Posted inଖେଳ

ସଚିନଙ୍କଠାରୁ ଧୋନୀ: ଏହି ୫ ଖେଳାଳି ସେନା ପୋଷାକ ପିନ୍ଧି ଉଡାଇଥିଲେ ତ୍ରିରଙ୍ଗା

ଭାରତୀୟ କ୍ରିକେଟ ଦଳର ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ସେନାରେ ନିଜକୁ ସାମିଲ କରିଛନ୍ତି। ହେମୁ ଅଧିକାରୀ, ମହେନ୍ଦ୍ର ସିଂ ଧୋନୀ, ସଚିନ ତେନ୍ଦୁଲକର ଏବଂ ସିକେ ନାଇଡୁଙ୍କ ଭଳି ଖେଳାଳି କ୍ରିକେଟ ସହ ଭାରତୀୟ ସେନାର ବିଭିନ୍ନ ଉଚ୍ଚ ପଦବୀରେ ରହିଥିଲେ। ବିଭିନ୍ନ ସ୍ଥାନରେ ସେନା ପୋଷାରେ ସେମାନଙ୍କୁ ତ୍ରିରଙ୍ଗା ଉଡାଉ ଥିବା ଦେଖାଯାଇଥିଲା।

ହେମୁ ଅଧିକାରୀ
ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ହେମୁ ଅଧିକାରୀ ଭାରତୀୟ ସେନାରେ ଲ୍ୟୁଟନାଣ୍ଟ କଲୋନେଲ ଥିଲେ। ହେମୁ ଭାରତ ପକ୍ଷରୁ ୨୧ଟି ଟେଷ୍ଟ ଖେଳି ୮୭୨ ରନ୍‌ କରିଥିଲେ। ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ଅର୍ଜନ କରିଥିଲେ।

 

ସିକେ ନାଇଡୁ
ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ ସିକେ ନାଇଡୁ ୧୯୨୩ରେ ହୋଲକର ରାଜାଙ୍କ ନିମନ୍ତ୍ରଣରେ ଇନ୍ଦୋର ପହଞ୍ଚିଥିଲେ। ତାଙ୍କ ପୂରା ନାମ କର୍ନେଲ କୋଟ୍ଟେରୀ ନାଇଡୁ ଥିଲା। ହୋଲକର ରାଜା ତାଙ୍କୁ ସେନାର କଲାନେଲ ପଦରେ ନିଯୁକ୍ତ କରିଥିଲେ। ସିକେ ନାଇଡୁ ଭାରତ ପକ୍ଷରୂୁ ୭ଟି ଟେଷ୍ଟ ଖେଳି ୩୫୦ ରନ କରିଥିଲେ।

କପିଳ ଦେବ
ଭାରତକୁ ପ୍ରଥମ ବିଶ୍ୱକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କପିଳ ଦେବ ୨୦୦୮ରେ ଭାରତୀୟ ସେନାର ଲ୍ୟୁଟନାଣ୍ଟ କଲୋନେଲ ଭାବେ ନିଯୁକ୍ତ ପାଇଥିଲେ।

ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭାରତୀୟ ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ର଼୍ୟାଙ୍କ୍‌ ପ୍ରଦାନ କରାଯାଇଥିଲା। ପ୍ରଥମ କ୍ରିକେଟର ଭାବେ ସେ ଏହି ସମ୍ମାନର ଅଧିକାରୀ ହୋଇଥିଲେ।

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ସେନାର ଲ୍ୟୁଟନାଣ୍ଟ କଲୋନେଲ ପଦ ଦିଆଯାଇଥିଲା। ଧୋନୀ ଟେରିଟୋରିଆଲ ଆର୍ମିରେ ଟ୍ରେନିଂ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଢଙ୍ଗରେ ବିବାହ ଫଟୋଶୁଟ୍‌ କଲେ ମହିଳା କ୍ରିକେଟର୍‌

ଢାକା,୨୧।୧୦: ନିକଟରେ ବାଂଲାଦେଶର ଅନ୍ତର୍ଜାତୀୟ କ୍ରିକେଟର ସଞ୍ଜିଦା ଇସଲାମ ବିବାହ କରିଛନ୍ତି। ସଞ୍ଜୀଡା ରଙ୍ଗପୁରର ପ୍ରଥମ ଶ୍ରେଣୀ କ୍ରିକେଟର ମିମ ମୋସାଦକଙ୍କୁ ବିବାହ କରିଛନ୍ତି। ସଞ୍ଜିଦା...

ଷ୍ଟିରିଆନ୍‌ ଗ୍ରାଁ ପ୍ରି: ହାମିଲଟନ୍‌ଙ୍କୁ ପୋଲ୍‌ ପୋଜିଶନ

ଷ୍ଟିରିଆ,୧୨।୭: ଅଷ୍ଟ୍ରିଆର ଷ୍ଟିରିଆରେ ଚାଲିଥିବା ବର୍ଷା ବାଧାପ୍ରାପ୍ତ ଫର୍ମୁଲା-୧ ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏଥି ସହିତ ମର୍ସିଡିଜ୍‌...

ଭିଣେଇ ଭାଇଙ୍କ ରେକର୍ଡ

ଆବୁଧାବି,୭।୧୧: ଭାରତରେ ଭିଣେଇ ଭାଇ ଭାବେ ଜଣାଶୁଣା ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ରବିବାର ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ମାତ୍ର...

ଭାରତ ବିପକ୍ଷରେ ୧୬ ଇନିଂସରେ ଡି’କକ୍‌ଙ୍କ ୬ଷ୍ଠ ଶତକ

କେପ ଟାଉନ,୨୩।୧: ଭାରତ ବିପକ୍ଷରେ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ୧୨୪ ରନ୍‌ର ଇନିଂସ ଖେଳିଥିଲେ କୁଇଣ୍ଟନ...

ମହିଳା ଭାରତୀୟ ଦଳର ବିଜୟ ଅଭିଯାନ

ଡାମ୍ବୁଲା,୨୩।୬: ଡାମ୍ବୁଲାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୩୪ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହି ବିଜୟ ସହ ହରମନପ୍ରୀତ କୌରଙ୍କ...

‘ଆଇଡି କାର୍ଡ ମାଗିଲି ବୋଲି ଚାପୁଡ଼ା ମାରିଲେ’

ନୂଆଦିଲ୍ଲୀ,୧୨।୭: ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ବିଶ୍ୱ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଇ)ର ପୂର୍ବତନ ଚାମ୍ପିଅନ ଦଲୀପ ସିଂ ରାଣା ଓରଫ ‘ଦି ଗ୍ରେଟ୍‌ ଖଲି’।...

ସାଉଥ୍‌ ଏସିଆନ ଗେମ୍ସ: ରେକର୍ଡ ପଦକ ଜିତିଲା ଭାରତ

କାଠମାଣ୍ଡୁ, ୧୧ା୧୨ (ପି.ଟି.)- ସାଉଥ୍‌ ଏସିଆନ ଗେମ୍ସ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଆଞ୍ଚଳିକ ବହୁବିଧ ସ୍ପୋର୍ଟିଂ ଇଭେଣ୍ଟରେ ଭାରତ ସର୍ବାଧିକ ମୋଟ ୩୧୨ ପଦକ...

ନେଟ୍ସରେ ସୁନୀଲ ଗାଭାସ୍କର ସବୁଠାରୁ ଖରାପ ଖେଳାଳି ଥିଲେ: ମୋରେ

ନୂଆଦିଲ୍ଲୀ, ୪।୭- ଭାରତୀୟ କ୍ରିକେଟ୍‌ରେ ସୁନୀଲ ଗାଭାସ୍କରଙ୍କୁ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ଗାଭାସ୍କର ପ୍ରଥମ...

Advertisement
Archives

Model This Week