Posted inଖେଳ

ଶୁକ୍ରବାର ତୃତୀୟ ଟି୨୦: ଚୟନ ନେଇ ଦ୍ୱନ୍ଦ୍ୱରେ ଭାରତ

ପୁଣେ,୯।୧(ପି.ଟି.)- ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ। ସ୍ଥାନୀୟ ମହାରାଷ୍ଟ୍ର କ୍ରକେଟ ଆସୋସିଏଶନ ଗ୍ରାଉଣ୍ଡରେ ଖେଳାଯିବକୁ ଥିବା ଏହି ମ୍ୟାଚ୍‌ ସିରିଜର ନିର୍ଣ୍ଣାୟକ ମୁକାବିଲା ସାବ୍ୟସ୍ତ ହେବାକୁ ଯାଉଛି। ଗୁଆହାଟୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା। ଏହାପରେ ଇନ୍ଦୋରରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୫ ଟି ବଲ୍‌ ବାକିରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ହାସଲ କରିଥିଲା। ତୃତୀୟ ମ୍ୟାଚ୍‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଅନଭିଜ୍ଞ ଶ୍ରୀଲଙ୍କାର ପ୍ରଦର୍ଶନ ସେତେଟା ଆଶାନୁରୂପ ହୋଇପାରି ନାହିଁ। ଫଳରେ ମନୀଷ ପାଣ୍ଡେ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିବା ନେଇ ଭାରତ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଛି। ଗତ ତିନୋଟି ସିରିଜ ମଧ୍ୟରୁ ପାଣ୍ଡେ ଗୋଟିଏ ସିରିଜ ଖେଳୁଛନ୍ତି। ତେବେ ସାମସନଙ୍କୁ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିନାହାନ୍ତି। ନଭେମ୍ବରରେ ସେ ବାଂଲାଦେଶ ବିପକ୍ଷ ସିରିଜରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଗାମୀ ଅକ୍ଟୋବର- ନଭେମ୍ବରରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଦଳ ଚୟନ କରୁଛି। ତେବେ ଏହି ଦୁଇ ଖେଳାଳିଙ୍କୁ ଏପର୍ଯ୍ୟନ୍ତ କୌଣସି ସୁଯୋଗ ମିଳିନାହିଁ।
ଅପରପକ୍ଷରେ କେତେକ ସିନିୟର ଦ୍ରୁତ ବୋଲରଙ୍କ ଅନୁପସ୍ଥିତିରେ ଶାର୍ଦ୍ଦୁଲ ଠାକୁର ଓ ନବଦୀପ ସଇନୀ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଗତ ମ୍ୟାଚ୍‌ରେ ଏହି ଦୁଇ ଖେଳାଳି ମିଳିତ ଭାବେ ୫ ଉଇକେଟ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ହାର୍ଦ୍ଦିକା ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଓ୍ବାଶିଂଟନ ସୁନ୍ଦର ଓ ଶିବମ ଦୁବେ ମଧ୍ୟ ଏକାଧିକ ସୁଯୋଗ ହାସଲ କରିଛନ୍ତି। ଇନ୍ଦୋରରେ ବିଜୟ ହାସଲ କରିବା ପରେ ଦଳ ପ୍ରଦର୍ଶନରେ ଉନ୍ନତି ନେଇ ଅଧିନାୟକ ବିରାଟ କୋହଲି ସନ୍ତୋଷ ପ୍ରକଟ କରିଥିଲେ। ପ୍ରାୟ ଖେଳାଳି ଭଲ ପ୍ରଦର୍ଶନ କରି ଦଳରେ ସ୍ଥାନ ପକ୍କା କରିଛନ୍ତି। ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଟି୨୦ ବିଶ୍ୱକପ୍‌ ଖେଳିବାକୁ ଆଶା ରଖିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଏପର୍ଯ୍ୟନ୍ତ ସୁଯୋଗ ପାଇ ନ ଥିବା ସାମସନ ଓ ପଣ୍ଡେ ତୃତୀୟ ଟି୨୦ ଖେଳିବା ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସିରିଜ ଜିତିବା ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ ହୋଇପଡିଛି। ତେଣ ବିଜୟ ହାସଲ ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ଦଳ ଚୟନ କରିବ। ଏପରିସ୍ଥଳେ ଅନ୍ତିମ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ବଭାବିକ। ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଉପରେ ନଜର ରହିବ। ଅନ୍ୟତମ ଓପନର ଲୋକେଶ ରାହୁଲ ଟପ୍‌ ଫର୍ମରେ ଥିବାରୁ ବିଶ୍ୱକପ୍‌ରେ ସେ ରୋହିତ ଶର୍ମାଙ୍କ ଶ୍ରେଷ୍ଠ ପାର୍ଟନର ବୋଲି ନିଜକୁ ପ୍ରମାଣିତ କରିଛନ୍ତି। ଫଳରେ ଧାଓ୍ବନଙ୍କ ଉପରେ ଚାପ ରହିବା ସ୍ବଭାବିକ। ଗତ ମ୍ୟାଚ୍‌ରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରି ନାହାନ୍ତି। ତୃତୀୟ ମ୍ୟାଚ୍‌ରେ ସେ ଶତପ୍ରତିଶତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ପାଣ୍ଡ୍ୟାଙ୍କ ପ୍ରତ୍ୟବର୍ତ୍ତନ ପରେ ଦଳରେ ସ୍ଥାନ ବଜାୟ ରଖିବାକୁ ହେଲେ ଦୁବେଙ୍କ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ହେବ। ଗତ ମ୍ୟାଚ୍‌ରେ ଶର୍ଦ୍ଦୁଳ ଡେଥ୍‌ ଓଭରରେ ଚମକ ଦେଖାଇଥିଲେ। ସେହିପରି ପେସ୍‌ ଓ ବାଉନ୍ସରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ।
ଅପରପକ୍ଷରେ ଶ୍ରୀଲଙ୍କା ଦଳରେ ଏକାଧିକ ବାମହାତୀ ବ୍ୟାଟ୍ସମ୍ୟାନ ରହିଥିବାରୁ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ଅନ୍ୟତମ ସ୍ପିନର ଓ୍ବାଶିଂଟନ ସୁନ୍ଦର ଦଳରେ ସ୍ଥାନ ବଜାୟ ରଖିବା ଆଶା କରାଯାଉଛି। ଫଳରେ ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ ବାହାରେ ବସିବା ନିଶ୍ଚିତ ମନେ ହେଉଛି। ଶ୍ରୀଲଙ୍କାକୁ ମଧ୍ୟ ବହୁତ କିଛି କରିବାକୁ ପଡିବ। ଭଲ ଆରମ୍ଭ କରିବା ପରେ ମଧ୍ୟ ବ୍ୟାଟ୍ସମ୍ୟାନ ଦଳକୁ ବଡ଼ ସ୍କୋର ଦେବାରେ ବିଫଳ ହୋଇଛନ୍ତି। ଅଲରାଉଣ୍ଡର ଇସୁରୁ ଉଡାନା ବାଦ୍‌ ପଡିଛନ୍ତି। ଅଭ୍ୟାସ ବେଳେ ଆହତ ହୋଇଥିବାରୁ ମୁଖ୍ୟ ବୋଲର ତଥା ଅଧିନାୟକ ଲାସିଥ ମାଲିଙ୍ଗା ଇନ୍ଦୋରରେ ବୋଲିଂ କରି ନ ଥିଲେ। ଶ୍ରୀଲଙ୍କା ବ୍ୟାଟିଂରେ ସୁଧାର ଆଣିବା ଜରୁରୀ। ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଆଞ୍ଜୋଲୋ ମାଥ୍ୟୁସ ଏହି ମ୍ୟାଚ୍‌ରେ ଖେଳିବା ସମ୍ଭବନା ରହିଛି ବୋଲି କୋଚ୍‌ ମିକି ଆର୍ଥର ସୂଚନା ଦେଇଛନ୍ତି। ସିରିଜ ଡ୍ର ରଖିବା ପାଇଁ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌ରେ ବିଜୟୀ ହେବା ଆବଶ୍ୟକ। ଏହା ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ହୋଇଥିବାରୁ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ରିଷଭ ପନ୍ତ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, ଶିବମ୍‌ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ନବଦୀପ ସଇନୀ, ଶାର୍ଦ୍ଦୁଳ ଠାକୁର, ମନୀଷ ପାଣ୍ଡେ, ଓ୍ବାଶିଂଟନ ସୁନ୍ଦର ଓ ସଞ୍ଜୁ ସାମସନ।
ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା (ଅଧିନାୟକ), ଦନୁଷ୍କା ଗୁଣତିଲକା, ଧନଞ୍ଜୟ ଡି ସିଲଭା, ଓ୍ବନିଣ୍ଡୁ ହାସରଙ୍ଗା, ନିରୋଶାନ ଡିକଓ୍ବେଲା (ଉଇକେଟ କିପର), ଓଶଡ଼ା ଫର୍ଣ୍ଣାଣ୍ଡୋ, ଅଭିଷ୍କା ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା, ଆଞ୍ଜେଲୋ ମାଥ୍ୟୁସ୍‌, କୁଶଲ ମେଣ୍ଡିସ୍‌, କୁଶଲ ପେରେରା, ଭାନୁକା ରାଜପାକସା, କାସୁନ ରଜିଥା, ଲକ୍ଷନ ସନ୍ଦକାନ, ଦସୁନ ସନକା ଓ ଇସୁରୁ ଉଡାନା।
ସମୟ : ସନ୍ଧ୍ୟା ୭ଟା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ
ସ୍ଥାନ: ପୁଣେ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri