ସଂଘର୍ଷରେ ଗଲାଣି ୨୨୦ ଜୀବନ

ବେଙ୍ଘାଜି,୨୨ା୪: ଲିବ୍ୟାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଜାତିସଂଘ ସମର୍ଥତ୍ତ ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜଧାନୀ ତ୍ରିପୋଲିକୁ କବ୍‌ଜା କରିବା ଲାଗି ସରକାରୀ ସୈନ୍ୟବାହିନୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଦୁଇ ସପ୍ତାହ ଧରି ସଂଘର୍ଷ ଲାଗି ରହିଛି। ଏଥିରେ ୨୨୦ ଜଣଙ୍କ ମୃତ୍ୟୁ ହେବା ସହ ୧୦୬୬ ଆହତ ହେଲେଣି। ପୂର୍ବ ତ୍ରିପୋଲିରେ ଫିଲ୍ଡ ମାର୍ଶାଲ ଖଲିଫା ଡିଫ୍‌ଟରଙ୍କ ନେତୃତ୍ୱରେ ଲିବ୍ୟା ଜାତୀୟ ସୈନ୍ୟବାହିନୀ (ଏଲ୍‌ଏନ୍‌ଏ) ଏବଂ ବିଦ୍ରୋହୀ ଲିବ୍ୟା ବାହିନୀ ମଧ୍ୟରେ ଗତ ୫ ତାରିଖରୁ ଏହି ସଂଘର୍ଷ ଜାରି ରହିଛି। ଜାତିସଂଘ ସମର୍ଥିତ ସରକାର ସହ ମେଣ୍ଟ କରିଥିବା ମିଲିସିଆମାନେ ଅଲଓ୍ବାତ୍ୟାର ଏୟାରବେସ୍‌ ଏବଂ ଘେରିଆନ୍‌ ସହରରେ ଆକାଶମାର୍ଗରୁ ବୋମାବର୍ଷଣ କରିଛନ୍ତି। ଜନବସତି ଅଞ୍ଚଳରେ ମଧ୍ୟ ସଂଘର୍ଷ ଜାରି ରହିଛି। ଉଭୟ ଗୋଷ୍ଠୀ ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହ ଆକାଶମାର୍ଗରୁ ଆକ୍ରମଣ କରୁଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ନେତାମାନଙ୍କୁ ଆମେରିକାର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫିଲ୍ଡ ମାର୍ଶାଲ ହିଫ୍‌ଟରଙ୍କୁ ଫୋନ ଯୋଗେ କହିଛନ୍ତି। ଅନ୍ୟପକ୍ଷରେ ସଂଘର୍ଷ ଲାଗି ରହିଥିବାବେଳେ ସହଯୋଗୀ ରାଷ୍ଟ୍ରଗୁଡିକ ନୀରବ ରହିଥିବାରୁ ଲିବ୍ୟା ପ୍ରଧାନମନ୍ତ୍ରୀ ଫୟେଜ୍‌ ଅଲ୍‌-ସେରା ଏହାର ନିନ୍ଦା କରିଛନ୍ତି। ସଂଘର୍ଷ ଲାଗି ରହିଥିବାରୁ ସୁରକ୍ଷାଗତ କାରଣରୁ ତ୍ରିପୋଲିକୁ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି। ଦୁଇଟି ବିମାନକୁ ମିଟିଗା ବିମାନ ବନ୍ଦରରୁ ପୂର୍ବରେ ଥିବା ମିସ୍ରାଟାକୁ ନିଆଯାଇଛି। ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତ୍ରିପୋଲିରେ ଥିବା ୫୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ତୁରନ୍ତ ପଳାଇ ଆସିବାକୁ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଦୁଇ ଦିନ ତଳେ ଟ୍ବିଟ୍‌ କରି ପରାମର୍ଶ ଦେଇଥିଲେ। ସେଠାରେ ପରିସ୍ଥିତି ଦିନକୁ ଦିନ ଖରାପ ହେଉଛି। ବିମାନ ଚଳାଚଳ ବନ୍ଦ ହେବା ଆଶଙ୍କା କରି ଅଧିକ ଦିନ ସେଠାରେ ରହିଲେ ଆସିବା ସହଜ ହୋଇ ନ ପାରେ ବୋଲି ସୁଷମା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri