକୁ ଆକ୍ଷେପ ନ କରି ଲକ୍ଷ୍ୟସ୍ଥଳରେ ମୁଁ ଆଗେଇ ଚାଲୁଥିଲି। ତାଙ୍କ ଆଶୀର୍ବାଦରୁ ଆଜି ମୁଁ ତାଙ୍କରି ସ୍ମରଣେ ପ୍ରତିବର୍ଷ ଆୟୋଜିତ କରିପାରୁଛି ‘ଗୁରୁ ସ୍ମରଣେ’ ଓଡ଼ିଶୀ ନୃତ୍ୟ ଉତ୍ସବ। ଗୁରୁ ମାୟାଧର ରାଉତ, ଗୁରୁ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି ଏବଂ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଅଭିନୟର କଳା, କାରୁକାର୍ଯ୍ୟ ଏବଂ ନୃତ୍ୟରେ ଖୁନ୍ଦି ହୋଇ ରହିଥିବା ଅଳଙ୍କାରର ଅଧିକ ଜ୍ଞାନ ଆହରଣ କରି ମୁଁ ଆଜି ବିଶ୍ବ ଦରବାରରେ ନିଜକୁ ପହଞ୍ଚାଇ ପାରିଛି। ବାସ୍ତବରେ ଗୁରୁଙ୍କ ବିନା ସଫଳତା ହିଁ ଅସମ୍ଭବ।
ସବୁ ଗୁରୁଙ୍କ ପାଖରୁ କିଛି ନା କିଛି ଶିଖିଥାଏ (ତମନ୍ନା, ଅଭିନେତ୍ରୀ)
ମୋ ଜୀବନରେ ଅନେକଙ୍କ ନିକଟରୁ ମୁଁ ଅନେକ କଥା ଶିଖିଛି। ସେମାନଙ୍କର ସହଯୋଗ, ଶୁଭେଚ୍ଛା ମୋତେ ଆଜି ଏହି ସ୍ଥାନରେ ପହଞ୍ଚାଇଛି। ବୟସ ଏବଂ ଅଭିଜ୍ଞତା ତୁଳନାରେ ଗୁରୁଙ୍କର ସ୍ଥାନ ସବୁବେଳେ ଊର୍ଦ୍ଧ୍ୱରେ। କେବଳ ବଡ଼ ଲୋକ ନୁହନ୍ତି ଛୋଟ ପିଲାଙ୍କ ନିକଟରୁ ଅନେକ କିଛି ଶିଖିବା କଥାକୁ ମୁଁ କେବେ ଏଡ଼ାଇ ଦିଏନା। ତମେ କାହା ପାଖରୁ କ’ଣ ଶିଖୁଛ ତାହା ନିଜ ଉପରେ ହିଁ ନିର୍ଭର କରିଥାଏ। ମୋର ପ୍ରଥମ ଗୁରୁ ହେଲେ ଓଡ଼ିଆ ସିନେମା ଜଗତର ଗିମିକ ମାଷ୍ଟର ଭାବରେ ପରିଚିତ ନିର୍ଦ୍ଦେଶକ ସଞ୍ଜୟ ନାୟକ। ସେ ମୋତେ ଓଲିଉଡ୍‌ରେ ଏଣ୍ଟ୍ରି କରିବାର ସୁଯୋଗ ଦେଇଥିଲେ। କେବଳ ଅଭିନୟ ନୁହେଁ, ମୁଁ ମଡେଲିଂ ସହ ଜଡିତ। ଗତ ଦୁଇ ବର୍ଷ ଧରି ମୁଁ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। ଏ କ୍ଷେତ୍ରରେ ମୋ ଗୁରୁ ସବ୍ୟସାଚୀ ଶତପଥୀଙ୍କ ଅବଦାନକୁ ମୁଁ କେବେ ଭୁଲିପାରିବି ନାହିଁ। ତାଙ୍କର ଟିପ୍ସ ମୋତେ ମିସ୍‌ ଡିଭା-୨୦୧୮ର ଟପ୍‌-୫ ଭିତରେ ସ୍ଥାନ ଦେଇଥିଲା। ଏହାବ୍ୟତୀତ ୨୦୧୯ ଫେମିନା ମିସ୍‌ ଇଣ୍ଡିଆରେ ଟପ୍‌ ଟେନ୍‌ ଫାଇନାଲିଷ୍ଟରେ ରହିବାର ସୁଯୋଗ ପାଇଥିଲି। ଏ କ୍ଷେତ୍ରରେ ସବୁଠାରୁ ଉପରେ ରହିବେ ମୋ ବାପା ବାସୁଦେବ ବ୍ୟାସ। ପ୍ରତିଟି କ୍ଷେତ୍ରରେ ସେ ମୋ ପଛରେ ଛାଇ ପରି ଠିଆ ହୋଇଛନ୍ତି। ତାଙ୍କର ପ୍ରତିଟି କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଥାଏ।
ପ୍ରଭାବିତ କରିଥିଲା ତାଙ୍କର ସଚ୍ଚୋଟପଣିଆ : (ପ୍ରଜ୍ଞା ପ୍ରବର୍ତ୍ତିକା ଦାସ, ଅଧ୍ୟାପିକା)
ଆଜି ଯେଉଁଠି ବି ପହଞ୍ଚିଛି ଭଗବାନଙ୍କ ଆଶୀର୍ବାଦ ସହ ଗୁରୁଙ୍କର ଯଥେଷ୍ଟ ରହିଛି ଅବଦାନ। ଶିଷ୍ୟର ଜ୍ଞାନରେ ପାରଦର୍ଶିତା ହିଁ ଜଣେ ଗୁରୁଙ୍କ ପାଇଁ ଉପଯୁକ୍ତ ଦକ୍ଷିଣା। ଆଉ ମୋ ଗୁରୁ ଠିକ୍‌ ସେହିପରି ଥିଲେ। ମୋର ଗ୍ରାଜୁଏଶନ୍‌ ଏବଂ ପିଏଚ୍‌ଡି ସମୟରେ ଗୋକୁଳି ସାର୍‌ଙ୍କ ଅବଦାନ ମୁଁ ବର୍ଣ୍ଣନା କରିପାରିବି ନାହିଁ। ମୋ ଦ୍ୱାରା ପ୍ରସ୍ତୁତ ବହିକୁ ମୁଁ ତାଙ୍କୁ ହିଁ ସମର୍ପିବାକୁ ଚାହୁଁଥିଲି କିନ୍ତୁ ଦୁର୍ଭାଗ୍ୟବଶତଃ ସେ ସୁଯୋଗ ହାତଛଡା ହୋଇଥିଲା। ଏହି ପୁସ୍ତକକୁ ତାଙ୍କ ଦ୍ୱାରା ଉନ୍ମୋଚନ କରିବାକୁ ଚାହଁୁଥିଲି। କିନ୍ତୁ ଠିକ୍‌ ଏହାର ଦିନକ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଜଣେ ନାଟ୍ୟକାର ଥିଲେ। ନାଟକରେ ଅଭିନୟ କଲାବେଳେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେ ସବୁବେଳେ କହୁଥିଲେ ପରିଶ୍ରମ କର, ନିଶ୍ଚୟ ଦିନେ ଫଳ ପାଇବ। ନିଷ୍ଠାପରତା ଏବଂ ପରିଶ୍ରମ କ’ଣ ମୁଁ ତାଙ୍କ ଠାରୁ ହିଁ ଶିଖିବାକୁ ପାଇଛି। ପ୍ରତିଟି କାର୍ଯ୍ୟରେ ତାଙ୍କର ସଚ୍ଚୋଟପଣିଆ ମୋତେ ବେଶ୍‌ ପ୍ରଭାବିତ କରିଥିଲା।
– ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri