ଶ୍ରୀକ୍ଷେତ୍ରକୁ ଜଗିଛି ଅଚଳ ସିସିଟିଭି କ୍ୟାମେରା

ପୁରୀ ଅଫିସ, ୧୯।୧୨ : ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର। ଦୈନିକ ଏଠାକୁ ଦେଶ ବିଦେଶର ଲକ୍ଷାଧିକ ଭକ୍ତ ଆସିଥାନ୍ତି। ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବେଳାଭୂମିର ମଜା ନେଇଥାନ୍ତି। ଶ୍ରୀମନ୍ଦିର ସୁରକ୍ଷା ଏବଂ ଅପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ଶ୍ରୀମନ୍ଦିର ଭିତର, ବାହାର ସମେତ ବଡଦାଣ୍ଡ, ମେଡିକାଲ ଛକ, କୋର୍ଟ, ସମୁଦ୍ରକୂଳ ରାସ୍ତା, ସିଟି ରୋଡ, ସ୍ବର୍ଗଦ୍ୱାର, ଜାତୀୟ ରାଜପଥ ପ୍ରବେଶ ପଥ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୫୦ରୁ ଊର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଲାଗିଛି। ତେବେ ଫନୀ ବାତ୍ୟାରେ ସମସ୍ତ ସିସିଟିିଭି କ୍ୟାମେରା ନଷ୍ଟ ହୋଇଯାଇଥିଲା। ରଥଯାତ୍ରା ସମୟରେ କେତୋଟିକୁ ମରାମତି କରାଯାଇଥିଲେ ମଧ୍ୟ କେବଳ ଶ୍ରୀମନ୍ଦିର ପରିସର ବ୍ୟତୀତ ଅନ୍ୟଗୁଡ଼ିକ ଅଚଳ ରହିଛି। ଫଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଗତ ଏକ ମାସ ମଧ୍ୟରେ ଘଟିଥିବା ୩ଟି ବଡ ଲୁଟ ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସୁରାକ ପାଇପାରିନି ପୋଲିସ। କଲେଜ ରୋଡ଼ରେ ଜଣେ ମହିଳାଙ୍କଠାରୁ ସୁନାଗହଣା ଲୁଟ, ବଡଶଙ୍ଖଠାରେ ଜଣେ ବରିଷ୍ଠ ନାଗରିକଙ୍କୁ ବନ୍ଧୁକ ଦେଖାଇ ୧୦ଲକ୍ଷ ଟଙ୍କା ଲୁଟ୍‌, ବଡଦାଣ୍ଡରେ ଦଶଟଙ୍କିଆ ନୋଟ ପକାଇ କାର୍‌ ଓ ବାଇକ ଡିକିରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ।
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ଜାତୀୟ ସୁରକ୍ଷା ସଂସ୍ଥା (ଏନ୍‌ଏସ୍‌ଏ) ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ୍‌ କରିଛନ୍ତି। ୱାଚ୍‌ ଟାୱାର ଓ ସିସିଟିଭି କ୍ୟାମେରା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ପରାମର୍ଶ ଦେଇଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ଖାମଖିଆଲି ମନୋଭାବ ପ୍ରଦର୍ଶନ କରୁଛି ବୋଲି ଯୁବ ସାମାଜିକ କର୍ମୀ ପ୍ରତାପ ଶତପଥୀ ଅଭିଯୋଗ କରିଛନ୍ତି। ତୁରନ୍ତ ସମସ୍ତ ସିସିଟିଭି କ୍ୟାମେରା ମରାମତି କରାଯିବାକୁ ସେ ଦାବି କରିଛନ୍ତି। ଏ ନେଇ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ଫନୀ ପରଠାରୁ ସିସିଟିଭି କ୍ୟାମେରାଗୁଡ଼ିକ ଅଚଳ ହୋଇପଡ଼ିଥିଲା। ରଥଯାତ୍ରା ସମୟରେ ମୁଖ୍ୟ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ମରାମତି କରାଯାଇଥିଲା। ଶ୍ରୀମନ୍ଦିର, ବଡଦାଣ୍ଡ ସିସିଟିଭି କ୍ୟାମେରା ସକ୍ରୀୟ ରହିଛି। ଅନ୍ୟ ସ୍ଥାନରେ ଖୁବ୍‌ଶୀଘ୍ର ସିସିଟିିଭି କ୍ୟାମେରା କାର୍ଯ୍ୟକ୍ଷମ କରାଯିବ। ଶ୍ରୀମନ୍ଦିର, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପୋଲିସ ସଜାଗ ରହିଛି। ଅପରାଧ କ୍ଲିନ ଡ୍ରାଇଭ ଚାଲିଛି। କୌଣସି ପ୍ରକାର ଅପରାଧିକ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଖାଲଖମା ରାସ୍ତା: ମରାମତି ଦାବି

ଚନ୍ଦ୍ରଗିରି,୩।୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ମାଣିକପୁର ଇନ୍ଦିରା ଆବାସ ହନୁମାନ ମନ୍ଦିର ସମ୍ମୁଖ ବୁଲାଣିଆ ରାଜରାସ୍ତା ବର୍ଷାରେ ଧୋଇହୋଇ ଖାଲଖମା ହୋଇଯାଇଛି। ଅନ୍ୟପଟେ ଉକ୍ତ...

ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୨ା୯: ଅନୁଗୋଳ ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା। ଦୈନିକ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍‌ ରହୁଥିବାରୁ ଯାତାୟାତକାରୀଙ୍କ ସହ ବଜାର ଆସୁଥିବା...

ଆଜି ତୃତୀୟ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର,୨୦ା୨ (ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟା...

ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର,୭ା୭(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟସ୍ଥ ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ଜଣଙ୍କ ହେଲେ ଆଶିଷ...

ସଲମା ବିବିଙ୍କ ପରିବାରକୁ ଭଙ୍ଗା ଆଜବେଷ୍ଟ ସାହା

ବ୍ରହ୍ମବରଦା,୬।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ମଙ୍ଗଳପୁର ପଞ୍ଚାୟତ କୋଠଢ଼ିହ ଗ୍ରାମର ସଲମା ବିବିଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘରଖଣ୍ଡେ ନ...

ଜାତୀୟ ସ୍ତରରେ ସାଇସୁମନଙ୍କ ସଫଳତା

ଚମ୍ପୁଆ/ବଡ଼ବିଲ,୨୧।୧୧-(ଡି.ଏନ.ଏ/ସ୍ବ.ପ୍ର.):ଇଂରାଜୀ ପ୍ରବନ୍ଧରେ ଜାତୀୟ ସ୍ତରରେ ଦ୍ୱିତୀୟ ହୋଇ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ସାଇସୁମନ ହୋତା ଗୌରବ ଆଣିଛନ୍ତି। ଡା.ମାନସ ରଞ୍ଜନ ହୋତା ଓ ଡ....

ଅମାନିଆଙ୍କ ଗଣିଲେ ୫ ହଜାର ଜରିମାନା

ବୁଗୁଡ଼ା,୨୨ା୫(ଡି.ଏନ.ଏ.)- ବୁଗୁଡ଼ା ସହରରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଲକଡାଉନ ନିୟମକୁ ମାନି ଚଳିବା ପାଇଁ ବାରମ୍ବାର ମାଇକ ଦ୍ୱାରା ସଚେତନ କରାଯାଉଥିଲେ ମଧ୍ୟ ଅଧିକାଂଶ ଲୋକେ...

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ବାରିପଦା ଅଫିସ,୭ା୧ ମୟୂରଭଞ୍ଜ ଜିଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା-୨୦୨୨ ପ୍ରକାଶିତ ହୋଇଛି। ଜିଲା ନିର୍ବାଚନ ଅଧିକାରୀ ତଥା...

Advertisement
Archives

Model This Week