ଶୀତ ପୂର୍ବରୁ ବିଦେଶାଗତ ପକ୍ଷୀଙ୍କ ସମାଗମ

ସୋନପୁର,୧୪।୧୦(ନି.ପ୍ର.):ଶୀତ ଆସିବା ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଲାଣ। ଗୁରୁବାର ସୋନପୁର ସହର ଥନାପତିପଡାରେ ବିରଳ ପେରିଗ୍ରୀନ୍‌ ଫାଲ୍‌କନ ପକ୍ଷୀଙ୍କୁ ଠାବ କରାଯାଇଛି। ସୁଦୂର ଉତ୍ତର ଆମେରିକାରୁ ଏହି ପକ୍ଷୀ ଏଠାକୁ ଆସିଥିବା ଜଣାଯାଇଛି। ଏହି ପକ୍ଷୀ ସବୁଠୁ ଦ୍ରୁତ ବେଗରେ ଉଡି ପାରନ୍ତି। ଏହି ପକ୍ଷୀଙ୍କ ଆଗମନ ସୋନପୁରର ପ୍ରାକୃତିକ ଶୋଭାରାଜିକୁ ଦ୍ୱିଗୁଣିତ କରିଛି।
ସାଧାରଣତଃ ଶୀତଋତୁ ଆଗମନରେ ଚିରସ୍ରୋତା ମହାନଦୀ ଓ ତେଲ ନଦୀରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଉତ୍ତର ଆମେରିକା ଓ ସାଇବେରିଆରେ ଶୀତ ଋତୁରେ ବରଫ ପଡୁଥିବାରୁ ପକ୍ଷୀମାନେ ସ୍ବଚ୍ଛନ୍ଦରେ ରହିବାକୁ ଏଠାକୁ ଚାଲି ଆସୁଛନ୍ତି। ପୂର୍ବରୁ ମହାନଦୀର ଜଳରାଶିରେ ବିରଳ ପକ୍ଷୀ କମନ ମରଗାନସର(ବୈଜ୍ଞାନିକ ନାମ ମରଗସ ମରଗାନସର) ଠାବ ହୋଇଥିଲା। ଏହି ପକ୍ଷୀ ଉତ୍ତର ଆମେରିକା ଓ ପୂର୍ବ ୟୁରୋପିଆନରେ ପ୍ରାୟତଃ ଦେଖାଯାଆନ୍ତି। ଓଡିଶାର କେବଳ ସୋନପୁରରେ ହିଁ ଗତ କିଛି ବର୍ଷ ହେବ ଶୀତଦିନରେ କମନ ମରଗାନସର ଠାବ ହେଉଛନ୍ତି। ସେହିପରି ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱର ତଳି ଅଞ୍ଚଳ ନଦୀ ବାଲିରେ ଗତବର୍ଷ ବହୁ ସଂଖ୍ୟକ ବ୍ଲାକ ବେଲିଡ୍‌ ଟର୍ନ ନାମକ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥିଲା। ତେବେ ପେରିଗ୍ରୀନ୍‌ ଫାଲ୍‌କନ ପକ୍ଷୀ ଏଥର ନୂଆ କରି ଆସିଥିବାରୁ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ପ୍ରଜାତିର ପକ୍ଷୀ ବଡ ବଡ ବିଦ୍ୟୁତ୍‌ ଖୁଣ୍ଟ ଓ ମୋବାଇଲ ଟାଓ୍ବାର ଉପରେ ବସି ରହି ଶୁଆ, ପାରା ଇତ୍ୟାଦି ପକ୍ଷୀଙ୍କୁ ଶିକାର କରି ଖାଆନ୍ତି ବୋଲି ପକ୍ଷୀପ୍ରେମୀ ତଥା ଯୁବ ଫଟୋଗ୍ରାଫର ପିନାକୀ ଜ୍ୟୋତିରାଦିତ୍ୟ ପଣ୍ଡା ଓ ନରେନ ମଲ୍ଲିକ ପ୍ରକାଶ କରିଛନ୍ତି। ଜିଲାରେ ଅନୁକୂଳ ପରିବେଶ ଓ ଶିକାରୀଙ୍କ ସଂଖ୍ୟା ହ୍ରାସ ପାଇବା ଫଳରେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀ ଏଠାକୁ ପ୍ରତିବର୍ଷ ଛୁଟି ଆସୁଛନ୍ତି। ପକ୍ଷୀଙ୍କ କାକଳିରେ ମହାନଦୀ ଓ ତେଲନଦୀର ପଠା ମୁଖରିତ ହେବା ସହ ଏହି ଶୋଭା ଦେଖିବାକୁ ପକ୍ଷୀପ୍ରେମୀ, ଫଟୋଗ୍ରାଫର ଓ ପର୍ଯ୍ୟଟକଙ୍କ ଭିଡ ଜମୁଛି। ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେଲା ୟୁରୋପ ମହାଦେଶରୁ ରୁଡିସଲଡକ, ପୂର୍ବ ମହାଦେଶରୁ ରୋଜିଷ୍ଟୋଲିଙ୍ଗ, ଭଡିଟର ଫ୍ଲାଏକେଚର, ରେଡକ୍ରେଷ୍ଟେଟ୍‌, ପୋଚାର୍ଡ, ଲିଟିଲଗ୍ରେବ, ବ୍ଲାକ ବେଲିଡ୍‌ ଟର୍ନ, ପେଲିକାନପେରି ଭଳି ପ୍ରମୁଖ ବିରଳ ପକ୍ଷୀ ଏଠାକୁ ଶୀତଦିନରେ ଆସି ମହାନଦୀର ଶୋଭା ବଢାଇଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri