ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ପଢୁଛନ୍ତିି ପିଲା

ହାତୀଓଟ,୨୭ା୬-କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ସ୍କୁଲ ଗୁଡିକରେ କିପରି ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଅଧିକ ହେବ ସେ ନେଇ ବିଭିନ୍ନ ଯୋଜନା କରିଛନ୍ତି । ଗଁ। ଗହଳିର ଛାତ୍ରୀଛାତ୍ରମାନେ ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରି ଅଧିକରୁ ଅଧିକ ଯେପରି ଆକୃଷ୍ଟ ହେବେ ସେଥିପାଇଁ ସର୍ବଶିକ୍ଷା ଅଭିଯାନଠାରୁ ଆରମ୍ଭ କରି ମୋ ସ୍କୁଲ୍‌ ଶ୍ରେଷ୍ଠ ସ୍କୁଲ୍‌, ବେଟି ପଢାଓ ବେଟି ବଚାଓ ଯୋଜନାମାନ ପ୍ରଣୟନ କରିଛନ୍ତି। କିନ୍ତୁ ଶିକ୍ଷା ବିଭାଗର ଦାୟିତ୍ୱହୀନତା ଓ ଆଗ୍ରହ ନ ଥିବା ଭଳି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲା ପୋଲସରା ବ୍ଲକ ମନ୍ଦାର ନିକଟସ୍ଥ ଅରଖପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ୧୯୧୯ ରେ ଅରଖପୁର ଗ୍ରାମ ବନ୍ଧ ନିକଟରେ ସ୍ଥାପିତ ହୋଇଛି। ସ୍କୁଲ ଆରମ୍ଭଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ା ବର୍ତ୍ତମାନ ତାହା ଉନ୍ନୀତ ବିଦ୍ୟାଳୟ ହୋଇ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହୋଇଛି। ଏହି ସ୍କୁଲରେ ବର୍ତ୍ତମାନ ୨୨୫ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ୮ଜଣ ଶିକ୍ଷକ ରହିଛନ୍ତିି। ବର୍ତ୍ତମାନ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଓ ଲାଇବ୍ରେରି ନ ଥିବା ବେଳେ ବହୁବର୍ଷ ଧରି ଏହି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଶୀତ, ବର୍ଷା ଓ ଖରାରେ ବର୍ଷ ବର୍ଷ ଧରି ଛାତ୍ରୀଛାତ୍ରମାନେ ସ୍କୁଲ ବାରଣ୍ଡାରେ ବସି ପାଠ
ପଢିବାକୁ ବାଧ୍ୟ ହେଉଛନ୍ତି ।
ସୀମାଞ୍ଚଳ ଜାନି ୨୦୧୦ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ପ୍ରଧାନଶିକ୍ଷକଭାବେ କାର୍ଯ୍ୟକରି ଆସୁଥିଲେ। କିନ୍ତୁ ହଠାତ୍‌ ସେ ଜଗନ୍ନାଥପ୍ରସାଦ ବ୍ଲକକୁ ଏବିଇଓ ଭାବେ ବଦଳି ହୋଇଯିବାରୁ ତାଙ୍କ ସ୍ଥାନରେ ବର୍ତ୍ତମାନ ସୁଦ୍ଧା କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ଏହି ପଦବୀ ଖାଲି ପଡିଥିବା ବେଳେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଭାବେ ସୁଦର୍ଶନ ପାତ୍ର ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାତ୍ର କୁହନ୍ତି, ଶ୍ରେଣୀଗୃହ ଅଭାବ ନେଇ ବାରମ୍ବାର ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମର ଏହି ସ୍କୁଲରେ ଅଭାବ ଥିବା ଶ୍ରେଣୀଗୃହ ନିର୍ମାଣ ହୋଇପାରୁନାହିଁ। ତେବେ ଆମକୁ ଖରାପ ଲାଗୁଛି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ବାରଣ୍ଡାରେ ବସି ପାଠ ପଢାଇବାକୁ। କିନ୍ତୁ ଶ୍ରେଣୀଗୃହ ଅଭାବ ଯୋଗୁ ବାଧ୍ୟ ବାଧକତାରେ ପିଲାମାନଙ୍କୁ ପଢାଇ ଆସୁଛୁ। ବହୁବର୍ଷ ଧରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ରମାନେ ବାରଣ୍ଡାରେ ପାଠ ପଢି ଆସୁଥିବା ସମ୍ପର୍କରେ ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ସେ କୁହନ୍ତିି, ଏହା ମୋ ଦୃଷ୍ଟିକୁ ଆସିନାହିଁ, ଆସିଲା ପରେ ମୁଁ ଆପଣଙ୍କୁ କହିବି।
ପ୍ରଶ୍ନ ଉଠୁଛି, ଏଠି ଶିକ୍ଷା ବିଭାଗ କେତେ ସଜାଗ। ବହୁବର୍ଷ ଧରି ଅଭାବ ରହିଥିବା ଶ୍ରେଣୀଗୃହ ନ ମିଳିବାରୁ ଛାତ୍ରୀଛାତ୍ରମାନେ ସ୍କୁଲ ବାରଣ୍ଡାରେ ବସି ପଢୁଛନ୍ତିି। କିନ୍ତୁ ଶିକ୍ଷା ବିଭାଗ ଅଧିକାରୀ କହୁଛନ୍ତି, ମୋ ପାଖରେ ଖବର ନାହିଁ। ପ୍ରଶାସନ ତୁରନ୍ତ ଏ ବିଷୟରେ ଅନୁସନ୍ଧାନ କରି ବହୁବର୍ଷ ଧରି ସ୍କୁଲ ବାରଣ୍ଡାରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ସ୍କୁଲଗୃହ ନିର୍ମାଣ କରାଗଲେ ଛାତ୍ରୀଛାତ୍ରମାନେ ଖରା, ବର୍ଷା, ଶୀତରେ ସ୍କୁଲ ବାରଣ୍ଡାରେ ବସି ପଢିବାରୁ ନିବୃତ୍ତ ରହିବା ସହ ତୁରନ୍ତ ଜିଲା ପ୍ରଶାସନ ଏ ବିଷୟରେ ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଭକ୍ତ ଶୂନ୍ୟ ହେଲା ବୁଦ୍ଧଖୋଲ ଶୈବପୀଠ

ବୁଗୁଡ଼ା,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାରେ ଥିବା ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନ କେନ୍ଦ୍ର ବୁଦ୍ଧଖୋଲ ଆଜି ମହାଶିବରାତ୍ରି ଅବସରରେ କୋଭିଡ୍‌ କଟକଣା ଯୋଗୁ ଭକ୍ତଶୂନ୍ୟ ହୋଇ...

ଭଞ୍ଜନଗରରେ ବିଜେଡିର ବିକ୍ରମ, ଆସିକାରେ ମଞ୍ଜୁଳା, ସୋରଡାରେ ପୂର୍ଣ୍ଣ ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର, ଆସିକା, ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଭଞ୍ଜନଗର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୨୦,୩୭୩...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ

ଛତ୍ରପୁର, ୧୫ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ...

ବ୍ରହ୍ମପୁର କୋର୍ଟରେ ହାଜର ହେବେ ଅଭୟକାନ୍ତ, ଆକାଶ

ବ୍ରହ୍ମପୁର ଅଫିସ, ୯।୨: ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ହୋଇଥିବା ଠକେଇ ଘଟଣାରେ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ...

ସହକାରୀ ନିର୍ଦ୍ଦେଶକଙ୍କ ଗାଲେରି କଲେଜ ପରିଦର୍ଶନ:  ଅନୁପସ୍ଥିତ ଅଧ୍ୟକ୍ଷ,ଅଧ୍ୟାପକଙ୍କ ଦରମା ବନ୍ଦ

ଭଞ୍ଜନଗର,୩।୧୧(ଡି.ଏନ.ଏ)-ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ବିଶ୍ୱମ୍ବର ଷଢ଼ଙ୍ଗୀ ଗୁରୁବାର ଅଚାନକ ଗାଲେରୀ ଦଣ୍ଡପାଣି ମହାର୍ଥା କଲେଜ ପରିଦର୍ଶନ କରିଥିଲେ। କଲେଜର ଅବ୍ୟବସ୍ଥା ନେଇ ସେ...

ସିସି କ୍ୟାମେରା ଲଗାଇବାରେ ବିଳମ୍ବ

ଛତ୍ରପୁର,୩୧ା୧୦(ଡି.ଏନ.ଏ)-ଗଞ୍ଜାମ ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ବୁଧବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

ଫାଟିଲା ଜାନିବିଲି ନୂତନ ପାଇପ୍‌ଲାଇନ

ବ୍ରହ୍ମପୁର ଅଫିସ,୨୬ା୫-ଖରା ବଢୁଥିବା ବେଳେ ବ୍ରହ୍ମପୁର ସହରରେ ଉତ୍କଟ ହୋଇଛି ଜଳ ସଙ୍କଟ। ଏହାକୁ ଦୂର ପାଇଁ ରାଜ୍ୟ ସରକାର ଜାନିବିଲି ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ...

ଜନଜାଗରଣ ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ : ‘ବଳବତ୍ତର ରହିବ ସିଏଏ, ଉପକୃତ ହେବେ ସଂଖ୍ୟାଲଘୁ’

ବ୍ରହ୍ମପୁର ଅଫିସ,୧୧ା୧-ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବାମପନ୍ଥୀ ଦଳ, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଦେଶର ଅନ୍ୟମାନେ ସମର୍ଥନ...

Advertisement
Archives

Model This Week