ସଙ୍କଟ ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକ

ନୂଆଦିଲ୍ଲୀ,୧୧।୪: ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଛି। ଏଭଳି ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମକ ଏବଂ ସାଧାରଣ ଲୋକମାନେ ଏବେ ଅନେକ ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ କ୍ଷୁଧା, ବେକାରି ଏବଂ ଘରୋଇ କ୍ଷେତ୍ରଗୁଡିକର ଚାପର ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ ସୁବିଧା ଯୋଗାଇବା ଭଳି ଉନ୍ନତ ସ୍ଥିତିରେ ରାଜ୍ୟଗୁଡିକ ନ ଥିବା ବିଶେଷଜ୍ଞ କହିଛନ୍ତି। ଭାରତରେ ମୋଟ ଜିଡିପିକୁ ରାଜ୍ୟଗୁଡିକର ଟିକସ ଅନୁପାତ ମାତ୍ର ୧୩.୫% ରହିଛି। ଏହା ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରାୟ ୨୫% ରହିଛି। ବର୍ତ୍ତମାନ କୋଭିଡ୍‌-୧୯ ଲାଗି ଟିକସ ସଂଗ୍ରହ ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି।
ସାମାଜିକ ନିରାପତ୍ତାରେ ଅସୁବିଧା
ବର୍ତ୍ତମାନ ବିତ୍ତୀୟ ସ୍ଥିତି ପ୍ରଭାବିତ ଥିବାରୁ ୭୦ରୁ ୮୦% ଗରିବ ଲୋକଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବା ଗୋଟିଏ ପଟେ କାଠିକର ପାଠ ହୋଇପଡୁଥିବା ବିଚାର କରାଯାଇଛି। ଲକ୍‌ଡାଉନ ଉଠିଗଲା ପରେ ବିଗିଡି ଥିବା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ସମ୍ଭାଳିବାକୁ ପଦକ୍ଷେପ ନେବାକୁ ପଡିବ। ଏଠାରେ ଗୋଟିଏ କଥା ବିଚାରକୁ ନିଆଯାଉ। ସାଧାରଣତଃ ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରାୟ ୭୦ରୁ ୮୦% ଲୋକ ସଙ୍ଗଠିତ କ୍ଷେତ୍ର ସହ ଜଡିତ। ସେମାନଙ୍କ ଲାଗି ସାମାଜିକ ସୁରକ୍ଷା ପର୍ଯ୍ୟାପ୍ତ ଥିବା ଯୋଗୁ ସାଧାରଣତଃ ମାସ ମାସ ଧରି ଲକ୍‌ଡାଉନ ସ୍ଥିତି ଲାଗି ରହିଲେ କୌଣସି ଅସୁବିଧା ସ୍ଥିତି ଉପୁଜିବ ନାହିଁ। ମାତ୍ର ଭାରତରେ ସ୍ଥିତି ଏହାର ସମ୍ପୂର୍ଣ୍ଣ ଓଲଟା।
ଲକ୍‌ଡାଉନ ବଢ଼ିଲେ ବଜାର ସ୍ଥିତି ବିଗିଡ଼ିବ
ଭାରତରେ ଲକ୍‌ଡାଉନ ଅବଧି ବଢି ରହିଲେ ଏହା ଯୋଗୁ ଅର୍ଥ ବ୍ୟବସ୍ଥାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କ ଚାକିରି ଚାଲିଯିବା ସେହି ପରିବାରଗୁଡିକରେ କାହାର ସ୍ବାସ୍ଥ୍ୟ ବିଗିଡିଲେ ସମସ୍ୟାକୁ କେମିତି ଆୟତ୍ତକୁ ଅଣାଯିବ ତାହା ମଧ୍ୟ ଏକ ଚିନ୍ତାର ବିଷୟ।
ଭାରତର ସ୍ଥିତି ଅପେକ୍ଷାକୃତ ଉନ୍ନତ
କରୋନା ବ୍ୟାପିଥିବା ଅନ୍ୟ ଦେଶଗୁଡିକୁ ବିଚାର କଲେ ଭାରତର ସ୍ଥିତି ଅପେକ୍ଷାକୃତ ଉନ୍ନତ ରହିଛି। ଭାରତରେ ସଂକ୍ରମଣର ମାତ୍ରା ଏତେ ତ୍ୱରିତ ହୋଇନାହିଁ। ସରକାରଙ୍କ ପଦକ୍ଷେପ ଯୋଗୁ ରୋଗକୁ ବ୍ୟାପିବାରୁ କମ୍‌ କରାଯାଇଛି। ସଂକ୍ରମଣର ସବୁ ମାମଲା ହସ୍ପିଟାଲକୁ ଆସୁଥିବା ବେଳେ ଏହା ଉପରେ ନଜର ରଖାଯାଉଛି। ପ୍ରାୟ ୮୫% କରୋନା ମାମଲା ୬୦%ରୁ କମ୍‌ ବୟସର। ଏହି ବୟସ ବର୍ଗର ଲୋକମାନେ ସଂକ୍ରମଣକୁ ସାମ୍ନା କରିବା ସହ ଠିକ୍‌ ହୋଇ ଯାଉଥିବା ଦେଖାଯାଉଛି। ତାପମାତ୍ରା ବଢୁଥିବାରୁ ସଂକ୍ରମଣ ବଢିବାକୁ ଏହା ହୁଏତ କମ୍‌ କରୁଛି। ଦେଶର ୭୦ ହଟ୍‌ସ୍ପଟ ଜିଲାକୁ ବାଦ ଦେଲେ ଅନ୍ୟ ୬୭୦ ଜିଲାରେ ସଂକ୍ରମଣ ଏତେ ବ୍ୟାପିନାହିଁ କିମ୍ବା ମାମଲା ବହୁତ କମ୍‌ ରହିଛି।
ଦାଦନର ଦୁଃଖ
କୋଭିଡ୍‌ ବ୍ୟାପିବା ଯୋଗୁ ଦାଦନ ଶ୍ରମିକଙ୍କ ଦୁଃଖ ଏବେ ବଢିଯାଇଛି। ସେହିଭଳି ନିଜ ଉଦ୍ୟମରେ ଛୋଟ ଛୋଟ ବ୍ୟବସାୟ ଚଳାଉଥିବା ଲୋକଙ୍କ ସ୍ଥିତି ଏବେ ବିଗିଡିଛି। ଅନାହାର ମୃତ୍ୟୁ, ବେକାରି ଭଳି ସମସ୍ୟା ଏବେ ବଢିଛି। ସ୍ଥିତି ସୁଧୁରୁ ନ ଥିବାରୁ ଲକ୍‌ଡାଉନ ଏବେ ବଢିବ ବୋଲି ପ୍ରାୟ ନିଶ୍ଚିତ ହୋଇଛି। ଯଦି ଲକ୍‌ଡାଉନ ଖୋଲେ ତେବେ କିଭଳି ପଦକ୍ଷେପ ନିଆଯାଇ ପାରିବ ସେ ନେଇ ବିଶେଷଜ୍ଞ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି।
ଲକ୍‌ଡାଉନ ଉଠିବା ନେଇ କ’ଣ କୁହନ୍ତି ବିଶେଷଜ୍ଞ
– ଦେଶର ୪୫୦ ଜିଲାରେ କରୋନା ମାମଲା ନାହିଁ। ୨୧୦ ଜିଲାରେ କିଛି ମାମଲା ରହିଛି। ୬୬୦ ଜିଲାରେ ଲକ୍‌ଡାଉନ ସତର୍କତା ଭିତ୍ତିରେ ଉଠାଯାଇପାରେ।
– ଅମଳ ସମୟ ଯୋଗୁ ଶ୍ରମିକଙ୍କ ଆବଶ୍ୟକତା ରହିଛି। କିଛି ଟ୍ରେନ ଚଳାଚଳ ଦ୍ୱାରା ଶ୍ରମିକଙ୍କୁ କାର୍ଯ୍ୟକ୍ଷେତ୍ରକୁ ଫେରାଇ ଅଣାଯାଇପାରିବ। ମଣ୍ଡି ପରିଚାଳନା, ମାଲ ପରିବହନ, ବଜାର ସୁବିଧାକୁ ଦେଖିବାକୁ ହେବ।
– କ୍ଷୁଦ୍ର ସଂସ୍ଥାଗୁଡିକରେ କାମ କରୁଥିବା ସଙ୍ଗଠିତ ତଥା ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କୁ କାମ ଯୋଗଦେବାକୁ ଅନୁମତି ଦିଆଯାଇପାରେ। ଏମ୍‌ଏସ୍‌ଏମ୍‌ଇ ନ ଖୋଲିଲେ ବେକାରି ହାର ୩୦%କୁ ବଢିଯିବ।
– ହସ୍ପିଟାଲ ଏବଂ କ୍ଲିନିକଗୁଡିକରେ ଅଧିକ ନିରାପତ୍ତା ଗ୍ରହଣ
– ମେଡିକାଲ ଯନ୍ତ୍ରାଂଶ ଔଷଧ ଯୋଗାଉଥିବା କମ୍ପାନୀଙ୍କ ପରିଚାଳନା ସୁଗମ କରିବା
– ଭିଡ଼କୁ ବାଦ୍‌ ଦେଇ ପରିବହନ ସେବା ଆରମ୍ଭ କରାଯାଇପାରେ। ଅତିରିକ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା।
– ବଡ ଉଦ୍ୟୋଗଗୁଡିକରେ ସାମାଜିକ ଦୂରତ୍ୱ ସହ ସିଫ୍ଟରେ କାମ ହେବା ଆବଶ୍ୟକ।
– ଭିଡକୁ ଅନୁମତି ନ ଦିଆଯିବା ଆବଶ୍ୟକ।
-ସବୁ ସ୍ଥାନରେ ମାସ୍କ ବ୍ୟବହାର ସହ ନିର୍ଦ୍ଦେଶ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଟିକସ ପ୍ରସଙ୍ଗ ପୁଣି ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨-୨: ଭାରତ ଆମେରିକା ସାମଗ୍ରୀ ଉପରେ ବୃହତ୍‌ ପରିମାଣର ଟିସକ ଲାଗୁ କରୁଥିବାରୁ ଏହା ଦ୍ୱାରା ବାଣିଜ୍ୟ ପ୍ରଭାବିତ ହେଉଛି ବୋଲି ଭାରତ ଗସ୍ତ ପୂର୍ବରୁ...

ବିଓଆଇର ଏନବିଜି ଉଦଘାଟିତ

ଭୁବନେଶ୍ୱର,୩।୧: ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ)ର ନୂତନ ସେବା ‘ନ୍ୟାଶନାଲ ବ୍ୟାଙ୍କିଙ୍ଗ ଗ୍ରୁପ’ (ଏନବିଜି) ବିଓଆଇର ଜୟଦେବ ବିହାରସ୍ଥିତ ପ୍ରମୁଖ ଶାଖା (ଷ୍ଟାର ହାଉସ)ର ପ୍ରଥମ...

ଶିଳ୍ପପତି ବି.କେ.ବିର୍ଲାଙ୍କ ପରଲୋକ

ନୂଆଦିଲ୍ଲୀ,୪-୭: ଶିଳ୍ପପତି କୁମାର ମଙ୍ଗଳମ ବିର୍ଲାଙ୍କ ଜେଜେବାପା ତଥା ବି.କେ.ବିର୍ଲା ଗ୍ରୁପ୍‌ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ବି.କେ.ବିର୍ଲାଙ୍କର ୯୮ ବର୍ଷରେ ବୁଧବାର ମୁମ୍ବାଇରେ ପରଲୋକ ହୋଇଯାଇଛି।...

ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର...

ଏଫ୍‌ପିଆଇ ନିବେଶରେ ଉନ୍ନତି

ନୂଆଦିଲ୍ଲୀ,୩୦-୯: ଲଗାତର ଭାବେ ଗତ ୨ ମାସ ଧରି ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର (ଏଫ୍‌ପିଆଇ) ମାନେ ପୁଞ୍ଜି ପ୍ରତ୍ୟାହାର କରିଥିବା ବେଳେ ସେପ୍ଟେମ୍ବରରେ...

ସୁଜଲନ ଏନର୍ଜୀ ସଂସ୍ଥାପକ ତୁଲସୀ ତନ୍ତୀଙ୍କର ପରଲୋକ

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଏନର୍ଜୀ କମ୍ପାନୀ ସୁଜଲନ ଏନର୍ଜୀ ସଂସ୍ଥାପକ ତଥା ଅଧ୍ୟକ୍ଷ ତୁଲସୀ ତନ୍ତୀଙ୍କର ପରଲୋକ ହୋଇଯାଇଛି। କମ୍ପାନୀ ଶେୟାର ବଜାରକୁ ଏହି ସୂଚନା...

ଅତିରିକ୍ତ ଋଣ ଉଠାଇବେ ୫ ରାଜ୍ୟ

ନୂଆଦିଲ୍ଲୀ: ଖୋଲା ବଜାରରୁ ୫ ରାଜ୍ୟ ଅତିରିକ୍ତ ଋଣ ଉଠାଇବେ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ତେଲଙ୍ଗାନା ରହିଛନ୍ତି। ୧୬,୭୨୮...

ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟକୁ ପାଇଲଟଙ୍କ ଚେତାବନୀ; ବକେୟା ଦରମା ଦିଅ ନଚେତ୍‌ ନୋଟିସ ପିରିୟଡ ପ୍ରତ୍ୟାହାର କର

ନୂଆଦିଲ୍ଲୀ,୧୮-୭: ଏୟାର ଇଣ୍ଡିଆ ପାଇଲଟଙ୍କ ପକ୍ଷରୁ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। କମ୍ପାନୀ ତୁରନ୍ତ ସେମାନଙ୍କ ଦରମା ବାବଦରେ ବକେୟା ପ୍ରଦାନ କରୁ ନଚେତ୍‌ ଚାକିରି...

Advertisement
Archives

Model This Week