ସଂଶୋଧିତ ଏଫ୍‌ଡିଆଇ ନିୟମ ନେଇ ଭାରତକୁ ଚାଇନାର ସମାଲୋଚନା

ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ନିୟମକୁ ଭାରତ ସରକାର ଏବେ ପରିବର୍ତ୍ତନ କରିଛନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଭାରତରେ ନିବେଶ ଲାଗି ଏବେ ସରକାରଙ୍କ ଅନୁମତି ଲୋଡ଼ା ପଡ଼ିବ ବୋଲି ଜଣାପଡ଼ିଛି। ଭାରତର ଏଭଳି ପଦକ୍ଷେପକୁ ଚାଇନା ସୋମବାର ସମାଲୋଚନା କରିଛି। ଚାଇନା ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତ୍ୟକ୍ଷ ରୁଟ୍‌ରେ ବା ସିଧାସଳଖ ଭାବେ ଭାରତ ବଜାରରେ ଏଫ୍‌ଡିଆଇ ଖଟାଇପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ବ୍ୟକ୍ତିବିଶେଷ କିମ୍ବା କମ୍ପାନୀ ଏହାକୁ ମାନିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏହି ଆଇନ ଉପରେ ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତ ପକ୍ଷପାତିତା ନୀତି ଅବଲମ୍ବନ କରିଛି। ନୂଆ ନିୟମ ଦ୍ୱାରା ଭାରତରେ ନିବେଶ କରିବା କଷ୍ଟକର ହୋଇପଡ଼ିବ। ୨୦୧୯ ଡିସେମ୍ବର ସୁଦ୍ଧା ଚାଇନା କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଭାରତରେ ୮ ବିଲିୟନ ଡଲାର ନିବେଶ କରାଯାଇଛି। ଭାରତର ଅନ୍ୟ ପଡ଼ୋଶୀ ରାଷ୍ଟ୍ରଠାରୁ ଏହା ବହୁ ଗୁଣରେ ଅଧିକ। ଚାଇନା ନିବେଶ ଦ୍ୱାରା ଭାରତର ଶିଳ୍ପାୟନକୁ ପ୍ରୋତ୍ସାହିତ କରୁଛି। ମୋବାଇଲ ଫୋନ, ହାଉସହୋଲ୍ଡ ଇଲେକ୍ଟ୍ରିକାଲ ସାମଗ୍ରୀ ଭିତ୍ତିଭୂମି, ଅଟୋ ମୋବାଇଲ ଭଳି କ୍ଷେତ୍ରରେ ନିବେଶ ଯୋଗୁ ଅନେକ ଲୋକ ନିଯୁକ୍ତି ପାଇପାରୁଛନ୍ତି। ଏହା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଦୃଢ ହେଉଛି ବୋଲି ଚାଇନା ଦୂତାବାସର ମୁଖପାତ୍ର ସି.ଜି. ରଙ୍ଗ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଭାରତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟଟିଓ)ର ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଭାରତ ଅବମାନନା କରିବା ସହ ଏଭଳି ପକ୍ଷପତିତା ନୀତି ଅବଲମ୍ବନ କରିଛି। ଏହା ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଦାରୀକରଣ ନୀତିର ବିରୋଧାଭାସ କରୁଛି। ଏହାବାଦ ବାଣିଜ୍ୟ ପ୍ରୋତ୍ସାହନ ଲାଗି ଜି-୨୦ ଦେଶଗୁଡ଼ିକର ଗ୍ରହଣ କରିଥିବା ସାମଗ୍ରିକ ପଦକ୍ଷେପ ବିରୋଧରେ ଯାଇ ଭାରତ ଏଭଳି କରିଛି ବୋଲି ଦୂତାବାସ ପକ୍ଷରୁ ଜାରି ଏକ ସୂଚନାରେ ଏହା କୁହାଯାଇଛି। ନୂଆ ନିୟମ ଆସିବା ଦ୍ୱାରା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା କରୁଛନ୍ତି। ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ଗୋଟିଏ ନିୟମ ଏବଂ ପଡ଼ୋଶୀଙ୍କ ଲାଗି ଅନ୍ୟ ଏକ ନିୟମ ଭାରତ କାହିଁକି ଆଣିଛି। ଏହାଦ୍ୱାରା କିଛି ଦେଶକୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ଅନ୍ୟ କିଛି ଦେଶଙ୍କୁ ସମାନ ସୁବିଧାରୁ ବଞ୍ଚିତ କରାଯାଇଛି ବୋଲି ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୩।୮: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିଓ୍ବାଇ)ଅଧୀନରେ ୪୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।...

ଆହୁରି ମହଙ୍ଗା ହେଲା ସୁନା ଦର

ନୂଆଦିଲ୍ଲୀ,୨୪।୨: ଆହୁରି ମହଙ୍ଗା ହେଲା ସୁନା ଓ ରୂପା। ଭାରତରେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢିିଛି। ସେପଟେ ଏକ...

୧୧ ବର୍ଷରେ ୧.୮୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୦-୭: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇ ଦିନକୁ ଦିନ ବଢୁଥିବା ଦେଖାଯାଇଛି। ଗତ ୧୧ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡିକରେ ୪୪,୦୧୬ ଠକେଇ ମାମଲା ସାମ୍ନାକୁ ଆସିଛି।...

କ୍ଷତିପୂରଣ ନ ମିଳିଲେ ଖର୍ଚ୍ଚ କମାଇବେ ରାଜ୍ୟ

ନୂଆଦିଲ୍ଲୀ,୧୩।୯:ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ସହମତି ହୋଇପାରିନାହିଁ। ଏ ସଂକ୍ରାନ୍ତ କ୍ଷତିପୂରଣ ଯଦି ନ ମିଳେ ତେବେ ରାଜ୍ୟଗୁଡିକ...

ୟୁପିଆଇ ଲାଇଟରେ ବିନା ଇଣ୍ଟରନେଟ୍‌ରେ ୫୦୦ଟଙ୍କା ଯାଏଁ କରିପାରିବେ ପେମେଣ୍ଟ, ନିର୍ଦ୍ଦେଶାନାମା ଜାରି କଲା ଆରବିଆଇ

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୟୁପିଆଇ ଲାଇଟ ମାଧ୍ୟମରେ ଅଫଲାଇନ କାରବାରକୁ ୨୦୦ରୁ ୫୦୦କୁ ବୃଦ୍ଧି କରିଛି। ଶୁକ୍ରମାର ଏକ ନିର୍ଦ୍ଦେଶାନାମା ଜାରି କରି...

ଆର୍‌ବିଆଇ ପକ୍ଷରୁ ‘ସତର୍କ ତାଲିକା’ ଜାରି

ନୂଆଦିଲ୍ଲୀ,୯।୯:ଭାରତରେ ଅନଧିକୃତ ଆର୍ଥକ ସଂସ୍ଥାର ଓ୍ବେବ୍‌ସାଇଟ ଏବଂ ଆପ୍‌ ଜରିଆରେ ବିନିମୟ ମୁଦ୍ରା (ଫୋରେକ୍ସ) କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ...

ସ୍ବାସ୍ଥ୍ୟବୀମା ଉପରେ ୫% ଜିଏସ୍‌ଟି ହ୍ରାସ ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ,୩୧।୧: କୋଭିଡ ମହାମାରୀ ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଜନିତ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ପରେ ଏବେ ଭାରତରେ ସ୍ବାସ୍ଥ୍ୟବୀମାକୁ ସାଧାରଣ ଲୋକେ ମଧ୍ୟ...

ଆକ୍ସିସ୍‌ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୫ା୧: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ୩ୟ...

Advertisement
Archives

Model This Week