ଶୀର୍ଷ ଟିକସଦାତାଙ୍କୁ ପ୍ରୋତ୍ସାହନ;ମୋଦିଙ୍କ ସହ ମିଳିବ ଚା’ ପିଇବାର ସୁଯୋଗ

ନୂଆଦିଲ୍ଲୀ,୪-୬: କେନ୍ଦ୍ର ସରକାର ଶୀର୍ଷ ଟିକସଦାତାଙ୍କୁ ପୁରସ୍କୃତ କରିବା ଲାଗି ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଟିକସଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଥବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଚା’ ପିଇବାର ସୁଯୋଗ ଦିଆଯିବ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆୟକର ବିଭାଗ ପକ୍ଷରୁ ଶୀର୍ଷ ଟିକସଦାତାଙ୍କ ଲାଗି ପୂର୍ବରୁ ବହୁ ପୁରସ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ଉପରେ ବର୍ଣ୍ଣିତ ଯୋଜନା ସମ୍ପୂର୍ଣ୍ଣ ଅଭିନବ ହେବ। କାରଣ ପ୍ରଧାନମନ୍ତ୍ରୀଙ୍କ ସହ ଚା’ ପିଇବାର ଅନନ୍ୟ ଅନୁଭୂତି ହାସଲ କରିବାକୁ ଯେକେହି ବି ଚାହିଁବ। ରିପୋର୍ଟ ଅନୁଯାୟୀ, ଅଧିକରୁ ଅଧିକ ଟିକସ ଆଦାୟ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଜୁଲାଇ ୫ରେ ଉପସ୍ଥାପନ କରାଯିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଉକ୍ତ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଘୋଷଣା କରାଯିବ। ସୂଚନାଥାଉ କି, ନିୟମିତ ତଥା ଅଧିକ ମାତ୍ରାରେ ଟିକସ ଦେଉଥିବା ବ୍ୟକ୍ତିଙ୍କୁ ଆୟକର ବିଭାଗ ପକ୍ଷରୁ ମାନପତ୍ର ଜାରି କରାଯାଉଛି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କୁ ମାନପତ୍ର ଦେବା ଏଭଳି ଉଦାହରଣ ମାତ୍ର। ଆୟକର ଆଇନରେ ସଂଶୋଧନ ପାଇଁ ଗଠିତ ଏକ କମିଟି ଜୁଲାଇ ଶେଷ ସୁଦ୍ଧା ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାକୁ ଯାଉଛି। ଉଲ୍ଲେଖ କରାଯାଇପାରେ ଯେ, ବର୍ଷକରେ ୧୦ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ବାବଦରେ ୩୦ ପ୍ରତିଶତ ଟିକସ ଦେବାକୁ ପଡିଥାଏ। ସେହିପରି ୫୦ଲକ୍ଷରୁ ୧ କୋଟି ଟଙ୍କା ଆୟକାରୀ ଟିକସ ବ୍ୟତୀତ ୧୦ ପ୍ରତିଶତ ସରଚାର୍ଜ ଦେଇଥାନ୍ତି। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟ ପାଇଁ ୧୫% ସରଚାର୍ଜ ଦେବାକୁ ପଡେ। ଅନୁରୂପ ଭାବେ ୧ କୋଟିରୁ ଅଧିକ କିନ୍ତୁ ୧୦ କୋଟି ଟଙ୍କାରୁ କମ୍‌ ବାର୍ଷିକ ଆୟ କରୁଥିବା କମ୍ପାନୀଙ୍କୁ ୭% ସରଚାର୍ଜ ଦେବାକୁ ପଡିଥାଏ। ତେବେ ବିଦେଶୀ କମ୍ପାନୀଙ୍କ କ୍ଷେତ୍ରରେ ଏହା ୨% ହୋଇଥାଏ। ୧୦ କୋଟି ଟଙ୍କାରୁ ଅଧିକ ଆୟ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଠାରୁ ୧୨% ଓ ବିଦେଶୀଙ୍କୁ ୫ ପ୍ରତିଶତ ସରଚାର୍ଜ ଆଦାୟ କରାଯାଇଥାଏ। ସରକାରୀ ତଥ୍ୟ ଅନୁଯାୟୀ, ୫ କୋଟି ଅଥବା ତଧୁର୍ଦ୍ଧ୍ୱ ଟଙ୍କା ଆୟ କରୁଥିବା ୧୦୫୩ ଜଣଙ୍କ ଠାରୁ ନିର୍ଦ୍ଧାରଣ ବର୍ଷ ୨୦୧୭-୧୮ରେ ୧୨ ହଜାର କୋଟି ଟଙ୍କା ଟିକସ ଆଦାୟ କରାଯାଇଥିଲା। ସରକାର ବିତ୍ତୀୟ ନିଅଣ୍ଟ ଭରଣା ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ସରକାର ବିଭିନ୍ନ ଯୋଜନା ପାଇଁ ଅତିରିକ୍ତ ଅର୍ଥ ଆବଶ୍ୟକ କରୁଥିବାରୁ ଟିକସ ଆଦାୟ ବୃଦ୍ଧି କରିବା ଜରୁରୀ ହୋଇପଡିଛି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ସରକାର ପ୍ରତ୍ୟକ୍ଷ ଟିକସ ବାବଦରେ ୧୨ ଲକ୍ଷ କୋଟି ଟଙ୍କା ଆଦାୟ କରିବେ ବୋଲି ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ମିଳିଥିଲା ୧୧.୫ ଲକ୍ଷ କୋଟି ଟଙ୍କା। କେନ୍ଦ୍ର ସରକାରଙ୍କ ଥିଙ୍କଟ୍ୟାଙ୍କ କୁହାଯାଉଥିବା ଇଣ୍ଡିଆନ କାଉନ୍‌ସିଲ୍‌ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାଶନାଲ ଇକୋନୋମିକ ରିଲେସନ୍ସର ଡାଇରେକ୍ଟର ତଥା ଚିଫ୍‌ ଏକ୍‌ଜିକ୍ୟୁଟିଭ ରଜତ୍‌ କାଠୁରିଆ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଅତିରିକ୍ତ ଆର୍ଥିକ ସହାୟତା ବହୁତ ବଡ଼ କଥା। କିନ୍ତୁ ଜଣେ ଧନୀ ବ୍ୟକ୍ତିଙ୍କ ପାଇଁ ନିଜ ଆୟରୁ ଅଧିକ ଟିକସ ଦେଲେ ସେଭଳି ଫରକ ପଡିବ ନାହିଁ। ସବୁଦୃଷ୍ଟିରୁ ଦେଖିଲେ ପେନ୍‌ସନ ଦେଇ ଅଥବା ନୂଆ ନିଯୁକ୍ତି ସୃଷ୍ଟି କରି ଆୟର ପୁନଃବଣ୍ଟନ କରିବା ମୋଦି ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ବିଏଫ୍‌ସି ସେକ୍ଟରରେ ବଢ଼ିବ ସଙ୍କଟ

ନୂଆଦିଲ୍ଲୀ,୧୩।୫: ଦେଶର  ଅଣ-ବ୍ୟାଙ୍କିଙ୍ଗ୍‌ କମ୍ପାନୀ କ୍ଷେତ୍ର (ଏନ୍‌ବିଏଫ୍‌ସି) ସଙ୍କଟର ଦ୍ୱାରଦେଶରେ ଛିଡ଼ା ହୋଇଛି। କେତେକ ବଡ଼ କମ୍ପାନୀ ଦ୍ୱାରା ହୋଇଥିବା ବିତ୍ତୀୟ ଅନୀୟମିତତା  ଏବଂ ଋଣ...

ବିକ୍ରୟ ଟିମ୍‌କୁ ସମ୍ମାନିତ କଲା ନାଇନ୍‌

ନୂଆଦିଲ୍ଲୀ,୧୭।୫ ସ୍ବଚ୍ଛତା ଓ ବ୍ୟକ୍ତିଗତ ଯତ୍ନ କ୍ଷେତ୍ରରେ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିବା ଦେଶର ପ୍ରମୁଖ କମ୍ପାନୀ ନାଇନ୍‌ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର...

ଓପିଟିସିଏଲ୍‌ରେ ଯୋଗଦେଲେ ୨୫୬

ଭୁବନେଶ୍ୱର, ୯।୧: ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ମଜଭୁତ କରିବା ଓ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର କୁଶଳୀ ଓ...

ଦାମ୍‌ ବଢ଼ିଲା, ଚାହିଦା କମିଲା, ୧୫ ଦିନରେ ୧୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୬।୪ : ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ରେ ଲଗାତାର ବୃଦ୍ଧି ଜାରି ରହିଛି। ଦାମ୍‌ ବଢ଼ିବା ଯୋଗୁ ଗତ ୧୫ ଦିନ ମଧ୍ୟରେ ଦେଶରେ...

ୟୁଏସ୍‌-ଇରାନ ତିକ୍ତତା;ଭାରତ ଅର୍ଥବ୍ୟବସ୍ଥା ଲାଗି ଦ୍ୱୈତ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୫-୧: ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌)ର ଏୟାରଷ୍ଟ୍ରାଇକ ଯୋଗୁ ଇରାନ ଶୀର୍ଷ ସେନାଧିକାରୀ ଜେନେରାଲ କାସିମ ସୋଲେମାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିଯୋଗୁ ଦୁଇଦେଶ ମଧ୍ୟରେ ତିକ୍ତତା...

ବିଦେଶୀ ମୁଦ୍ରା ଭଣ୍ଡାର ୨.୭୬ ବିଲିୟନ ଡଲାର ବୃଦ୍ଧି

ମୁମ୍ବାଇ: ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣରେ ୨.୭୬୨ ବିଲିୟନ ଡଲାର ବୃଦ୍ଧି ହୋଇ ୬୩୨.୯୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିଭଳି ଗୋଲ୍ଡ ରିଜର୍ଭର ମୂଲ୍ୟରେ...

ଜିଇଏମ୍‌ ଦ୍ୱାରା କିଣାହେବ ଲକ୍ଷେ କୋଟିର ସାମଗ୍ରୀ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରାୟତ୍ତ ପ୍ରୋକ୍ୟୁଅରମେଣ୍ଟ ପୋର୍ଟାଲ ଗଭର୍ନମେଣ୍ଟ ଇ-ମାର୍କେଟ(ଜିଇଏମ୍‌) ଦ୍ୱାରା ଆର୍ଥତ୍କବର୍ଷ ୨୦୨୧-୨୨ରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ କିଣାଯିବ। ପ୍ରତିରକ୍ଷା ଏବଂ ପିଏସ୍‌ୟୁଗୁଡିକରୁ କ୍ରୟ...

ରିୟଲମି ଆଣିଲା ନୂଆ ସି୨ ସ୍ମାର୍ଟଫୋନ

ଭୁବନେଶ୍ୱର,୧୬-୬(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ଓଡ଼ିଶା ବଜାରରେ ନୂଆ ସି୨ ସ୍ମାର୍ଟଫୋନ ମଡେଲର ପ୍ରବେଶ କରାଯାଇଛି। ସ୍ଥାନୀୟ ଶହୀଦନଗରସ୍ଥିତ ଲକ୍ଷ୍ମୀ ମୋବାଇଲ ଏବଂ...

Advertisement
Archives

Model This Week