ସଞ୍ଚୟ ଦିଦିଙ୍କ ଠିକଣା ମହାନଦୀ ପଠା

ଅନୁଗୋଳ ସହର,୨୧।୧ ହାତ ଗଣତି କେତେଜଣଙ୍କୁ ବାଦ୍‌ ଦେଲେ ବାକି ପ୍ରାୟତଃ ମୂଲିଆ ଶ୍ରେଣୀର ଲୋକ। କେଉଁଠି କିଛି ମୂଲ ଲାଗିଲେ ସେମାନଙ୍କ ହାତକୁ ଆସେ ଦୁଇପଇସା। ସେଥିରୁ ପରିବାରର ପେଟ ପାଇଁ ରଖି ଅଳ୍ପ ସଞ୍ଚୟ କରିବାକୁ ଇଚ୍ଛା ଥିଲେ ବି ଜଙ୍ଗଲାଞ୍ଚଳ ହୋଇଥିବାରୁ ବ୍ୟାଙ୍କ ନିକଟରେ ପହଞ୍ଚିବା ହୋଇପଡ଼ୁଛି କାଠିକର ପାଠ। ଶହେ ଟଙ୍କା ରଖିବାକୁ ଗଲେ ପଚାଶ ଟଙ୍କା ଖର୍ଚ୍ଚ ହେବ ସେମାନଙ୍କର। ଏପରି ଏକ ଅଞ୍ଚଳର ଶ୍ରମଜୀବୀ ମଣିଷମାନଙ୍କ ସଞ୍ଚୟର ଭରସା ପାଲଟିଛନ୍ତି ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡ଼ା ପଞ୍ଚାୟତର ସୁଭାଶିନୀ ସାହୁ। ୨୦ କିମି ଦୂର ଜଗନ୍ନାଥପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ସହାୟକ ଭାବେ କାର୍ଯ୍ୟ କରୁଥିବା ସୁଭାସିନୀ ପଞ୍ଚାୟତର ବିଭିନ୍ନ ଗଁାରେ ବୁଲି ଯୋଗାଉଛନ୍ତି ବ୍ୟାଙ୍କ ସେବା। ହେଲେ ଏଥିପାଇଁ କମ୍‌ କଷ୍ଟ କରିବାକୁ ପଡ଼ୁନି ତାଙ୍କୁ। ପଞ୍ଚାୟତରେ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେଉ ନ ଥିବାରୁ ଫଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ମେଶିନ ଧରି ଦୈନିକ ୮ କିମି ଦୂର ଘାଟସାହି ମୁହଁାଣ ମହାନଦୀ ପଠାରେ ଜଗି ବସିବାକୁ ପଡ଼ୁଛି ତାଙ୍କୁ। ସ୍ବଳ୍ପ ସମୟ ପାଇଁ ସେଠାରେ ନେଟ୍‌ ସଂଯୋଗ ମିଳୁଥିବାରୁ ସେହି ସମୟରେ ହିଁ ସେ କରିପାରୁଛନ୍ତି ଜମା ଆଉ ଉଠାଣ।
ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଟିକରପଡ଼ା ପଞ୍ଚାୟତରେ ଟିକରପଡ଼ା, କୁଶଖଳି, କରଡ଼ାପଡ଼ା, କଟରଙ୍ଗ, ଗଇନ୍ଦି, ବେହେରାସାହି, ମଝିପଡ଼ା ଆଦି ଗ୍ରାମ ରହିଛି। ବ୍ଲକ ସଦର ମହକୁମାରୁ ଏହି ପଞ୍ଚାୟତର ଦୂରତା ୬୦ କିଲୋମିଟର। ୧୦ କିମି ଦୂରରେ ପୁରୁଣାକୋଟ ଥାନା ଥିଲେ ବି ସେଠାରେ କୌଣସି ବ୍ୟାଙ୍କ ନାହିଁ। ୨୦ କିମି ଦୂର ଜଗନ୍ନାଥପୁରରେ ଯେଉଁ ଗ୍ରାମ୍ୟ ବ୍ୟାଙ୍କ ରହିଛି ସେଠାରେ ପହଞ୍ଚିବାକୁ ଏହି ଶ୍ରମିକ ଶ୍ରେଣୀର ଲୋକଙ୍କୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ମିଳୁଥିବା ମୂଲ ମଜୁରିରୁ କିଛି ବଳାଇ ଭବିଷ୍ୟତ ପାଇଁ ସଞ୍ଚୟ କରିବାର ଇଚ୍ଛା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ସହ ସମୟ ବାହାର କରି ଏତେବାଟ ଆସିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ଗତ ୪ ବର୍ଷ ହେଲା ଉପରୋକ୍ତ ଗଁାର ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ଗଇନ୍ଦି ଗ୍ରାମର ସୁଭାଶିନୀ ସାହୁ। ଜଗନ୍ନାଥପୁର ଗ୍ରାମ୍ୟ ବ୍ୟାଙ୍କର ଏକ ପିଓଏସ୍‌ ମେଶିନ ରଖିଥିବା ସହାୟକ ସୁଭାସିନୀ ସେଥିରେ ଟଙ୍କା ଜମା କରିବା ସହ ଉଠାଣର ସୁବିଧା ପଞ୍ଚାୟତବାସୀଙ୍କୁ ଯୋଗାଇ ଦେଉଛନ୍ତି। ନିଜ ଗଁାଠାରୁ ୮ କିମି ଦୂର ପଞ୍ଚାୟତର ମାତ୍ର ଗୋଟିଏ ସ୍ଥାନ ଟିକରପଡ଼ା ମହାନଦୀ ଗଣ୍ଡ ଘାଟସାହି ମୁହାଣରେ ଦୈନିକ କିଛି ସମୟ ପାଇଁ ଇଣ୍ଟରନେଟ୍‌ ଆସୁଥିବାରୁ ସେହି ସମୟକୁ ଅପେକ୍ଷା କରି ସୁଭାସିନୀ ସେଠାରେ ବସି ରହୁଛନ୍ତି। ପ୍ରତିଦିନ ସେ ୧ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଟଙ୍କା ଜମା କରୁଛନ୍ତି। ଥରକୁ ୧୦ ହଜାର ଟଙ୍କା ଉଠାଣ ସୁବିଧା ସେ ମେଶିନ ମାଧ୍ୟମରେ ଦେଇପାରୁଛନ୍ତି। ତାଙ୍କ ପାଇଁ ପଞ୍ଚାୟତର ୧୫୦ ଗରିବ ହିତାଧିକାରୀ ଉକ୍ତ ବ୍ୟାଙ୍କର ଗ୍ରାହକ ହୋଇପାରିଛନ୍ତି। ଟିକରପଡ଼ା ଗ୍ରାମର ମାଧବ ନାଏକ କୁହନ୍ତି, ସୁଭାଶିନୀଙ୍କ ଯୋଗୁ ଆମେ କିଛି ଟଙ୍କା ସଞ୍ଚୟ କରିପାରୁଛୁ। ଯଦି ଶହେ ଟଙ୍କା ଜମା କରିବାକୁ ଜଗନ୍ନାଥପୁର ଯିବୁ ତାହେଲେ ୫୦ ଟଙ୍କା ଖର୍ଚ୍ଚ ହେଉଛି। ଆଜି ନଦୀପଠାରେ ବସି ସୁଭାଶିନୀ ମୋର ୧ ଶହ ଟଙ୍କା ଜମା କରିଛନ୍ତି। ଗଇନ୍ଦି ଗ୍ରାମର ସଞ୍ଜୁକ୍ତା ସାହୁ କୁହନ୍ତି, ସ୍ବାମୀଙ୍କୁ ଲୁଚାଇ ଏକ ଖାତା ଖୋଲିଛି। ପଞ୍ଚାୟତରେ ଆଉ ସୁବିଧା ନ ଥିବାରୁ ଟଙ୍କା ଜମା କରିବାକୁ ସୁଭାଶିନୀଙ୍କ ସହ ନଦୀପଠାକୁ ଯିବାକୁ ପଡ଼ୁଛି। ତାଙ୍କ ପାଇଁ ବ୍ୟାଙ୍କରେ କିଛି ଟଙ୍କା ଜମା କରିପାରିଛି। ଏ ନେଇ ସୁଭାଶିନୀ କହିଛନ୍ତି, ୪ ବର୍ଷ ହେଲା ଲୋକଙ୍କୁ ଏପରି ସେବା ଯୋଗାଇ ଆସୁଛି। ଅଳ୍ପ ସମୟ ପାଇଁ ହେଉପଛେ ନଦୀ ପଠାରେ ବସି ଲୋକେ ବ୍ୟାଙ୍କ ସେବା ପାଉଥିବାରୁ ଖୁସି ହୋଇଯାଉଛନ୍ତି। ପ୍ରତିଦିନ କିଏ କେତେ ଟଙ୍କା ଜମା କରିବାକୁ ଚାହଁୁଛନ୍ତି ସେ ନେଇ ଖବର ଦେଲେ ପାଳି କରି ଗଁାକୁ ଯାଇଥାଏ। ଥରକୁ ୧୦ ହଜାର ଟଙ୍କା ଜଣେ ବ୍ୟକ୍ତି ଉଠାଇ ପାରିବେ। କିନ୍ତୁ ଏଥିପାଇଁ ପୂର୍ବରୁ ଖବର ଦେଲେ ସେହି ଅନୁଯାୟୀ ବ୍ୟାଙ୍କକୁ ଯାଇ ଟଙ୍କା ଆଣିଥାଏ। ତେବେ ନେଟ୍‌ ଉପରେ ସବୁକିଛି ନିର୍ଭର। ଯେଉଁ ଦିନ ନେଟ୍‌ ରହୁନାହିଁ ସେ ଦିନ ଜମା ହୋଇପାରୁନାହିଁ। ୮ ଦିନ ହେଲା ଇଣ୍ଟରନେଟ୍‌ ସ୍ଲୋ ରହୁଥିବାରୁ ଉଠାଣ କରିହେଉ ନାହିଁ। ମାସକୁ ୫୦ରୁ ଅଧିକ ଲୋକଙ୍କ ଏକ ଲକ୍ଷ ଟଙ୍କା ଜମା କଲେ ବ୍ୟାଙ୍କ ପକ୍ଷରୁ ୨୫ଶହ ଟଙ୍କା ମିଳୁଛି। ସେଥିରୁ ଇଣ୍ଟରନେଟ୍‌ ବାବଦକୁ ୨୫୦ ଟଙ୍କା ଓ ବ୍ୟାଙ୍କ ଖର୍ଚ୍ଚ ପାଇଁ ୨୫୦ ଟଙ୍କା ରଖୁଛି। ସପ୍ତାହକୁ ୩ଥର ବ୍ୟାଙ୍କକୁ ଯିବାକୁ ପଡ଼ୁଛି। ଘର ଘର ବୁଲି ଟଙ୍କା ସଂଗ୍ରହ କରି ନଦୀପଠାରେ ବସି ଜମା କରୁଛି। ୫୦ରୁ ଊର୍ଦ୍ଧ୍ୱ ମହିଳା ସଂଘ, ପ୍ରସୂତି, ଗଁାର ଗରିବ ଲୋକେ କିଛି ଟଙ୍କା ଜମା କରିପାରିଥିବାରୁ ଖୁସି ଲାଗୁଛି। ୪ ବର୍ଷ ମଧ୍ୟରେ ପ୍ରାୟ ୫୦ ଲକ୍ଷ ଟଙ୍କା କାରବାର କରିସାରିଥିବା ସୁଭାଶିନୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri