ଶ୍ରୀମନ୍ଦିର ପାଇଁ ଜରୁରିକାଳୀନ ପାଣ୍ଠିରୁ ୩୦୦କୋଟି ଖର୍ଚ୍ଚ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ କରି ଆକର୍ଷଣୀୟ ଢଙ୍ଗରେ ଐତିହ୍ୟ ସୁରକ୍ଷାବଳୟ ତିଆରି କରୁଛନ୍ତି। ଏହି କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିବାକୁ ବସିଥିବାବେଳେ ସରକାର ଓଡ଼ିଶା ଜରୁରିକାଳୀନ ପାଣ୍ଠି(ଓସିଏଫ୍‌)ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପୂର୍ତ୍ତ ବିଭାଗ ଏହି ଅର୍ଥ ଓସିଏଫ୍‌ରୁ ଉଠାଇ ଜମି ଅଧିଗ୍ରହଣ କାର୍ଯ୍ୟ ପରେ ଐତିହ୍ୟ ସୁରକ୍ଷାବଳୟର ଉନ୍ନତୀକରଣ ପାଇଁ ଖର୍ଚ୍ଚ କରିଛି। ପୁରୀର ରାସ୍ତା ଓ କୋଠାବାଡି ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଅର୍ଥ ଦିଆଯାଇସାରିଛି। ନଭେମ୍ବର ଏବଂ ଡିସେମ୍ବରରେ ୬ଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯାଇଛି। ୨୫୦କୋଟି ଟଙ୍କା ୫ଟି ପର୍ଯ୍ୟାୟରେ ନଭେମ୍ବରରେ ପ୍ରଦାନ କରାଯାଇଥିବା ବେଳେ ଡିସେମ୍ବର ୧୧ତାରିଖରେ ୫୦କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ସରକାର ହଠାତ୍‌ ୨୦୧୯-୨୦ ଆର୍ଥିକ ବର୍ଷରେ ବିନା ଆର୍ଥିକ ଯୋଜନାରେ ପୁରୀ ପାଇଁ ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଲେ, ଯେଉଁଥିଲାଗି ଜରୁରିକାଳୀନ ପାଣ୍ଠିରୁ ସରକାର ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଲେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ, କହିଲେ ପୁଣି ସେମିତି କରିବାକୁ ଯାଉଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସମୟରେ, କେନ୍ଦ୍ରର ମୋଦି ସରକାର ପୁଣି ଥରେ ସୀମା ନିର୍ଦ୍ଧାରଣ ବିଲ…

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri