ଶ୍ରବଣ ଶକ୍ତି ଫେରିପାଇଲେ ୨ ଝିଅ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାରା ଜୀବନ ପାଇଁ ବଧିର ହୋଇଯିବା ଆଶଙ୍କାରେ ଥିବା କୋରାପୁଟର ଦୁଇଜଣ କୁନି ଝିଅ ନିଜର ଶ୍ରବଣ ଶକ୍ତି ଫେରିପାଇଛନ୍ତି। ରାଜ୍ୟ ସରକାରଙ୍କ ସହାୟତାରେ ଉଭୟଙ୍କ କାନରେ ବ୍ୟୟବହୁଳ ଅତ୍ୟାଧୁନିକ ଅସ୍ତ୍ରୋପଚାର କରାଯିବା ପରେ ଏହା ସମ୍ଭବ ହୋଇପାରିଛି। ଦୁଇ ଝିଅ ଏବେ ସାଧାରଣ ପିଲାଙ୍କ ଭଳି ସବୁକିଛି ସ୍ପଷ୍ଟଭାବେ ଶୁଣି ପାରୁଛନ୍ତି। ଏମାନେ ହେଉଛନ୍ତି କୋରାପୁଟ ଜିଲା ଦାମନଯୋଡ଼ିର ବଳଭଦ୍ର ଜାନିଙ୍କ ୪ ବର୍ଷର ଝିଅ କୌଶଲ୍ୟା ଜାନି ଓ ବୋରିଗୁମା ବ୍ଲକ ଶଶାହାଣ୍ଡିର ଲିଙ୍ଗରାଜ ନାୟକଙ୍କ ୫ ବର୍ଷର ଝିଅ ସନ୍ଧ୍ୟାରାଣୀ ନାୟକ। ଉଭୟଙ୍କୁ ପ୍ରଥମେ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଡିଇଆଇସି କେନ୍ଦ୍ରରେ ଚିହ୍ନଟ କରାଯାଇ ପରେ ଭୁବନେଶ୍ୱର ଏମ୍‌ସକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଏହି କ୍ରମରେ ଉଭୟଙ୍କ କୋକି୍ଲୟର୍‌(Cochlear) ପ୍ରତିରୋପଣ ସଫଳତାର ସହ କରାଯାଇପାରିଛି। ଏ ବାବଦକୁ ଜଣକ ପିଛା ୫.୨ ଲକ୍ଷ ଟଙ୍କା ଜାତୀୟ ସ୍ବାସ୍ଥ୍ୟ ମିଶନ ପାଣ୍ଠିରୁ ପ୍ରଦାନ କରାଯାଇଛି। ଉକ୍ତ ଦୁଇ ଶିଶୁଙ୍କୁ କୋରାପୁଟ ଡିଇଆଇସିକୁ ନିଆଯିବା ସହିତ ସେଠାରେ ସେମାନେ କିଭଳି କଥାବାର୍ତ୍ତା କରିବେ ସେଥିଲାଗି ‘ସ୍ପିଚ୍‌ ଥେରାପି’ ଦିଆଯିବ। ଏହାସହ ସେମାନଙ୍କର ଥଇଥାନ ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ...

ନିୟମ ଉଲ୍ଲଂଘନ ଦେଶର ବିକାଶରେ ବାଧା ସୃଷ୍ଟି କରେ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ): ଭାରତ ବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ ଟ୍ରାଫିକ୍‌ ଲାଇଟ୍‌ ମାଧ୍ୟମରେ ଟ୍ରାଫିକ୍‌ ନିୟନ୍ତ୍ରିତ ହୋଇଥାଏ। କିନ୍ତୁ ଭାରତରେ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ପୋଲିସ ନିୟୋଜିତ...

୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ତଳେ ପଶ୍ଚିମବଙ୍ଗ ମେଦିନିପୁରରୁ ଚିକିତ୍ସା...

ମଧୁସୂଦନଙ୍କୁ ମରଣୋତ୍ତର ଭାରତରତ୍ନ ଦାବି

ଭୁବନେଶ୍ୱର,୨୯।୪(ବ୍ୟୁରୋ)-ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ‘ଭାରତରତ୍ନ’ ପ୍ରଦାନ କରିବାକୁ ଦାବି କରିଛନ୍ତି ଓଡ଼ିଶାର ସମସ୍ତ ଓକିଲ ସଂଘ। ମଧୁବାବୁଙ୍କ ୧୭୧ତମ ଜୟନ୍ତୀ ଅବସରରେ ରାଜ୍ୟରେ...

କାହିଁକି ଏତେ ଦାୟିତ୍ୱହୀନତା? ଜୀବନ ନେଇଯିବ ବିପଜ୍ଜନକ ଖୁଣ୍ଟ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ବାତ୍ୟା ଫନୀରେ ରାଜଧାନୀରେ ଶହ ଶହ ବିଦ୍ୟୁତ୍‌, ଟେଲିଫୋନ୍‌ ଓ କେବୁଲ ଖୁଣ୍ଟ ଭାଙ୍ଗିପଡିଥିବାବେଳେ ଆଉକିଛି ନଇଁଯାଇ ଝୁଲି ରହିଥିଲା। ବିଦ୍ୟୁତ୍‌ କର୍ମଚାରୀମାନେ ତରବରିଆ...

ସମସ୍ତ ୨୦ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ: ବାଗଚୀ

ଭୁବନେଶ୍ୱର,୧୫।୫(ବ୍ୟୁରୋ)-ଗତ ୨୦ ଦିନ ମଧ୍ୟରେ ୨୦ ଜଣ ଶିଶୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଏମାନେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ...

ବୁଲି ଯାଇଥିଲେ ମାଲେସିଆ, କରୋନା ଭୟରେ ଝାରସୁଗୁଡ଼ା ଚିକିତ୍ସାଳୟ ଆସିଲେ ଯୁବକ

ଝାରସୁଗୁଡା ଅଫିସ,୬।୩- କରୋନା ସଂକ୍ରମଣ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମହାମାରୀ ସାଜିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ...

କରୋନା ସଚେତନତା ନେଇ ଭିଡିଓ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଥରଥର। ଏହି ମାରାତ୍ମକ ରୋଗ ପାଇଁ କୌଣସି ଔଷଧ ନାହିଁ। ସଚେତନତା ହିଁ ଏକମାତ୍ର ପନ୍ଥା।...

Coronavirus Update


Archives

Model This Week

Why Dharitri